Spread the loveରାଜ୍ୟର ୩ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେବେ ୧୩୭ ନୂଆ ଅଧ୍ୟାପକ । ଭୁବନେଶ୍ଵର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଖୋଲିବ ୩ ନୂଆ ବିଭାଗ । ଶିକ୍ଷା, ବିଜନେସ, ଆଡମିନୀଷ୍ଟ୍ରସନ ଓ... ରାଜ୍ୟର ୩ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେବେ ୧୩୭ ନୂଆ ଅଧ୍ୟାପକ
Spread the love

ରାଜ୍ୟର ୩ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେବେ ୧୩୭ ନୂଆ ଅଧ୍ୟାପକ । ଭୁବନେଶ୍ଵର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଖୋଲିବ ୩ ନୂଆ ବିଭାଗ । ଶିକ୍ଷା, ବିଜନେସ, ଆଡମିନୀଷ୍ଟ୍ରସନ ଓ ସାମ୍ବାଦିକତା ଏବୋଂ ଗଣଯୋଗାଯୋଗ ବିଭାଗ ଖୋଲିବ । ୬୩ ଜଣ ନୂଆ ଅଧ୍ୟାପକ ପଦବୀ ପୂରଣ ହେବ । ଏହା ସହ ଅନ୍ୟସବୁ ବିଭାଗରେ ଜେନ ଲେଖାଏଁ ପ୍ରଫେସର ନିଯୁକ୍ତ ହେବେ । କୁଳାଧିପତି ତଥା ରାଜ୍ୟପାଳଙ୍କ ଅନୁମୋଦନ ପରେ ପଦବିଗୁଡିକରେ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି ।

ଖାଲିକୋଟ ବିଶ୍ବବିଦ୍ୟାଳୟରେ ୬ଟି ନୂଆ ବିଭାଗ ଖୋଲିବା ସହ ୪୨ଟି ନୂଆ ଅଧ୍ୟାପକ ନିଯୁକ୍ତି ପାଇବେ । ଖାଲିକୋଟରେ ଅନେକ ନୂଆ ବିଭାଗ ଖୋଲିବ । ପ୍ରତି ବିଭାଗରେ ଜେନ ପ୍ରଫେସର, ୨ ଜଣ ଆସୋସିଏଟ ପ୍ରଫେସୋର ଓ ୪ ଜଣ ଲେଖାଏଁ ଆସିଷ୍ଟାଣ୍ଟ ପ୍ରଫେସୋର ନିଯୁକ୍ତ ହେବେ । ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୪ ଟି ନୂଆ ବିଭାଗ ଖୋଲିବ । ଏଥିରେ ମଧ୍ୟ, ପ୍ରତି ବିଭାଗରେ ଜେନ ପ୍ରଫେସର, ୨ ଜଣ ଆସୋସିଏଟ ପ୍ରଫେସୋର ଓ ୪ ଜଣ ଲେଖାଏଁ ଆସିଷ୍ଟାଣ୍ଟ ପ୍ରଫେସୋର ନିଯୁକ୍ତ ହେବେ ।

ଏହି ଦୁଇଟି ବିଶ୍ବବିଦ୍ୟାଳୟରେ ମଧ୍ୟ କୁଳାଧିପତି ତଥା ରାଜ୍ୟପାଳଙ୍କ ଅନୁମୋଦନ ପରେ ପଦବିଗୁଡିକରେ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ।

ରାଜ୍ୟର ୩ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେବେ ୧୩୭ ନୂଆ ଅଧ୍ୟାପକ

ପଢନ୍ତୁ, ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ କଡା ନିୟମ, ଅବମାନନା କଲେ ୩ ବର୍ଷରୁ ଉର୍ଦ୍ଧ ଜେଲ ଦଣ୍ଡ

No comments so far.

Be first to leave comment below.

Your email address will not be published. Required fields are marked *