Spread the loveମାତ୍ର ୪ ବର୍ଷ ବୟସରେ ନମୀତା ଅଗରୱାଲଙ୍କ କଢି ମନ୍ଦାର ଓଡିଆ ଆଲବମ ଗୀତରୁ ନିଜ ଅଭିନୟ ଦୁନିଆର ଯାତ୍ରା ଆରମ୍ଭ କରିଥିଲେ ସେ । ସେତେବେଳେ ଶିଶୁ କଳାକାର... ମାତ୍ର ୪ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ରଖିଥିଲେ ଆଜିର ଏହି ସୁନ୍ଦରୀ ନାୟିକା
Spread the love

ମାତ୍ର ୪ ବର୍ଷ ବୟସରେ ନମୀତା ଅଗରୱାଲଙ୍କ କଢି ମନ୍ଦାର ଓଡିଆ ଆଲବମ ଗୀତରୁ ନିଜ ଅଭିନୟ ଦୁନିଆର ଯାତ୍ରା ଆରମ୍ଭ କରିଥିଲେ ସେ । ସେତେବେଳେ ଶିଶୁ କଳାକାର ଭାବରେ ବେଶ ଚର୍ଚ୍ଚାରେ ଥିଲେ ଓ ଖୁବ ନାଁ ମଧ୍ୟ କମେଇଥିଲେ ଆଜିର ଏହି ନାୟିକା । ଆପଣ ବୋଧେ ଜାଣିସାରିବେଣି ତାଙ୍କୁ । ଆଜ୍ଞା ହଁ, ପ୍ରଖ୍ୟାତ ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ କନ୍ୟା ପ୍ରକୃତି ମିଶ୍ର ଓଲିଉଡରେ ଶିଶୁ କଳାକାର ଭାବେ ପ୍ରବେଶ କରିଥିଲେ। ଶିଶୁ କଳାକାର ଭାବେ ତାଙ୍କ ଅଭିନୀତ ପ୍ରଥମ ଛବି ଥିଲା ନିର୍ଦେଶକ ଶିଶିର ମିଶ୍ରଙ୍କ “ସାବତ ମା” । ତା’ପରେ ତାଙ୍କୁ ଶିଶୁ କଳାକାର ଭାବେ ବହୁତ ଓଡିଆ ସିନେମାରେ ଦେଖିବାକୁ ମିଳିଛି ।

ତେବେ ୨୦୧୨ ରେ ନାୟିକା ରୂପେ ପ୍ରକୃତିଙ୍କୁ ମିଳିଥିଲା ପ୍ରଶାନ୍ତ ନନ୍ଦଙ୍କ ଚଳଚିତ୍ର “ଥୁକୁଲ୍‌”, ଏହାପରେ ସେ “ପ୍ରେମିକା”, “ଓମ୍‌ ସାଇ ରାମ୍‌”, “ଏସିପି ସାଗରିକା”, “ଓମ୍‌ -ଆଇ ଆମ୍‌ ନଟ୍‌ ଏ ଗଡ୍‌” ଏବଂ “ମିଠା ମିଠା” ଆଦି ଓଡ଼ିଆ ଛବିରେ ମୁଖ୍ୟ ନାୟିକା ଭାବେ ନଜର ଆସିଛନ୍ତି । ସେ ପ୍ରଶାନ୍ତ ନନ୍ଦଙ୍କ ଚଳଚିତ୍ରରେ ପ୍ରଥମେ ନାୟିକା ଭାବରେ ଆସିଥିଲେ ଏବୋଂ ଶ୍ରୀକାନ୍ତ ଗୌତମଙ୍କ ମିଠା ମିଠା ସିନେମାରେ ଶେଷଥର ପାଇଁ ନଜର ଆସିଥିଲେ ।

ଚଳିତ ବର୍ଷ ପ୍ରକୃତିଙ୍କ ଅଭିନୀତ ‘ମିଠା ମିଠା’ ମୁକ୍ତିଲାଭ କରିଛି। ଏଥିରେ ସମ୍ଭବଙ୍କ ବିପକ୍ଷରେ ନଜର ଆସିଥିଲେ ସେ । ଏହା ବ୍ୟତୀତ ସମ୍ଭବ ଙ୍କ ବିପକ୍ଷରେ ଏକ ଆଲବମ ଗୀତରେ ଅଭିନୟ କରିଥିଲେ ଏବୋଂ ଏ ବର୍ଷ ଏକ ହିନ୍ଦୀ ସିରିଆଲ “ତ୍ରିଦେବୀୟା” ରେ ମଧ୍ୟ ପ୍ରକୃତିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ।

ବିଗତ ୫ ବର୍ଷରେ ଓଡିଆ ସିନେମା ସହିତ “କନ କିତନେ ପାନିମେ” ହିନ୍ଦୀ ସିନେମାର ରଙ୍ଗବତୀ ଗୀତରେ ପ୍ରକ୍ଷାତ ନୃତ୍ୟଶିଳ୍ପୀ ଶଶ୍ଵତ ଯୋଷିଙ୍କ ସହ ନୃତ୍ୟ ପରିବେଷଣ କରି ବେଶ ପ୍ରଶଂସିତ ହେଇଥିଲେ ପ୍ରକୃତି । ।ଏହା ସହିତ “ସିନେଷ୍ଟାର କି ଖୋଜ” ପରି ଏକ ହିନ୍ଦୀ ରିୟାଲିଟି ଶୋରେ ଅଂଶ ମଧ୍ୟ ଗ୍ରହଣ କରିଥିଲେ ସେ ।

ମାତ୍ର ୪ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ରଖିଥିଲେ ଆଜିର ଏହି ସୁନ୍ଦରୀ ନାୟିକା

ପଢନ୍ତୁ, ରାଜଧାନୀର ଖୋଲିଲା ୧୨ଟି ଚିଲିକା ଫ୍ରେସ୍‌ ଏବୋଂ ଏବେ ଗାଡ଼ିରେ ମିଳିବ ମାଛ ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ଖାଦ୍ୟ

No comments so far.

Be first to leave comment below.

Your email address will not be published. Required fields are marked *