ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ କିଛିଟା କଥା ବିଷୟରେ ଜାଣି ରଖନ୍ତୁ

ଆଜିକାଲି ଦୁରସ୍ଥାନକୁ ଯାତ୍ରା ପ୍ରାୟତଃ ସାଧାରଣ ହେଇଗଲାଣି । କିନ୍ତୁ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଚୋରୀ ଲୁଟ ମଧ୍ୟ ସେହିଭଳି ସାଧାରଣ । ତେଣୁ ଏହିସବୁ ଅସୁବିଧାରୁ ମୁକ୍ତି ପାଇବା ପାଇଁ ଯାତ୍ରା କରିବା ସମୟରେ ତଳ ଲିଖିତ କିଛିଟା କଥା ଉପରେ ବେଶ ଗୁରୁତ୍ଵ ଦେବା ଉଚିତ ।

  • ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଖାଇବା ଖର୍ଚ୍ଚ ପାଇଁ କିଛି ଟଙ୍କା ଅଲଗା ଭାବେ ଫ୍ୟାଣ୍ଟ୍‌ କିମ୍ବା ସାର୍ଟ ପକେଟ୍‌ ବା ପର୍ସରେ ରଖନ୍ତୁ ।
  • ଯଦି ଆପଣ ଯାତ୍ରା ସମୟରେ ନିଜ ସାଙ୍ଗରେ ଅଳଙ୍କାର ବା କୌଣସି ଅନ୍ୟ ମୂଲ୍ୟବାନ୍‌ ସାମଗ୍ରୀ ନେଉଥାନ୍ତି, ତେବେ ସର୍ବପ୍ରଥମେ ତାକୁ ହୋଟେଲ୍‌ର ଲକର୍‌ରେ ଜମା କରିଦିଅନ୍ତୁ । ଯଦି ଆପଣଙ୍କର ଭୁଲିଯିବାର ଅଭ୍ୟାସ ରହିଛି, ତେବେ ମୋବାଇଲରେ ରିମାଇଣ୍ଡର ଲଗାନ୍ତୁ ।
  • ଫୋନ କିମ୍ବା ଅନ୍ୟାନ୍ୟ ଜିନିଷର ଚାର୍ଜର ନେବାକୁ ଭୁଲନ୍ତୁନି ।

  • ଯଦି ବିଦେଶ ଭ୍ରମଣରେ ଯାଉଥାଆନ୍ତି ତେବେ ସେଠାରେ ପ୍ରଚଳିତ ‘ ମୁଦ୍ରା ’ ସଂପର୍କରେ ଜାଣି ନିଜପାଖରେ ରଖନ୍ତୁ । ଯିବାପୂର୍ବରୁ ଦେଶର ଏକ୍ସଚେଞ୍ଜ କରାଯାଇଥିବା ମୁଦ୍ରା ମଧ୍ୟ ସୁରକ୍ଷିତ ଜାଗାରେ ରଖିବା ଭୁଲନ୍ତୁ ନାହିଁ ।
  • ୟୁନିର୍ଭସାଲ୍‌ କେଡ୍ରିଟ୍‌ କାର୍ଡ ଓ ଏଥି ସହିତ ଆବଶ୍ୟକୀୟ ନଥିପତ୍ର ଯଥା ପରିଚୟ ପତ୍ର, ଇନ୍‌ସ୍ୟୁରାନ୍ସ କାର୍ଡ ଆଦି ସୁରକ୍ଷିତ ରଖନ୍ତୁ । ଟ୍ରାଭେଲ୍‌ କାର୍ଡ ଏକ ସୁରକ୍ଷିତ ବିକଳ୍ପ , ଯେଉଁଥିରେ ଆପଣ ଯାତ୍ରାରେ ଯିବାପୂର୍ବରୁ କିଛି ଟଙ୍କା ଡିପୋଜିଟ୍‌ କରି ନିଅନ୍ତୁ । ଯଦି ଆପଣ ଉପରୋକ୍ତ ଛୋଟଛୋଟ ଦିଗପ୍ରତି ଧ୍ୟାନ ଦିଅନ୍ତି, ତେବେ ନିଜର ଅର୍ଥକୁ ଯାତ୍ରା ସମୟରେ ସୁରକ୍ଷିତ ରଖିପାରିବେ ।

ପଢନ୍ତୁ, ଚନ୍ଦାପଣ ପାଇଁ କଣ ଉପଚାର କରିବେ ଯାଣନ୍ତୁ ।

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ