ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ ମାଆଙ୍କୁ ଧ୍ୟାନ ରଖିବା ଉଚିତ୍ ଏହି ୪ଟି କଥା

Side

ପ୍ରତ୍ୟେକ ମାଆ ଚାହାନ୍ତି ଯେ ନିଜ ପିଲାଙ୍କ ଭବିଷ୍ୟତ କିପରି ଉଜ୍ବଳ ହେବ ଏବଂ ତାଙ୍କ ପିଲା କିପରି ଭଲ ମଣିଷ ହେବ। ଏଥିପାଇଁ ପ୍ରତ୍ୟେକ ମାଆ ନିଜ ପିଲାଙ୍କୁ ସ୍କୁଲ୍ ପଠାଇଥାଆନ୍ତି। କିନ୍ତୁ ନିଜ ପିଲାଙ୍କୁ ସ୍କୁଲକୁ ପଠାଇବା ସମୟରେ ଏକ ମାଆକୁ ଅନେକ କଥା ପ୍ରତି ଧ୍ୟାନ ଦେବାର ଆବଶ୍ୟକ ପଡ଼ିଥାଏ ଯାହା ତାଙ୍କ ସାମାଜିକ ବିକାଶ ସୁରକ୍ଷା ଦିଗରେ ସାହାଯ୍ୟ କରିଥାଏ। ଆଜିକାଲି ଛୋଟ ଛୁଆଙ୍କୁ ସବୁଠୂ ପ୍ରଥମେ ପ୍ଲେ ସ୍କୁଲ୍ ପଠାଯାଉଛି। ଏପରି ପରିସ୍ଥିତିରେ ସବୁଠୁ ଅଧିକ ମାଆକୁ ନିଜ ପିଲାର ଯତ୍ନ ନେବାକୁ ପଡ଼ିଥାଏ। ଏଥିପାଇଁ ଆଜି ଆମେ ଜାଣିବା ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ମାଆକୁ କେଉଁ ଜିନିଷ ପ୍ରତି ଧ୍ୟାନ ରଖିବାକୁ ପଡ଼ିଥାଏ।

୧) ପିଲାର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ- ପିଲା ପରସ୍ପର ସହିତ ଝଗଡ଼ା ଏବଂ ଲଢ଼େଇ କରୁଥାଆନ୍ତି କିନ୍ତୁ ଅନ୍ୟ ପିଲା ଆପଣଙ୍କ ପିଲାଙ୍କୁ ହଇରାଣ କରିବା ଡର ଆପଣଙ୍କୁ ସବୁବେଳେ ଘାରିଥାଏ। ଅଧିକାଂଶ ସ୍କୁଲ୍ ଯାଉଥିବା କିଛି ପିଲାଙ୍କୁ ସ୍କୁଲ୍ ଯିବାର ମନ ହୁଏ ନାହିଁ। ଏଥିପାଇଁ ଆପଣଙ୍କ ପିଲାଙ୍କ ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ।

୨) ଆପଣ ନିଜର ପାଣି ବୋତଲ,ସିପର ଏବଂ ଆପଣଙ୍କ ପିଲା ଯେଉଁ ଖେଳନାରେ ଖେଳିଥାଏ କିମ୍ବା ପାଟିରେ ପୂରାଇଥାଏ। ଏହାକୁ ଫୁଟାଇ ସଫା କରିବେ ଏବଂ ଏହି କଥାକୁ ବି ଧ୍ୟାନ ରଖିବେ ଯେ ସେଗୁଡ଼ିକ ଛୁଇଁବା ପୂର୍ବରୁ ଆପଣ ନିଜର ହାତକୁ ଭଲ ଭାବେ ଧୋଇଛନ୍ତି କି ନାହିଁ। ଏଥିପାଇଁ ଆପଣଙ୍କ ପିଲାଙ୍କୁ ସ୍କୁଲରେ ଭର୍ତ୍ତି କରିବା ପୂର୍ବରୁ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ ଯେ ସେଠାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ରଖାଯାଉଛି ନା ନାହିଁ।

୩) ପିଲାଙ୍କୁ ଶିଖାନ୍ତୁ ଉଚିତ ଶିଷ୍ଟାଚାର: ଆପଣ ଏବେ ଯାଏଁ ଆପଣଙ୍କ ପିଲାଙ୍କୁ ନମସ୍ତେ,ପ୍ଲିଜ,ଥ୍ୟାଙ୍କ ୟୁ ଏବଂ ସରି କହିବା ଶିଖାଇସାରିଥିବେ କିନ୍ତୁ ଏହି କଥା ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ ଯେ ଆପଣଙ୍କ ପିଲା ଉପଯୁକ୍ତ ଶିଷ୍ଟାଚାର ଶିଖିଛି କି ନାହିଁ।

୪) ଆପଣଙ୍କ ପିଲାର ସୁରକ୍ଷା ପ୍ରତି ରଖନ୍ତୁ ଧ୍ୟାନ: ଯେଉଁ ସ୍କୁଲରେ ଆପଣଙ୍କ ପିଲା ପଢ଼ିବାକୁ ଯାଇଥାଏ ତାହା କେତେ ସୁରକ୍ଷିତ। ଆପଣଙ୍କ ପିଲାର ସୁରକ୍ଷା ଆପଣଙ୍କ ପ୍ରଥମ ପ୍ରାଥବିକତା ହେବା ଆବଶ୍ୟକ।

ପଢନ୍ତୁ: ମୁଣ୍ଡ ବିନ୍ଧା ସହ ବାନ୍ତିରୁ ଉପଶମ ଦେବ ଲବଙ୍ଗ

Related posts

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

ବର୍ଷା ଦିନରେ ପାଆନ୍ତୁ ଡାଇରିଆରୁ ମୁକ୍ତି, ଜାଣନ୍ତୁ କିପରି

ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି

1 Comment

ଘରୋଇ ଉପଚାର ମାଧ୍ୟମରେ ପାଆନ୍ତୁ ମୁଖକେଶରୁ ମୁକ୍ତି June 24, 2019 - 3:21 pm

[…] ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ… […]

Add Comment