Spread the loveଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହାକୁ ସୁନ୍ଦର ଓ ସୁରକ୍ଷିତ ଭାବେ ସପର୍ଣ୍ଣ କରିବାକୁ ସରକାର କଡା ପଦକ୍ଷେପ ନେଉଛନ୍ତି । ସେହିଭଳି ରେଳଯାତ୍ରୀଙ୍କ ସୁରକ୍ଷା ଓ... ଦୀପାବଳିରେ ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ କଡା ନିୟମାବଳୀ, ଅବମାନନା କଲେ ତିନି ବର୍ଷରୁ ଊର୍ଦ୍ଧ୍ୱ ଜେଲ୍‌ ଦଣ୍ଡ
Spread the love

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହାକୁ ସୁନ୍ଦର ଓ ସୁରକ୍ଷିତ ଭାବେ ସପର୍ଣ୍ଣ କରିବାକୁ ସରକାର କଡା ପଦକ୍ଷେପ ନେଉଛନ୍ତି । ସେହିଭଳି ରେଳଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ପଦାର୍ଥ ସାଙ୍ଗରେ ନେବାକୁ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି। ଏହି ବ୍ୟବସ୍ଥାକୁ ଅବମାନନା କଲେ ତିନି ବର୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଟ୍ରେନ୍‌ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଉପରେ ବିଶେଷ ନଜର ରଖିବା ପାଇଁ ଏହାର ତିନି ରେଳମଣ୍ଡଳ ଖୋର୍ଧାରୋଡ଼, ସମ୍ବଲପୁର ଓ ଓ୍ଵାଲ୍‌ଟିୟରକୁ ପରାମର୍ଶ ଦିଆଯିବା ସହ ପୂର୍ବତଟ ରେଳ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ରେଳବାଇ ଅଧିନିୟମ ୧୯୮୯ ଅନୁଯାୟୀ ଟ୍ରେନ୍‌ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ବାଣ, ଫଟକା, ଗ୍ୟାସ୍‌ ସିଲିଣ୍ଡର, ଏସିଡ୍‍ ଓ କିରାସିନି ଇତ୍ୟାଦି ପରିବହନ କରିବା ଏକ ଦଣ୍ଡନୀୟ ଅପରାଧ ।

ଯାତ୍ରୀମାନେ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବା ପାଇଁ ଏଥିରେ କୁହାଯାଇଛି । ଯଦି କୌଣସି ସହଯାତ୍ରୀ ଏଭଳି ଦହନଶୀଳ ପଦାର୍ଥ ସାଙ୍ଗରେ ନେଉଥାଆନ୍ତି ତେବେ ଯାତ୍ରୀମାନେ ଟିଟିଇ, କୋଚ୍‌ ଆଟେଣ୍ଡାଣ୍ଟ୍‌, ଟ୍ରେନ୍‌ ଗାର୍ଡ଼, ଷ୍ଟେସନ ମ୍ୟାନେଜର, ରେଳ ସୁରକ୍ଷା ବଳ ଓ ସାଧାରଣ ରେଳ ଆରକ୍ଷୀ କର୍ମଚାରୀଙ୍କ ଭଳି କର୍ତ୍ତବ୍ୟରତ ରେଳ କର୍ମଚାରୀଙ୍କୁ ସୂଚୀତ କରିବାକୁ ପୂର୍ବତଟ ରେଳ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ଯାତ୍ରୀମାନେ ହେଲ୍‌ପ ଲାଇନ୍‌ ନମ୍ବର-୧୮୨କୁ ଖବର ଦେଇପାରିବେ।

ଦୀପାବଳିରେ ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ କଡା ନିୟମାବଳୀ, ଅବମାନନା କଲେ ତିନି ବର୍ଷରୁ ଊର୍ଦ୍ଧ୍ୱ ଜେଲ୍‌

ପଢନ୍ତୁ, ନିକୋପାର୍କର ରୂପ ବଦଳିବା, ନିର୍ମାଣ ହେବ ସ୍ମାର୍ଟ ସିଟି

Your email address will not be published. Required fields are marked *