Movie News

ଅନୁଭବ ଓ ଏଲିନା ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି, ନୂଆ ସିନେମା “କାବୁଲା ବାରବୁଲା – ସର୍ଚ୍ଚିଂ ଲୈଲା” ସହିତ

ଅନୁଭବ ଓ ଏଲିନା ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି, ନୂଆ ସିନେମା "କାବୁଲା ବାରବୁଲା - ସର୍ଚ୍ଚିଂ ଲୈଲା" ସହିତ

ଅନୁଭବ ମହାନ୍ତି  ଓ ଏଲିନା ସାମନ୍ତରାୟ ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି। ହଁ, ଏହି ଯୋଡିଙ୍କର ଆଗାମୀ ଓଡ଼ିଆ ସିନେମା ହେଲା କାବୁଲା ବାରବୁଲା  – ସର୍ଚ୍ଚିଂ ଲୈଲା। ଏହା ଏକ ରୋମାଣ୍ଟିକ୍‌ କମେଡି ବୋଲି ଜଣାଯାଇଛି। ଏଥିରେ ଅନୁଭବଙ୍କୁ ଜଣେ ଅଧାପାଠୁଆ ଯୁବକ ଭୂମିକାରେ ଦେଖିବାକୁ ମିଳିବ ଓ ଏଲିନା ବନିଛନ୍ତି ଜଣେ ଉଚ୍ଚଶିକ୍ଷିତା। ଉଭୟଙ୍କର ପ୍ରେମକାହାଣୀକୁ ନେଇ ନିର୍ମିତ ହେଉଛି ସିନେମା ‘କାବୁଲା ବାରବୁଲା, ସର୍ଚ୍ଚିଂ ଲୈଲା’। ଏହି ଫିଲ୍ମ ଜରିଆରେ ଅନୁଭବ ଓ ଏଲିନା ଯୋଡ଼ି ହାଟ୍ରିକ୍‌ କରିବେ।

ଅନୁଭବଙ୍କ ବିପକ୍ଷରେ ଏଲିନାଙ୍କୁ ପ୍ରଥମେ ‘ଜଗା ହାତରେ ପଘା’ରେ ଦେଖିବାକୁ ମିଳିଥିଲା। ଏହାପରେ ପୁଣି ଥରେ ଅନୁଭବ-ଏଲିନା ଯୋଡ଼ି ସାମ୍ନାକୁ ଆସିଥିଲେ ‘ଅଭୟ’ରେ । ପ୍ରଥମଟି ଅପେକ୍ଷା ଦ୍ୱିତୀୟ ସିନେମାରେ ଅନୁଭବ-ଏଲିନା ଯୋଡ଼ି ଅଧିକ ଆକର୍ଷଣୀୟ ମନେ ହୋଇଥିଲା ଓ ସିନେମା ଟି ମଧ୍ୟ ଅଧିକ ସଫଳତା ପାଇଥିଲା ।

କାବୁଲା ବାରବୁଲା ସିନେମାର ନିର୍ଦ୍ଦେଶକ ହେଉଛନ୍ତି ରମେଶ ରାଉତ, ଯିଏକି ପୂର୍ବରୁ ‘ଚାନ୍ଦନା ତୁମେ ତାରା’ ଏବଂ ‘ଗଡ଼ଫାଦର୍‌’ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।  ପ୍ରେମ ଆନନ୍ଦ ଏହାର ସଂଗୀତା ନିଦେଶନା ରେ ଅଛନ୍ତି । ବିଦିଶା କ୍ରାଫ୍ଟ ଆଣ୍ଡ ଏବି ଫିଲ୍ମ୍ସ ବାନର ରେ ଏହି ସିନେମା ଟି ପ୍ରସ୍ତୁତ କରାଯାଇଛି ଓ ଦୂର୍ଗା ପୂଜା ସମୟରେ ପରଦା ଉପରକୁ ଆସିବ ବୋଲି ଜଣାଯାଇଛି ।

 

ଅନୁଭବ ଓ ଏଲିନା ଯୋଡ଼ି ତୃତୀୟଥର ଲାଗି ପରଦାକୁ ଆସୁଛି, ନୂଆ ସିନେମା "କାବୁଲା ବାରବୁଲା - ସର୍ଚ୍ଚିଂ ଲୈଲା" ସହିତ

Related posts

“Tu Na To Prema” – Upcoming Odia Movie By Ashish Behera

ENO Beuro

AGASTYA movie sets new record in TV Rights

Jitendra

Karan Singh Ray Coming With His Next Ollywood Flick Tike Anadi Pura Khiladi

ENO Beuro

4 comments

Leave a Comment