Spread the loveଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଜାପାନୀ ସମକକ୍ଷ ସିଞ୍ଜୋ ଆବେ ଅହମଦାବାରେ ଶିଳାନ୍ୟାସ କରିବେ । ଏଥିପାଇଁ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି... ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟର ଉଦଘାଟନ, ୨୦୨୩ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ
Spread the love

ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଜାପାନୀ ସମକକ୍ଷ ସିଞ୍ଜୋ ଆବେ ଅହମଦାବାରେ ଶିଳାନ୍ୟାସ କରିବେ । ଏଥିପାଇଁ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ସ୍ୱାଗତ କରିବା ପାଇଁ ଗାନ୍ଧିନଗରରେ ସଜେଇ ହୋଇଛି ସାବରମତି ମଠ । ରଙ୍ଗବେରଙ୍ଗ ଆଲୋକମାଳା ମଠକୁ ସଜାଇବା ସହ ଗାନ୍ଧିନଗରରେ ରାସ୍ତାଘାଟ ସବୁ ରଙ୍ଗୀନ୍ ଲାଇଟରେ ସଜେଇ ହୋଇଛି ।

ଗୁଜୁରାଟର ଅହମଦାବାଦ ଠାରୁ ମୁମ୍ବାଇକୁ ଯୋଡିବାକୁ ଥିବା ବୁଲେଟ ଟ୍ରେନ ପ୍ରକଳ୍ପ ୫୦୮ କିଲୋମିଟର ହେବ । ଏଥି ପାଇଁ ୧,୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବୁଲେଟ ଟ୍ରେନ ଲାଇନର କିଛି ଅଂଶ ସମୁଦ୍ର ଭିତର ଦେଇ ଗତି କରିବ । ଅହମଦାବାଦ-ମୁମ୍ବାଇ ମଧ୍ୟରେ ୧୨ଟି ଷ୍ଟେସନକୁ ପ୍ରସ୍ତାବ ରଖାଯାଇଛି । ଥାଣେ, ୱିରାର, ବୋଇସର, ବାପି, ବିଲିମୋରା, ସୁରତ, ଭରରକ୍ଟ୍ର, ବରୋଦା, ଆନନ୍ଦ ଓ ସାବରମତି ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସେପ୍ଟେମ୍ବର ୧୪ (ଗୁରୁବାର) ବୁଲେଟ ଟ୍ରେନର ଶିଳାନ୍ୟାସ କରିବେ । ଦେଶ ପାଇଁ ଏହା ଐତିହାସିକ ମୁହୂର୍ତ୍ତ ହେବ । ଖର୍ଚ୍ଚ ହେବାକୁ ଥବା ୧,୧୦,୦୦୦ କୋଟି ଟଙ୍କାରୁ ଜାପାନ ୮୮,୦୦୦ କୋଟି ଟଙ୍କା ଋଣ ଦେବ । ଏହାର ସୁଦ୍ଧ ଦର ୦.୧ ପ୍ରତିଶତ ରହିବ । ଏହି ଟଙ୍କା ଜାପାନକୁ ୫୦ ବର୍ଷ ଭିତରେ ଫେରାଇବାକୁ ହେବ । ଏଥିରେ ୧୫ ବର୍ଷର ଗ୍ରେସ ସମୟ ମିଳିବ ।

ରେଳ ମନ୍ତ୍ରୀ ପିୟୁଶ ଗୋଏଲ କହିଛନ୍ତି ଯେ, ଭାରତ ୫୦ ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିଦେବ । ଦୁଇ ମୁଖ୍ୟ ମଧ୍ୟ ଗୁରୁବାର ଦିନ ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ଏବଂ ସହଯୋଗ ନେଇ ଆଲୋଚନା କରିବେ ।

ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟର ଉଦଘାଟନ, ୨୦୨୩ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ

Your email address will not be published. Required fields are marked *