ମୁଣ୍ଡ ବିନ୍ଧା ସହ ବାନ୍ତିରୁ ଉପଶମ ଦେବ ଲବଙ୍ଗ

Cc

ଲବଙ୍ଗରେ ବହୁ ଉପକାରିତା ଗୁଣ ରହିଥାଏ, ଯହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସାଧାରଣତଃ ଲୋକେ ଏହାକୁ ଗରମ ମସଲା ରୂପେ ବ୍ୟବହାର କରିଥାନ୍ତି। ପଲୋଉ ଓ ବିରିୟାନୀରେ ଲବଙ୍ଗକୁ ଅଧିକ ମାତ୍ରରେ ବ୍ୟବହାର କରାଯାଏ। ଜାଣନ୍ତୁ ଏହାର ଉପକାରିତା ବିଷୟରେ ଯାହା ଆପଣଙ୍କୁ ଚକିତ କରିଦେବ।

୧)  ଏକ ଚିମୁଟା ଲବଙ୍ଗ ପାଉଡର ନେଇ ସେଥିରେ ୧ ଚାମଚ ମହୁ ମିଶାଇ ସେବନ କଲେ ବାନ୍ତିରୁ ଉପଶମ  ମିଳିଥାଏ।

୨)  ନାଲି ଚା ରେ ଲବଙ୍ଗ ଫୁଟାଇ ପିଇବା ଦ୍ୱାରା ଜ୍ୱର, ସର୍ଦ୍ଧି  ବହୁତ ଶିଘ୍ର ଭଲ ହୋଇଥାଏ।

୩)  ଲବଙ୍ଗ ଓ ରସୁଣ କୋଲା କୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପାଣି ବା ମହୁ ସହ ସେବନ କଲେ ଥଣ୍ଡା, କାଶ ଓ କଫରୁ ଆରମ ମିଳେ।

୪)  ତାୱରେ ଲବଙ୍ଗକୁ ଗରମ କରି ପାଟି କଳରେ ଜାକିଲେ କଫରୁ ଆରମ ମିଳେ।

୫) ଏକ କପ୍‍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା    ଦୂର ହୋଇଥାଏ।

ପଢନ୍ତୁ: ଆପଣ ଜାଣନ୍ତିକି! ଧନିଆର ଚମତ୍କାରୀ ଗୁଣ ବିଷୟରେ

Related posts

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

ବର୍ଷା ଦିନରେ ପାଆନ୍ତୁ ଡାଇରିଆରୁ ମୁକ୍ତି, ଜାଣନ୍ତୁ କିପରି

ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି