Spread the loveନୋଏଡାର ବହୁଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ଆଜି (ଗୁରବାର) ଆହ୍ଲାବାଦ ହାଇକୋର୍ଟ ରାଜଶେ ତଲୱାଲ ଓ ନୂପୁର ତଲୱାରଙ୍କ ଆବେଦନ ଉପରେ ଶୁଣାଣି କରିପାରନ୍ତି । ତଲୱାର ଦମ୍ପତ୍ତି ଗାଜିଆବାଦ... ବହୁଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ତଲୱାର ଦମ୍ପତ୍ତିଙ୍କ ଆବେଦନ ଉପରେ ଆଜି ଶୁଣାଣି
Spread the love

ନୋଏଡାର ବହୁଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ଆଜି (ଗୁରବାର) ଆହ୍ଲାବାଦ ହାଇକୋର୍ଟ ରାଜଶେ ତଲୱାଲ ଓ ନୂପୁର ତଲୱାରଙ୍କ ଆବେଦନ ଉପରେ ଶୁଣାଣି କରିପାରନ୍ତି । ତଲୱାର ଦମ୍ପତ୍ତି ଗାଜିଆବାଦ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ଏମାନେ ହାଇକୋର୍ଟରେ ଆବେଦନ କରିଥିଲେ ।  ଗାଜିଆବାଦସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତ ଆରୁଷି ହତ୍ୟାକାଣ୍ଡରେ ୨୦୧୩ ନଭେମ୍ବର ୨୬ରେ ଆରୁଷିଙ୍କ ପିତା ରାଜେଶ ଓ ମାତା ନୂପୁରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ନିଜ ଝିଅକୁ ହତ୍ୟା କରିବା ଅଭିଯୋଗରେ ଏହି ଡାକ୍ତର ଦମ୍ପତି ଦାସନା ଜେଲରେ ସଜା କାଟୁଛନ୍ତି ।

ସୂଚନାଯୋଗ୍ୟ ୨୦୦୮ ମେ ୧୬ ତାରିଖରେ ନୋଏଡାର ଜଳବାୟୁ ବିହାର ଅଞ୍ଚଳରେ ୧୪ ବର୍ଷର ଆରୁଷିର ମୃତଦେହ ତାଙ୍କର ଘର ପରିସରରୁ ଜବତ ହୋଇଥିଲା । ତଦନ୍ତ ଆରମ୍ଭରୁ ଘରର ଚାକର ହେମରାଜ ଉପରେ ସନ୍ଦେହ ହୋଇଥିଲା । କିନ୍ତୁ ପରଦିନ ଅର୍ଥାତ ମେ ୧୭ ତାରିଖରେ ଘର ପଛ ପଟରୁ ହେମରାଜର ମୃତ ଦେହ ମଧ୍ୟ ମିଳିଥିଲା । ସମ୍ମାନ ପାଇଁ ଝିଅକୁ ବାପା, ମାଆ ମିଶି ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଥିଲା । ହେଲେ ଏହାକୁ ବିରୋଧ କରିଥିଲେ ତଲୱାର ଦମ୍ପତି । ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୬ ନଭେମ୍ବର ୨୦୧୩ରେ ରାଜେଶ ଓ ତାଙ୍କ ସ୍ତ୍ରୀ ନୁପୁର ତଲୱାରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ ।

ଏହି ମାମଲା ସେତେବେଳକୁ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଳଟିଥିଲା । ଦେଶର ସବୁଠାରୁ ଚର୍ଚ୍ଚିତ ଏହି ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରାମାନ କରାଯାଇଥିବାବେଳେ ଏକ ବହି ମଧ୍ୟ ପ୍ରକାଶ ପାଇଛି । ଏହି ରୋଚକ କାହାଣୀ ଉପରେ ଏକ ବଲିଉଡ ଫିଲ୍ମ ମଧ୍ୟ ନିର୍ମାଣ ସରିଛି । ଏହା ପରେ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେଇଥିଲେ । ସେହି ଦିନଠାରୁ ଏହି ମାମଲା କୋର୍ଟରେ ଚାଲିଛି ।

ବହୁଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ତଲୱାର ଦମ୍ପତ୍ତିଙ୍କ ଆବେଦନ ଉପରେ ଆଜି ଶୁଣାଣି

ପଢନ୍ତୁ, ଭଲିବଲ ଖେଳାଳି ସିରିସା କରାମୀଙ୍କ ପାଇଁ ପୂରା ଦେଶ ଗର୍ବିତ – କ୍ରିକେଟ କିମ୍ବଦନ୍ତୀ ତାରକା ସଚିନ ତେନ୍ଦୁଲକର । 

Your email address will not be published. Required fields are marked *