Spread the loveବହୁଚର୍ଚ୍ଚିତ ଆରୁଷି ତଲଓ୍ଵାର ହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ତଲଓ୍ଵାର ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି। ଏଥି ସହ କୋର୍ଟ ଦମ୍ପତ୍ତିଙ୍କୁ ତୁରନ୍ତ ଜେଲରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି... ବହୁଚର୍ଚ୍ଚିତ ଆରୁଷି ତଲଓ୍ଵାର ହତ୍ୟା ମାମଲାରେ ତଲଓ୍ଵାର ଦମ୍ପତି ହେଲେ ଦୋଷ ମୁକ୍ତ
Spread the love

ବହୁଚର୍ଚ୍ଚିତ ଆରୁଷି ତଲଓ୍ଵାର ହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ତଲଓ୍ଵାର ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି। ଏଥି ସହ କୋର୍ଟ ଦମ୍ପତ୍ତିଙ୍କୁ ତୁରନ୍ତ ଜେଲରୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତି ପରେ ତଲଓ୍ଵାର ଦମ୍ପତ୍ତିଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି।

୨୦୧୩ ନଭେମ୍ବର ୨୬ରେ ରାଜେଶ ଓ ନୂପୁର ତଲଓ୍ଵାରଙ୍କୁ ତାଙ୍କ ଝିଅ ଆରୁଷି ଏବୋଂ ସେବାୟତ ହେମରାଜଙ୍କ ହତ୍ୟା ମାମଲାରେ ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଓ ତଲଓ୍ଵାର ଦମ୍ପତି ଗାଜିଆବାଦର ଡାସନା ଜେଲରେ ସଜା କାଟୁଥିଲେ ।  ସେମାନେ ସିବିଆଇ କୋର୍ଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ।

ଆହ୍ଲାବାଦ ହାଇକୋର୍ଟର ତଲଓ୍ଵାର ଦମ୍ପତ୍ତିଙ୍କ ଆବେଦନ ୨୦୧୬ ସେପ୍ଟେମ୍ବରରୁ ଜାରି ରହିଥିଲା। ୨୦୧୭ ଜାନୁଆରୀ ୧୧ରେ ଏହି ମାମଲାର ଶୁଣାଣି ପୁରା ହୋଇଥିଲା।  ହାଇକୋର୍ଟର ୨୦୧୭ ଅକ୍ଟୋବର ୧୨ରେ ଏହି ବହୁ ଚର୍ଚ୍ଚିତ ମାମଲାର ନିଷ୍ପତ୍ତି ଶୁଣାଇବା ପାଇଁ ତାରିଖ ନିର୍ଦ୍ଧାରିତ କରିଥିଲେ। ଆଜି ହାଇକୋର୍ଟ ତଲଓ୍ଵାର ଦମ୍ପତ୍ତିକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ବହୁଚର୍ଚ୍ଚିତ ଆରୁଷି ତଲଓ୍ଵାର ହତ୍ୟା ମାମଲାରେ ତଲଓ୍ଵାର ଦମ୍ପତି ହେଲେ ଦୋଷ ମୁକ୍ତ

Your email address will not be published. Required fields are marked *