Spread the loveସେ ଓଡିଆ ଆଲବମ ହେଉ କିମ୍ବା ସିନେମା ସବୁବେଳେ ଚର୍ଚ୍ଚାରେ ଥାନ୍ତି ନାୟିକା ଦେବଯାନୀ । ଅଭିନୟ, ନୃତ୍ୟ ସେ ସବୁଥିରେ ନିପୁଣ । ଏବେ ବହୁତ ଦିନର ବ୍ୟବଧାନ... ଚର୍ଚ୍ଚିତ ନାୟିକା ଦେବଯାନୀ ଏବେ ଆକ୍ସନ ମୁଡରେ, ଯାଣନ୍ତୁ ଘଟଣାଟି କ’ଣ
Spread the love

ସେ ଓଡିଆ ଆଲବମ ହେଉ କିମ୍ବା ସିନେମା ସବୁବେଳେ ଚର୍ଚ୍ଚାରେ ଥାନ୍ତି ନାୟିକା ଦେବଯାନୀ । ଅଭିନୟ, ନୃତ୍ୟ ସେ ସବୁଥିରେ ନିପୁଣ । ଏବେ ବହୁତ ଦିନର ବ୍ୟବଧାନ ପରେ ଆକ୍ସନ ମୁଡରେ ଅଛନ୍ତି ଏହି ନାୟିକା । ଆଜ୍ଞା ହଁ, ନାୟିକା ଦେବଯାନୀଙ୍କୁ ଆପଣ ଦେଖିବେ ପୁଲିସ ଅଫିସର ଭୂମିକାରେ । ସିଧାସଳଖଭାବେ କହିବାକୁ ଗଲେ ରାୟ ମିଡିଆ କମ୍ୟୁନିକେସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ସିନେମା ‘ଅଜାତ ଶତ୍ରୁ’ ନାୟିକା ଭୂମିକାରେ ଆସୁଛନ୍ତି।

ଦେବଯାନୀଙ୍କ ବିପକ୍ଷରେ ନଜର ଆସିବେ ନବାଗତ ସୋହମ୍‌ ସିଂହ । ଏହି ସିନେମାରେ ଆଉଜଣେ ନାୟିକା ବି ଅଛନ୍ତି। ସେ ହେଲେ ନବାଗତା ସାଧ୍ୱୀ। ଏମାନଙ୍କ ବ୍ୟତୀତ ମନୋଜ ମିଶ୍ର, ଶକ୍ତି ବରାଳ, ସଲିଲ ମିତ୍ର ଓ କାଳୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ଦେବଯାନୀ ଏଥିରେ ଏକ ଦମଦାର ଚରିତ୍ର ପାଇଥିବା ହେତୁ ଖୁବ୍‌ ଉତ୍ସାହିତ ଅଛନ୍ତି। ଏଥିରେ ତ୍ରିକୋନୀୟ ପ୍ରେମ କାହାଣୀ ଦେଖିବାକୁ ମିଳିବ । କାହାନୀତି ଟିକେ ଦମଦାର । ହେରୋଙ୍କ ବିପକ୍ଷରେ ଦୁଇ ଜଣ ନାୟିକା । କିଏ ବାଜି ମାରୁଛି ସିନେମାଟି ଦେଖିଲେ ଜଣାପଡିବ । ଶୁଟିଙ୍ଗ ସଋ ସଋ ଆସିଲାଣି । ଆଉ ମାତ୍ର କିଛିଦିନ ପରେ ପରଦା ଉପରେ ରାଜ କରିବ ଅଜାତ ଶତ୍ରୁ ।

ଚର୍ଚ୍ଚିତ ନାୟିକା ଦେବଯାନୀ ଏବେ ଆକ୍ସନ ମୁଡରେ, ଯାଣନ୍ତୁ ଘଟଣାଟି କ’ଣ

ପଢନ୍ତୁ, ତରଙ୍ଗ ବ୍ୟାନର ଜରିଆରେ ନିଜ ଅଭିନୟ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଏହି କଳାକାର ମାନେ

Your email address will not be published. Required fields are marked *