News

ଯୋଡାମୁଣ୍ଡର ଅସ୍ତ୍ରୋପଚାର ପରେ ଜଗା-ବଳିଆଙ୍କ ଅବସ୍ଥା ସ୍ଥିର, ଅଲଗା ଅଲଗା ଚାଲିଛି ଚିକିତ୍ସା

ଯୋଡାମୁଣ୍ଡର ଅସ୍ତ୍ରୋପଚାର ପରେ ଜଗା-ବଳିଆଙ୍କ ଅବସ୍ଥା ସ୍ଥିର, ଅଲଗା ଅଲଗା ଚାଲିଛି ଚିକିତ୍ସା

କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ । ଯୋଡାମୁଣ୍ଡର ଅସ୍ତ୍ରୋପଚାର ପରେ ଅଲଗା ଅଲଗା ଚାଲିଛି ଚିକିତ୍ସା । ଆଇସିୟୁ ଅଛନ୍ତି ଏବେ ଦୁଇ ଶିଶୁ । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଏମାନେ । ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ କହୁଛନ୍ତି । ତଥାପି ସଙ୍କଟ ଟଳିନି । ଯୋଡାମୁଣ୍ଡକୁ ଅଲଗା କରିବା ପରେ ଦୁଇ ଶିଶୁଙ୍କ ମସ୍ତିଷ୍କ ଟିସୁ, ଶିରା ପ୍ରଶିରା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକ ଅଲଗା କରାଯାଇଛି । ଉଭୟ ଶିଶୁଙ୍କ ମସ୍ତିଷ୍କ ଏବେ ସ୍ୱତନ୍ତ୍ର ଭାବେ କାମ କରୁଛି ।

ଶିଶୁଙ୍କ ମସ୍ତିଷ୍କ ଏବେ ସ୍ୱତନ୍ତ୍ର ଭାବେ କାମ କରୁଛି ବୋଲି ଆଶ୍ୱାସନାର ଖବର ଦେଇଛନ୍ତି ସ୍ନାୟୁ ନିଶ୍ଚେତକ ପ୍ରଫେସର ଡାକ୍ତର ଗିରିଜା ରଥ । ଜଗା ହାତ ହଲାଉଥିବା ଡାକ୍ତରମାନେ ଦେଖିବାକୁ ପାଉଛନ୍ତି । ଜଗାର  ପ୍ରଥମ ହାତ ହଲା ଦେଖି ଡାକ୍ତରମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ।

ଜଗା-ବଳିଆଙ୍କ ବୟସ ୨ବର୍ଷ ୩ମାସ ହୋଇଥିବାବେଳେ ଭାରତୀୟ ଚିକିତ୍ସା ବିଜ୍ଞାନର ପ୍ରଥମ ବିରଳ ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ମୁଣ୍ଡକୁ ପୃଥକ୍ କରାଯାଇପାରିଛି । ଏମ୍ସ ଡାକ୍ତରଙ୍କ ମତରେ ଆଗାମୀ କିଛି ଦିନ ବହୁ ଗୁରୁତ୍ୱପୂଣ୍ଣ । ଏହି ସମୟ ମଧ୍ୟରେ ଦୁଇଟି ଶରୀର ଓ ଦୁଇଟି ମସ୍ତିଷ୍କ ସ୍ୱତନ୍ତ୍ର ଭାବେ କାମ କରିବାକୁ ସ୍ୱାଭାବିକ ଭାବେ ପ୍ରୟାସ କରିବେ ଏବଂ ଏଥିରେ ଉଭୟ ସକ୍ଷମ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ସେପଟେ ହୃତପିଣ୍ଡ, ଫୁସଫୁସ ଏବଂ କିଡନୀକୁ ସ୍ୱଭାବିକ ରକ୍ତ ସଂଚାଳନ ଉପରେ ଡାକ୍ତର ଗୁରୁତ୍ୱ ଦେବେ ।

ଏଣେ ଲୋକଲୋଚନରେ ଏହି ଅସ୍ତ୍ରୋପଚାର ଖବର ପ୍ରକାଶ ପାଇବା ପରେ ସମସ୍ତେ ତାଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି । ଉଭୟ ଶିଶୁଙ୍କ ପାଇଁ କନ୍ଧମାଳରୁ ନେଇ ଭୁବନେଶ୍ଵର ଏବୋଂ ଆହୁରି ବହୁ ସ୍ଥାନରେ ପୂଜା ଅର୍ଚନା ଚାଲିଛି ।

ଯୋଡାମୁଣ୍ଡର ଅସ୍ତ୍ରୋପଚାର ପରେ ଜଗା-ବଳିଆଙ୍କ ଅବସ୍ଥା ସ୍ଥିର, ଅଲଗା ଅଲଗା ଚାଲିଛି ଚିକିତ୍ସା

ପଢନ୍ତୁ, ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀ, ୧୮ରନ୍‌ ସଂଗ୍ରହ କରି କଲେ ରେକର୍ଡ

Related posts

ମୁମ୍ବାଇରେ ଭୁଶୁଡ଼ିଲା ବିଲ୍ଡିଂ, କୋଠା ତଳେ ଫସି ରହିଛନ୍ତି ୪୦ରୁ ଊର୍ଦ୍ଧ୍ଵ ଲୋକ

Ratnamani Moharana

Five Odisha Players Got Selected In Indian Women’s Hockey Team

ENO Beuro

ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ଆହତ ହେଇଥିବା ଛୋଟ ଝିଅ ଶୀତଲ ପଟ୍ଟନାୟକ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା

ENO Beuro

1 comment

Leave a Comment