ହର ରଥ – ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି

ହର ରଥ, ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି । ଏହି ଫିଲ୍ମରେ ଜଣେ  ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର  ଆସିବେ ବୋଲି  କୁହାଯାଉଛି । ଯୋଗୀର  ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟ  ଦେଉଛନ୍ତି “ଆଣ୍ଟି  ନମସ୍କାର” ଫେମ୍‌  ନିର୍ଦ୍ଦେଶକ ନିରଞ୍ଜନ  ବେହେରା ।

ଏହାର କାହାଣୀ ଲେଖିଛନ୍ତି  ଛବିତା ମାର୍ଥା ଓ ସଂଳାପ  ରଚନା କରିଛନ୍ତି ଡ଼.ରଜନୀରଞ୍ଜନ । ଦୀପକ କୁମାର ଏହାର ସଙ୍ଗୀତ ନିର୍ଦ୍ଦେଶକ । ହ୍ୟୁମାନ ସାଗର, ସୌରେନ ଭଟ୍ଟ, ପମି, ସତ୍ୟଜିତ, ଅସୀମା, ସଞ୍ଜୁ ଓ ତାରିକ ଙ୍କ ଭଳି ସୁନାମଧାନ୍ୟ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି ।

ଏହି ଫିଲ୍ମରେ ବିଜୟ ମହାନ୍ତି, ମନୋଜ ମିଶ୍ର, ସ୍ମିତା ମହାନ୍ତି, ଦେବ, ତାନିୟା, ଜୟୀ, ବିଜୁ ବଡଜେନା, ଦେବୁବ୍ରମହା, ଓ ପିଣ୍ଟୁ ନନ୍ଦଙ୍କ ସମେତ କେତେ ଜଣ ନାମୀ କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି ।

ହର ରଥ ପ୍ରଥମେ  ସହକାରୀ  ନିର୍ଦ୍ଦେଶକ  ଭାବେ ପ୍ରଖ୍ୟାତ  ନର୍ଦ୍ଦେଶକ  ରାଜୁ ମିଶ୍ରଙ୍କ ସହକାରୀ  ଭାବେ  କାର୍ଯ୍ୟ ଆରମ୍ଭ କରିଥିଲେ ଓଲିଉଡରେ ।ହେଲେ  ପରେ ଅଭିନେତାଭାବେ ଖ୍ୟାତି  ଅର୍ଜନ କରିଲେ ।

ସେ  ଛୋଟପରଦାରେ  ଅଭିନେତା ଭାବେ ଲୋକପ୍ରିୟତା ହାସଲ  କରିଥିଲେ । ବହୁତ ଗୁଡିଏ ଗୀତ ଆଲବମ, ଧାରାବାହିକରେ ନିଜର ଖ୍ୟାତି ଅର୍ଜନ କଲାପରେ ଏବେ ବଡ ପରଦାର ଏକ ସଫଳ ନାୟକ । ବନ୍ଦେ ଉତ୍କଳ ଜନନୀ , ଏସିପି ରଣବୀର୍‌, ମୀମାଂସା, କେହି ନୁହେଁ କାହାର ସମେତ  ଅନେକ  ଓଡ଼ିଆ ଛବିରେ ଅଭିନୟ  କରିଛନ୍ତି ।

 

Related posts

ଫିଲ୍ମ ‘ଦଙ୍ଗଲ୍‌’ ଚୀନ୍‌ରେ ନେଲା ଶୀର୍ଷସ୍ଥାନ

ନିର୍ଦ୍ଦେଶକ ରତିକାନ୍ତ ସାହୁଙ୍କ ନୂଆ ଓଡିଆ ଚଳଚ୍ଚିତ୍ର ନଟଖଟ ରୋମେଓ ଶୁଭ ମହୁରତ

ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି – ପ୍ରେମରେ ପଡ଼ିଲାପରେ ଓ ଟିକେ ଅନାଡି ପୁରା ଖିଲାଡ଼ି