Spread the loveଭାରତୀୟ କ୍ରିକେଟ ଦଳର ବରିଷ୍ଠ ପେସ ତାରକା ଆଶିଷ ନେହେରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଜଣାପଡିଛି । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟି- ଟ୍ୱେଣ୍ଟୀ ସିରିଜରେ ଚୟନକର୍ତା... ଭାରତୀୟ କ୍ରିକେଟ ଦଳର ବରିଷ୍ଠ ପେସ ତାରକା ଆଶିଷ ନେହେରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ
Spread the love

ଭାରତୀୟ କ୍ରିକେଟ ଦଳର ବରିଷ୍ଠ ପେସ ତାରକା ଆଶିଷ ନେହେରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଜଣାପଡିଛି ।

ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟି- ଟ୍ୱେଣ୍ଟୀ ସିରିଜରେ ଚୟନକର୍ତା ନେହେରାଙ୍କୁ ଦଳରେ ସାମିଲ କରିଥିଲେ । ଯୁବରଜ ସିଂହ, ସୁରେଶ ରାଇନାଙ୍କ ଭଳି ବରିଷ୍ଠ ତାରକା ଦୁର୍ବଳ ଫିଟ୍ଣେସ ଯୋଗୁଁ ଜାତୀୟ ଦଳକୁ ପ୍ରତ୍ୟାବରତନର ସୁଯୋଗ ପାଇନଥିଲେ ।

ମାତ୍ର ୩୮ ବର୍ଷ ବୟସରେ ବି ନେହେରା ନିଜକୁ ଫିଟ ରଖିବାରେ ସଫଳ ହେଇଛନ୍ତି । ଫଳରେ ସେ ଦୀର୍ଘ ୯ ମାସ ପରେ ପୁଣି ଆନ୍ତର୍ଜାତୀୟ କ୍ରୀକକେରକୁ ଫେରି ପାରିଛନ୍ତି ।

ସୂଚନା ଅନୁସାରେ, ନେହେରା ଆଉ ଅଧିକ ଆଗକୁ ବଢିବାକୁ ଚାହୁଁ ନାହାନ୍ତି । ନିକଟରେ ସେ ଅବସର ଘୋଷଣା କରିବେ । ପ୍ରତ୍ୟେକ୍ଷ ଭାବେ ଗଣମାଧ୍ୟମକୁ ନେହେରା ଏ ସମ୍ପର୍କରେ କିଛି ସୂଚନା ଏଯାଏଁ ଦେଇ ନାହାନ୍ତି ।

ପଢନ୍ତୁ, ଭଲିବଲ ଖେଳାଳି ସିରିସା କରାମୀଙ୍କ ପାଇଁ ପୂରା ଦେଶ ଗର୍ବିତ – କ୍ରିକେଟ କିମ୍ବଦନ୍ତୀ ତାରକା ସଚିନ ତେନ୍ଦୁଲକର

Your email address will not be published. Required fields are marked *