Spread the loveଆରୁଷି ହତ୍ୟାକାଣ୍ଡରୁ ତାଙ୍କ ପିତା ରାଜେଶ ଓ ମା ନୁପୁର ତଲୱାର ଙ୍କୁ ଆଲ୍ହାବାଦ ହାଇକୋର୍ଟ ଖଲାସ କରିବାକୁ ନେଇ ସିବିଆଇ ର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି... ପ୍ରମାଣ ଅଭାବରୁ ତଲୱାର ଦମ୍ପତି ନିର୍ଦୋଷ, ତେବେ ଆରୁଷି ହତ୍ୟାକାଣ୍ଡରେ ଦୋଷୀ କିଏ ?
Spread the love

ଆରୁଷି ହତ୍ୟାକାଣ୍ଡରୁ ତାଙ୍କ ପିତା ରାଜେଶ ଓ ମା ନୁପୁର ତଲୱାର ଙ୍କୁ ଆଲ୍ହାବାଦ ହାଇକୋର୍ଟ ଖଲାସ କରିବାକୁ ନେଇ ସିବିଆଇ ର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । କାରଣ ପ୍ରମାଣ ଅଭାବରୁ ତଲୱାର ଦମ୍ପତି ନିର୍ଦୋଷ ଏବୋଂ ତାଙ୍କୁ ଖଲାସ କରାଯାଇଛି । ତେଣୁ ସିବିଆଇ ଉପଯୁକ୍ତ ପ୍ରମାଣ ଯୋଗାଡ କରିବାରେ ବିଫଳ ହେଇଥିଲା ଏବେ ଚାରିଆଡେ ପ୍ରଶ୍ନ ।

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, ଆଋଷି ହତ୍ୟାକାଣ୍ଡରେ ତଲୱାର ଦମ୍ପତିଙ୍କ ସଂପୃକ୍ତି ନେଇ କୌଣସି ଠୋସ୍ ପ୍ରମାଣ ମିଳିନି । କେବଳ ଘଟଣା ଦିନ ରାତିରେ ଘରେ ଥିଲେ ବୋଲି ସେମାନେ ଦୋଷୀ ନୁହଁନ୍ତି । ଖଣ୍ଡପୀଠ କହିଛନ୍ତି ଯେ ଏହି ହତ୍ୟା ମାମଲାର ଯାଞ୍ଚ ତ୍ରୁଟିପୂର୍ଣ୍ଣ ଥିଲା ଏବଂ ଗ୍ରହଣଯୋଗ୍ୟ ପ୍ରମାଣ ଉପସ୍ଥାପନ କରିବାରେ ସିବିଆଇ ସକ୍ଷମ ହୋଇନାହିଁ । ହତ୍ୟା ପାଇଁ ତଲୱାର ଦମ୍ପତିଙ୍କ ପାଖରେ କୌଣସି ଉଦ୍ଦେଶ୍ୟ ନଥିଲା । ରାଜେଶ ତଲୱାର ଓ ନୁପୁର ତଲୱାର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ।

ଆରୁଷି ହତ୍ୟାକାଣ୍ଡରେ ତଲୱାର ଦମ୍ପତିଙ୍କୁ ଦୋଷୀ ହିସାବରେ ସିବିଆଇ ଗିରଫ କରିଥିଲା ଓ ସେମାନେ ଆଜୀବନ କାରାଦଣ୍ଡ ରେ ଗାଜିଆବାଦ ଜେଲ୍‌ରେ ବନ୍ଦୀ ଥିବା ରାଜେଶ ଏବଂ ନୂପୁରୁ ତଲଓ୍ଵାରଙ୍କୁ ଆସନ୍ତାକାଲି ଖଲାସ କରାଯିବ ବୋଲି ଜଣାପଡ଼ିଛି।

ଘଟଣାକ୍ରମେ, ୧୬ ମେ, ୨୦୦୮ ରେ ଡାକ୍ତର ଦମ୍ପତି ରାଜେଶ ଓ ନୂପୁର ତଲୱାରଙ୍କ ଝିଅ ଆରୁଷିକୁ ନୋଏଡା ଘରେ କେହି ହତ୍ୟା କରିଥିବା ଖବର ସାମ୍ନାକୁ ଆସେ । ସନ୍ଦେହ ଘେରକୁ ଆସେ ଘରେ କାମ କରୁଥିବା ଘରୋଇ ସହାୟକ ହେମରାଜ୍ । ୨୦୦୮ ମେ ୧୭ ତାରିଖ ଅର୍ଥାତ ଆରୁଷିଙ୍କ ହତ୍ୟା ପରଦିନ ତଲୱାର ପରିବାରର ଘର ପଛ ପଟରୁ ମିଳେ ହେମରାଜଙ୍କ  ମୃତଦେହ । ୨୦୦୮ ମେ ୧୮ ତାରିଖ ରେ ପ୍ରାଥମିକ ତଦନ୍ତରୁ ଡାକ୍ତରୀ ଅପରେସନ୍ ବେଳେ ବ୍ୟବହୃତ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜାଣିବାକୁ ପାଏ ପୁଲିସ୍ । ୨୦୦୮ ମେ ୨୩ ତାରିଖରେ ଡବଲ୍ ମର୍ଡର ଅଭିଯୋଗରେ ଗିରଫ ହୁଅନ୍ତି ଆରୁଷିର ବାପା ରାଜେଶ ତଲୱାର୍ ଓ ମା’ ନୂପର । ୨୬ ନଭେମ୍ବର ୨୦୧୩ ରେ ଆରୁଷି ଓ ହେମରାଜଙ୍କୁ ହତ୍ୟା କରିଥିବା ତଲୱାର ଦମ୍ପତି କୋର୍ଟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି । ଆଜୀବନ କାରାଦଣ୍ଡ ମିଳେ ତଲୱାର ଦମ୍ପତିଙ୍କୁ । ୧୨ ଅକ୍ଟୋବର ୨୦୧୭ ରେ  ରାଜେଶ ଓ ନୂପୁର ତଲୱାରଙ୍କୁ ଦୋଷମୁକ୍ତ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ପ୍ରମାଣ ଅଭାବରୁ ତଲୱାର ଦମ୍ପତି ନିର୍ଦୋଷ, ତେବେ ଆରୁଷି ହତ୍ୟାକାଣ୍ଡରେ ଦୋଷୀ କିଏ

Your email address will not be published. Required fields are marked *