Spread the loveଆଶିଷ କୁମାର ଦାସ, କିନ୍ତୁ ଆପଣମାନଙ୍କ ନିକଟରେ ସେ ଅତି ପ୍ରିୟ ମିଷ୍ଟର ଗୁଲୁଆ ରୂପେ ପରିଚିତ । ଅଭିନୟ ପ୍ରତି ପିଲାବେଳୁ ଆଗ୍ରହୀ ଥିବା ଆଶିଷ ଙ୍କର ପରିବାରରୁ... ଆଶିଷ କୁମାର ଦାସ ବା ଆପଣଙ୍କର ଅତି ପ୍ରିୟ ମିଷ୍ଟର ଗୁଲୁଆ ଙ୍କ ବିଷୟରେ କିଛି କଥା
Spread the love

ଆଶିଷ କୁମାର ଦାସ, କିନ୍ତୁ ଆପଣମାନଙ୍କ ନିକଟରେ ସେ ଅତି ପ୍ରିୟ ମିଷ୍ଟର ଗୁଲୁଆ ରୂପେ ପରିଚିତ । ଅଭିନୟ ପ୍ରତି ପିଲାବେଳୁ ଆଗ୍ରହୀ ଥିବା ଆଶିଷ ଙ୍କର ପରିବାରରୁ କେହି ଜଣେ ହେଲେ ମଧ୍ୟ ଅଭିନୟ ପ୍ରତି ଅବଗତ ନୁହନ୍ତି । ଯଦି ସେ ଏଠି ଏତେ ବାଟରେ ଆସି ପହଞ୍ଚି ପାରିଛନ୍ତି ତେବେ ଏହା ତାଙ୍କର ଅତ୍ୟଧିକା ସାଧନା ଓ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ସମ୍ଭବ ହେଇପାରିଛି ।

ମିଷ୍ଟର ଗୁଲୁଆ କମେଡୀ ସିରୀଜ ଦ୍ଵାରା ସେ ଦର୍ଶକଙ୍କ ନିକଟରେ  ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସହର ଠାରୁ ଗାଁ ଯାଏ ଲୋକେ ତାଙ୍କୁ ଗୁଲୁଆ ନାରେ ଜାଣୁଛନ୍ତି ।

ଇଲେକ୍ଟ୍ରିକାଲ ରେ ନିଜର ଯନ୍ତ୍ରିବିଦ୍ୟା ଶେଷ କରିଥିଲେ ହେଁ ଆଶିଷ ଏହି ଅଭିନୟ ଦୁନିଆ ପ୍ରତି ନିଜର ରୁଚି ରଖନ୍ତି । କେମିତି ନିଜ ଅଭିନୟକୁ ନିଖୁଣ କରିବେ ସେଥିପାଇଁ ସେ ସର୍ବଦା ତତ୍ପର ରହିଥାନ୍ତି । ତାଙ୍କର ସବୁ କମେଡୀ ସିରୀଜ ଗୁଡିକ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି ।

ମୋ ଘରର କେହି ଅଭିନୟ ପ୍ରତି ଅବଗତ ନଥିଲେ ମଧ୍ୟ, ମୁଁ କେବଳ ମୋ ପରିବାର ସଦସ୍ୟଙ୍କ ଭଲପାଇବା ଓ ସହଯୋଗ ଯୋଗୁ ଏଠି ଆସି ପହଞ୍ଚି ପାରିଛି ଓ ବହୁତ ଆଗକୁ ଯିବାପାଇଁ ଇଚ୍ଛା ରଖିଛି ବୋଲି ଏହି କଳାକାର କୁହନ୍ତି ।

 

Your email address will not be published. Required fields are marked *