Spread the loveଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ ଓଡ଼ିଶାର ପଦକ ସଂଖ୍ୟା ୩ରେ ପହଞ୍ଚିଛି।... ଅମିୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି
Spread the love

ଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାକୁ ମିଶାଇ ଓଡ଼ିଶାର ପଦକ ସଂଖ୍ୟା ୩ରେ ପହଞ୍ଚିଛି। ଏହା ପୂର୍ବରୁ ଶନିବାର ପ୍ରଥମ ଦିବସରେ ଓଡ଼ିଆ ଝିଅ ଜଉନା ମୁର୍ମୁ ୪୦୦ ମିଟର ବାଧାଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ।

ରବିବାର ଅପରାହ୍ନରେ ଗୁଣ୍ଟୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଅନୁଷ୍ଠିତ ୨୦୦ ମିଟର ଦୌଡ଼ ଫାଇନାଲରେ ଅମିୟ ୨୧.୬୫ ସେକେଣ୍ଡ ସମୟ ସହ ପ୍ରଥମ ହୋଇଥିଲେ। ତାଙ୍କ ପଛକୁ ମଣିପୁରର ବିପିନ କୁମାର ୨୧.୮୫ ସେକେଣ୍ଡ ସହ ରୌପ୍ୟ ଓ ହରିୟାଣାର ପ୍ରବୀଣ ୨୨.୦୧ ସେକେଣ୍ଡ ସହ କାଂସ୍ୟ ପଦକ ପାଇଛନ୍ତି।

ମହିଳା ବିଭାଗର ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ୨୪.୧୮ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲା ବେଳେ ପଶ୍ଚିମ ବଙ୍ଗର ଅନେ୍ଵଶା ରଏ ପ୍ରଧାନ ୨୪.୩୭ ସେକେଣ୍ଡ ସହ ରୌପ୍ୟ ଓ ସୋନିଆ ବୈଶ୍ୟ ୨୪.୮୫ ସେକେଣ୍ଡରେ କାଂସ୍ୟ ପଦକ ପାଇଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ଏସୀୟ ଦୌଡ଼କୁଦରେ କାଂସ୍ୟ ପଦକ ଜିତିଥିବା ଦୂତି ଚାନ୍ଦ ଆଜି ମହିଳା ୧୦୦ ମିଟରରେ ଅବତୀର୍ଣ୍ଣ ହେବେ। ଆଜିର ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବା ପରେ ମଙ୍ଗଳବାର ପୂର୍ବାହ୍ନରେ ସେମିଫାଇନାଲ୍‌ ଏବଂ ସଂଧ୍ୟାରେ ଫାଇନାଲ୍‌ ଖେଳାଯିବ। ଦୂତି ଏଥିରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ଅମିୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି

No comments so far.

Be first to leave comment below.

Your email address will not be published. Required fields are marked *