କର୍କଟ ରୋଗ ସହ ଓଜନକୁ ନିୟନ୍ତ୍ରଣ କରିଥାଏ ସଜନା ଛୁଇଁ, ଜାଣନ୍ତୁ କିପରି

Untitled 1

ଗାଁ ଓ ସହରରେ ସହଜରେ ମିଳୁଥିବା ସଜନା ଛୁଇଁ ଲୋକଙ୍କର ବେଶ ପ୍ରିୟ। ମାତ୍ର ଏହା ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ଏହା ହୁଏତ ବହୁତ କମ ଲୋକ ଜାଣିଥିବେ । ଏଥିରେ ଥିବା ଜିଙ୍କ, ଭିଟାମିନ୍ସ, କ୍ୟାଲସିୟମ ଏବଂ ଆଇରନ ଭଳି ଗୁଣ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ଦୂରରେ ରଖିଥାଏ । ଆସନ୍ତୁ ଜାଣିବା ଏହାର କେତେକ ଉପକାରୀ ଗୁଣ ସମ୍ପର୍କରେ।

୧) ଯକୃତକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ସଜନା ଛୁଇଁ। ଏହାକୁ ନିଜ ଡାଏଟରେ ସାମିଲ କରିପାରିବେ।

୨) ମୋଟାପଣରେ ଆପଣ ଯଦି ଅତିଷ୍ଠ ହୋଇଗଲେଣି ତେବେ ସଜନା ଛୁଇଁ ଦେବା ମୋଟାପଣରୁ ମୁକ୍ତି। ଏଥିରେ କମ କ୍ୟାଲୋରୀ ସହ ଅଧିକ ଫାଇବର ରହିଥାଏ । ଯାହା ଭୋକକୁ କମ କରାଇଥାଏ ଏବଂ ଓଜନକୁ ନିୟନ୍ତ୍ରଣ କରିଥାଏ ।

moringa

୩) ସଜନା ଛୁଇଁ ଖାଇବା ଦ୍ୱାରା ମସ୍ତିଷ୍କ ସକ୍ରିୟ ହେବା ସହ ସ୍ମରଣଶକ୍ତି ବଢ଼ିଥାଏ । ଏଥିରେ ଥିବା ଭିଟାମିନ୍‌ ସି, ଇ ଏବଂ ଉଚ୍ଚ ଆଣ୍ଟି-ଅକ୍ସିଡାଣ୍ଟ ଅବସାଦକୁ ଦୂରରେ ରଖିଥାଏ ।

୪) ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରେ ଥିବା କର୍କଟ କୋଷିକା ସହ ଲଢ଼ିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।

Moringa 

ପଢନ୍ତୁ: ଘରୋଇ ଉପଚାର ମାଧ୍ୟମରେ ପାଆନ୍ତୁ ମୁଖକେଶରୁ ମୁକ୍ତି

Related posts

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

ବର୍ଷା ଦିନରେ ପାଆନ୍ତୁ ଡାଇରିଆରୁ ମୁକ୍ତି, ଜାଣନ୍ତୁ କିପରି

ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି