ଦଉଡ଼ି ଡିଆଁ ଖେଳି, ସରଳ ଏବଂ ଅଧିକ ଲାଭ ଯୁକ୍ତ ବ୍ୟାୟାମର ଫାଇଦା ଉଠାନ୍ତୁ

ନିୟମିତ ରୂପେ ବୟାମ ସ୍ୱାସ୍ଥ୍ୟପାଇଁ ଭଲ, କିନ୍ତୁ ଏଥିପାଇଁ ଆବଶ୍ୟକ ସମୟ ଦରକାର । କିନ୍ତୁ ଯଦି ଆପଣ କମ ସମଯ ଭିତରେ ଅଧିକ ଲାଭଯୁକ୍ତ ବ୍ୟାୟମ ବିଷୟରେ ଭାବୁଛନ୍ତି ତେବେ ଦଉଡ଼ି ଡିଆଁ ବା ସ୍କିପିଂ ଠାରୁ ବଳି ଉପଯୁକ୍ତ ବ୍ୟାୟାମ ଆଉ କିଛି ନାହିଁ । ନିୟମିତ ରୂପେ ଦଉଡ଼ି ଡିଆଁ ଖେଳି, ସରଳ ଏବଂ ଅଧିକ ଲାଭ ଯୁକ୍ତ ବ୍ୟାୟାମର ଫାଇଦା ଉଠାନ୍ତୁ । ଏଥିପାଇଁ ସମୟସୀମା କିଛି ନାହିଁ କି ବୟସସୀମା ମଧ୍ୟ କିଛି ନାହିଁ । ଆପଣ ଏହାକୁ ସକାଳେ କିମ୍ବା ସନ୍ଧ୍ୟାରେ କରିପାରିବେ ।

ଉପକାରିତା:

  • ପ୍ରତିଦିନ ୧୦ ମିନିଟ ଦଉଡ଼ି ଡିଆଁ କରିବା ଫଳରେ ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ଠିକ ରହିଥାଏ । ଯାହାଦ୍ୱାରା ଆପଣଙ୍କୁ ହୃଦୟ ଜନିତ ରୋଗରୁ ରକ୍ଷା ମିଳିଥାଏ ।
  • ପ୍ରତିଦିନ ୧୦ ରୁ ୧୫ ମିନିଟ ଧରି ଏହି ବ୍ୟାୟାମଟିକୁ କରିବା ଫଳରେ ଶରୀରରୁ ଅତିକମ୍‌ରେ ୨୦୦ରୁ ୨୫୦ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଯଦି ଆପଣ ନିଜର ମୋଟାପଣକୁ ନେଇ ଚିନ୍ତିତ ତେବେ ଏହି ବ୍ୟାୟାମ ଆପଣଙ୍କୁ ଓଜନ କମାଇବାରେ ସହାୟକ  ହେବ ।
  • ନିୟମିତ ଏହି ବ୍ୟାୟାମ କରିବା ଦ୍ୱାରା ହାତ ଏବଂ ଗୋଡ଼ର ହାଡ଼ ମଜଭୂତ ହୋଇଥାଏ । ତ୍ୱଚାରେ ଚମକ ଆସିଥାଏ । ଏହା ସହ ଆଣ୍ଠୁଗଣ୍ଠିରେ ବ୍ୟଥାଠାରୁ ରକ୍ଷା ମିଳେ ।
  • ଏହି ବ୍ୟାୟାମ କରିବା ଦ୍ୱାରା ମସ୍ତିଷ୍କ ଶକ୍ତି ବଢ଼ିଥାଏ । ଏହାଦ୍ୱାରା ମଧ୍ୟ ଶିଶୁମାନେ ଡ଼େଙ୍ଗା ହୋଇଥାନ୍ତି ।

କେତେବେଳେ ଓ କେମିତି କରିବେ:

  • ଖାଦ୍ୟ ଖାଇବାର ଦୁଇଘଣ୍ଟା ପୂର୍ବରୁ ଅଥବା ଖାଇବାର ଦୁଇଘଣ୍ଟା ପରେ ଏହାକୁ କରନ୍ତୁ ।
  • ବ୍ୟାୟାମ କରିବାର ପ୍ରଥମ ୫ ମିନିଟ ପୂର୍ବରୁ କିଛି ହାଲକା ବ୍ୟାୟାମ କରିନିଅନ୍ତୁ । ଫଳରେ ଆପଣଙ୍କର ଶରୀର ଡ଼େଇଁବା ପାଇଁ ପ୍ରସ୍ତୁତ ହୋଇଯିବ ।

ପଢନ୍ତୁ ମୁଭି ନ୍ୟୁଜ ବିଷୟରେ  ।

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ