Spread the love୮ ନଭେମ୍ବର , ବୁଧୁବାର – ଆଜିର ରାଶିଫଳ ମେଷ- ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି ।ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର... ୮ ନଭେମ୍ବର , ବୁଧୁବାର – ଆଜିର ରାଶିଫଳ
Spread the love

୮ ନଭେମ୍ବର , ବୁଧୁବାର – ଆଜିର ରାଶିଫଳ

ମେଷ- ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି ।ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର ବିଚ଼ାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ ।

ବୃଷ- ଏହି ସମୟରେ ଆପଣଙ୍କୁ ଧନ,ମାନ ,ଯଶ ସବୁ ମିଳିପାରିବ । ଆଜି ଆପଣଙ୍କର ମଜା କରିବାର ଦିନ , ଜୀବନ ଆଜି ଆପଣଙ୍କୁ ସେ ସବୁ କିଛି ଦେଇଛି ,ଯାହାପାଇଁ ଆପଣ ବହୁତ ପରିଶ୍ରମ କରିଥିଲେ ।

ମିଥୁନ- ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।

କର୍କଟ- ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।

ସିଂହ- ଆଜି ଆପଣଙ୍କ ମାନସିକ ଶକ୍ତି ଏହାର ଚ଼ରମ ସୀମାରେ ରହିବ । ଆପଣଙ୍କୁ ଅସୁବିଧା ଅବସର ଭଳି ଲାଗିବ ଏବଂ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ବିପଦ ସହ ସଂଗ୍ରାମ କରିବାର ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ଆଗେଇ ନେବ ।

କନ୍ୟା- ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ ।ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ ।

ତୁଳା- ଅସନ୍ତୋଷ ଓ ଅଶାନ୍ତିରେ ଦିନଟି କଟିବ । ବିଧିବଦ୍ଧକ ଚିନ୍ତା ମାଧ୍ୟମରେ କାରଣ ଖୋଜନ୍ତୁ । ଏହାର ସମାଧାନ ଅବଶ୍ୟ ବାହାରିବ । ଏଦୁଃସମୟ କିଛି କ୍ଷଣ ରହିଲା ପରେ ଅପସରି ଯିବ ।

ବିଛା- ଆଜି ଆପଣ ନିଜ ମନ ଖୁସିରଖନ୍ତୁ, ଛୋଟ ବଡ଼ ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆପଣ ଯୁକ୍ତି କରିବା ମୁଡ଼ରେ ଲାଗୁଛନ୍ତି, ତଥାପି ଆପଣ ସବୁକିଛି ସମ୍ଭାଳି ନେବେ ।

ଧନୁ- ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ।

ମକର- ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।

କୁମ୍ଭ- ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।

ମୀନ- ଆଜିର ଦିନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି ।

ରାଶିଫଳ

ପଢନ୍ତୁ, ମୁଁ ବହୁତ ଦୁଃଖରେ ଅଛି, ଘରେ ଶୋଇ ପାରୁନି – ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ

Your email address will not be published. Required fields are marked *