ACTORS

ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ, ଆଗାମୀ ଓଡିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ

ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ । ନାଆଁ ତାଙ୍କର ଆର୍ଯ୍ୟନ ଦାଶ କୁମାର । ଏବେ ମୁମ୍ବାଇରେ ରହୁଥିବା ଏହି ଓଡ଼ିଆ ଯୁବକଙ୍କର ବୟସ ମାତ୍ର ୨୬ । ଏକ ନୂଆ ସିନେମାରେ ଅଭିନୟ ପାଇଁ ସେ ମନୋନୀତ ହେଇଛନ୍ତି । ଆଗାମୀ ଓଡିଆ ସିନେମା ଯୋଗୀ ରେ ଆର୍ଯ୍ୟନ ମୁଖ୍ୟ ନାୟକ ରୂପରେ ଦେଖାଦେବେ ।

ଆର୍ଯ୍ୟନଙ୍କର ପୈତୃକ ଘର ପୁରୀ ସହରରେ । କିନ୍ତୁ ତାଙ୍କ ବାପା ଏୟାର ଫୋର୍ସ ଅଧିକାରୀଭାବେ କାର୍ୟ୍ୟରତ ଥିବା ହେତୁ ସେ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି । ଏୟାର କ୍ରାଫ୍ଟ ଇଂଜିନିୟରିଂରେ ଡିଗ୍ରୀ କରିବା ପରେ ମୁମ୍ବାଇର କିଶୋର ନମିତ୍‌ ଆକ୍ଟିଂ ଇନ୍‌ଷ୍ଟିଚ୍ୟୁଟରେ ଆକ୍ଟିଂ କୋର୍ସ କରିଥିଲେ । ତା’ପରେ ସେ ପ୍ରଖ୍ୟାତ ଅଭିନେତା ଅନୁପମ ଖେରଙ୍କ ସହିତ ଥିଏଟର୍‌ ରେ କାମ କରିଥିଲେ । ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ନାନା ପାଟେକରଙ୍କ ସହକାରୀ ଭାବେ କନ୍ନଡ ସିନେମାରେ କାମ କରିଥିଲେ ।

ଏହି ସିନେମାର ବିଷୟରେ ଆର୍ଯ୍ୟନ କହିଥିଲେ ଯେ, “ପ୍ରଯୋଜକ ଶ୍ରୀଧର ମାର୍ଥା ସାର୍‌ ମୋତେ ଫୋନ୍‌ କରି ଏହି ଫିଲ୍ମର ଅଫର୍‌ ଦେଇଥିଲେ । ଯେହେତୁ ମୁଁ ଆଗରୁ କେତୋଟି ଓଡ଼ିଆ ମ୍ୟୁଜିକ୍‌ ଭିଡିଓ- ସାଥିୟା, ପ୍ରେମରେ ତୋର ଦିଓ୍ଵାନ ହେଲି ଓ ମୋର ମାଆରେ ମେଲ ଲିଡ୍‌ରେ କାମ କରି ସାରିଥିଲି ଏବଂ ନିଜେ ଜଣେ ଓଡ଼ିଆ , ତେଣୁ ଓଡ଼ିଆ ସିନେମାରେ ହିରୋ ହେବାର ଅଭିଳାଷ ଥିଲା । ମୁଁ ମାର୍ଥା ସାରଙ୍କ ଅଫର୍‌କୁ ସ୍ୱୀକାର କରିଲି ଓ ‘ଯୋଗୀ’ ରେ କାମ କରିଲି । ‘ଯୋଗୀ’ ରେ ମୋ’ ଅଭିନୀତ ଚରିତ୍ରର ନାଆଁ ହେଲା ପ୍ରଭୁ। କାହାଣୀ ଅନୁଯାୟୀ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ । ଆଉ ସେ ଜଣେ ଗାନ୍ଧିବାଦୀ ପରିବାରର ଝିଅକୁ ଭଲ ପାଉଛି” ।

ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଚଳଚିତ୍ର ଯୋଗୀରେ ଆର୍ଯ୍ୟନଙ୍କ ବିପକ୍ଷରେ ଅଛନ୍ତି ଓଲିଉଡର ଜଣାଶୁଣା ଶିଶୁ କଳାକାର ନିକିତା ।  ନିକିତା ବି ଶିଶୁ କଳାକାରରୁ ନାୟିକା ଭୂମିକାରେ ଅଭିନୟ କରିବାକୁ ବେଶ ପ୍ରସ୍ତୁତ ଅଛନ୍ତି । ଏହି ନୂଆ ଯୋଡିକୁ ଦରଶକେ ପସନ୍ଦ କରିବେ ବୋଲି ଜଣାଯାଉଛି ।

ବିଜୟ ମହାନ୍ତି, ଜୟୀରାମ ସାମଲ, ସ୍ନିଗ୍ଧା ମହାନ୍ତି ,ହର ରଥ ,ମନୋଜ ମିଶ୍ର,ଶ୍ୟାମଳେନ୍ଦୁ ଏବଂ ଅରବିନ୍ଦ ପ୍ରମୁଖ ମଧ୍ୟ ଏହି ଛବିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଦୀପକ କୁମାର ଏହାର ସଙ୍ଗୀତ ନିର୍ଦ୍ଦେଶକ।

ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ, ଆଗାମୀ ଓଡିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ   ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ,  ଆଗାମୀ ଓଡିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ

ପଢନ୍ତୁ, ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର

Related posts

Sambit Acahrya – A Young & Talented Actor Of Ollywood Industry

Jitendra

Amlan Das Ollywood Actor Biography Filmography

Jitendra

Jayaram Samal – Most Versatile Comedy Actor Of Odia Film Industry

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More