ମହାଭାରତ ଧାରାବାହିକର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତୀଶ ଭରଦ୍ୱାଜ ଙ୍କ ଅଭିନୟ ଜୀବନ

ମହାଭାରତ ଧାରାବାହିକରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତୀଶ ଭରଦ୍ୱାଜଙ୍କୁ କିଏବା ନଜାଣେ । ଭଗବାନ ଶ୍ରୀକୃଷ୍ଣଙ୍କୁ  ପରଦା ଉପରେ ଯଦି କେହି ଜୀବନ୍ତ କରିଛନ୍ତି ତେବେ ସେ ହେଉଛନ୍ତି ନୀତୀଶ ଭରଦ୍ୱାଜ । ତାଙ୍କର ଅଭିନୟର ଯାଦୁରେ ଦର୍ଶକେ ଆଜି ବି ବନ୍ଧା।

କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ  ନୀତୀଶ ଅଭିନୟକୁ ନିଜର କ୍ୟାରିୟର କରିବାପାଇଁ ପ୍ରାଣୀ ଚିକିତ୍ସକ ପଦକୁ ପଛରେ ପକାଇ ଦେଇଥିଲେ । ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ୍ୟ ।  ପରଦା ଉପରକୁ ଆସିବା ପୂର୍ବରୁ ନୀତୀଶ ଜଣେ ପ୍ରାଣୀ ଚିକିତ୍ସକ ଡାକ୍ତର ଥିଲେ।  ତାଙ୍କ ପରିବାର ଲୋକେ ଚାହୁଁଥିଲେ ନୀତୀଶ ଜଣେ ଡାକ୍ତର ହୁଅନ୍ତୁ।   କିନ୍ତୁ  ସେ ମାନବ ଚିକିତ୍ସକ ନ ହୋଇ ପଶୁ ଚିକିତ୍ସକ  ହେବାକୁ ଚାହୁଁଥିଲେ। କାରଣ ସେ ସିଂହ ଓ ଘୋଡ଼ାକୁ ଖୁବ୍‌ ପସନ୍ଦ କରୁଥିଲେ। ସେଥିପାଇଁ ସେ ସହଯୋଗୀ ପ୍ରାଣୀ  ଚିକିତ୍ସକ ଭାବେ ରେସକୋର୍ସରେ ଯୋଗ ଦେଇଥିଲେ।

କିନ୍ତୁ ଏ କାମ ତାଙ୍କୁ ସେତେଟା ଖୁସି କରିପାରିନଥିଲା । ପିଲାବେଳୁ ତାଙ୍କ ଭିତରେ ଅଭିନୟ କଳାଟି ବେଶ ବାରି ହୋଇଥିଲା। ତେଣୁ  ସେ ବାରମ୍ବାର ଅଭିନୟ ଜଗତ ପ୍ରତି ଟାଣି ହୋଇଯାଉଥିଲେ। କଲେଜ ପଢିବା ସମୟରେ ସେ ଅନେକ ନାଟକର ଅଭିନୟ କରିଥିଲେ। ତେଣୁ ଅଭିନୟକୁ ନିଜର କ୍ୟାରିୟର କରିବା ନେଇ ସେ ଅଧିକ ତତ୍ପର ହେଇଥିଲେ ।

ସେଥିପାଇଁ ସେ ନିଜର ଚାକିରି ଜୀବନ ଛାଡି ଅଭିନୟ ପ୍ରତି ମନ ନିବେଶ କଲେ । ପ୍ରଥମେ ନୀତୀଶ ମରାଠି ସିନେମା ଜଗତରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ ବଲିଉଡ୍‌ର ପ୍ରସିଦ୍ଧ କଳାକାର  ରବି ବାସ୍ୱନି ତାଙ୍କୁ ହିନ୍ଦୀ ଜଗତରେ ସୁଯୋଗ ଦେଇଥିଲେ । ନୀତୀଶ ଆଁଖ ନାମକ ଥିଏଟର ଗୃପରେ ଯୋଗଦେବା ସହିତ ଦୂରଦର୍ଶନରେ ଖବର ଉପସ୍ଥାପକ ଭାବରେ କାମ କଲେ। ୧୯୫୭ ମସିହାରେ ତାଙ୍କର ପ୍ରଥମ ମରାଠି ଫିଚର ଫିଲ୍ମ (କାତ୍ୟାଲ ଶାସୁ ନଶାଲ ସନରେ) ଅଭିନୟ କଲେ।

ପରେ  ହୀନ୍ଦି ଫିଲ୍ମ ‘ତ୍ରିଶଙ୍କୁ’ରେ ନିଜର ଅଭିନୟ ଦେଖାଇଲେ ଓ ପରେ ପରେ ଅନେକ ସିନେମା ଓ ଧାରାବାହିକରେ ଅଭିନୟ କଲେ । ପରେ ବଲିଉଡ ଜଗତର ଖ୍ୟାତନାମା ପ୍ରଯୋଜକ ତଥା ନିର୍ଦ୍ଦେଶକ ବି.ଆର. ଚୋପ୍ରାଙ୍କ ଧାରାବାହିକ ମହାଭାରତରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିବାକୁ ତାଙ୍କୁ ସୁଯୋଗ ମିଳିଲା।

ଏହି ଶ୍ରୀକୃଷ୍ଣ ଭୂମିକା ତାଙ୍କୁ ଏକ ଭିର୍ଣ୍ଣ ପରିଚୟ ଦେଲା । ଗାଁରୁ ସହର ସବୁଥି ସେ କୃଷ୍ଣ ରୂପରେ ପରିଚିତ ହେଲେ । ସେ ହିନ୍ଦୀ ସିନେମା ମହେଞ୍ଜୋଦାରୋ ରେ ମଧ୍ୟ ଏକ ଗୁରୁତ୍ବପୂର୍ଣ ଭୂମିକାରେ ନଜର ଆସିଥିଲେ ।

ଜାଣନ୍ତୁ ଯାତ୍ରା ଦୁନିଆର ହାଲଚାଲ ବିଷୟରେ

Related posts

ସୋସିଆଲ୍‌ ମିଡିଆରେ ବାଦ୍‌ଶାହା ଶାହାରୁଖ ଖାନଙ୍କୁ ଚିଡ଼ାଇବା ପାଇଁ ଫ୍ୟାନ୍‌ ପଚାରଲେ ଏପରି ପ୍ରଶ୍ନ

ଦିଲ୍ଲୀରେ ଆୟୋଜିତ ରିସେପ୍ସନରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ବିରୁଷ୍କା

ମୁମ୍ବାଇର ଏହି ପଞ୍ଚତରକା ହୋଟେଲରେ ହେବାକୁ ଯାଉଛି ବିରାଟ ଓ ଅନୁଷ୍କାଙ୍କ ଭବ୍ୟ ରିସେପସନ