Entertainment

ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍’ ପରେ ଏବେ ପାକିସ୍ଥାନରେ ‘ଅୟାରି’କୁ ବିରୋଧ

ପାକରେ ‘ଅୟାରି’ ବ୍ୟାନ

ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅୟାରି’ ଗତକାଲି ଦେଶର ପ୍ରେକ୍ଷାଳୟଗୁଡ଼ିକରେ ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରଟିରେ ଭାରତୀୟ ସେନାଙ୍କ ବିଷୟରେ ପ୍ରଦର୍ଶନ କରାଯାଇଛି। ତେବେ ପଡୋଶୀ ଦେଶ ପାକିସ୍ଥାନ ଏହା ଉପରେ ବ୍ୟାନ ଲଗାଇଛି । ପାକିସ୍ଥାନ ସେନ୍ସର ବୋର୍ଡ ଫିଲ୍ମକୁ ସେଠାରେ ରିଲିଜ ନହେବା ପାଇଁ ସିଦ୍ଧାନ୍ତ କରିଛି। ପାକିସ୍ତାନ ନିଜ ଦେଶରେ ରିଲିଜ୍ ପାଇଁ ପୂର୍ବରୁ ଅନୁମତି ଦେଇନଥିବା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ବେବି’, ‘ନାମ ସାବନା’ , ‘ଫାଣ୍ଟୋମ୍’ ଇତ୍ୟାଦି।

ଗତ ସପ୍ତାହରେ ଯେପରି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍‌’କୁ ପାକିସ୍ତାନ ବିରୋଧ କରିଥିଲା ତାହା ତ ସୋସିଆଲ୍‌ ମିଡିଆରେ ଛାଇ ଯାଇଥିଲା। ଏ ସପ୍ତାହରେ ସମାନ ପରସ୍ଥିତିରେ ପଡ଼ିଛି ଚଳଚ୍ଚିତ୍ର ‘ଅୟାରି’। ଏହି ଚଳଚ୍ଚିତ୍ରଟି ରିଲିଜ୍‌ ହେବା ପରେ ପାକିସ୍ତାନରେ ରିଲିଜ୍‌ ପାଇଁ ଅନୁମତି ପାଇ ପାରିନାହିଁ।

ଜାନୁଆରି ୨୬ ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥାନ୍ତା । ମାତ୍ର ୨୫ ତାରିଖରେ ଅକ୍ଷୟଙ୍କ ‘ପ୍ୟାଡମ୍ୟାନ’ ରିଲିଜ୍ ହେବାକୁ ଥିବାରୁ ଏହାକୁ ଫେବ୍ରୁଆରି ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ମାତ୍ର ‘ପଦ୍ମାବତୀ’ ରିଲିଜ୍ ହୋଇଥିବା ହେତୁ ‘ପ୍ୟାଡମ୍ୟାନ୍’ ପରବର୍ତ୍ତୀ ମୁହୂର୍ତ୍ତରେ ଫେବ୍ରୁଆରି ୯ରେ ରିଲିଜ୍ ହୋଇଥିଲା। ଫଳରେ ‘ଅୟାରି’ ୧୬ ତାରିଖ ଅର୍ଥାତ ଆଜି ମୁକ୍ତିଲାଭ କରିଛି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ମନୋଜ ବାଜପେୟୀ, ସିଦ୍ଧାର୍ଥ ମଲହୋତ୍ରା, ରାକୁଲ୍ ସିଂହ ପ୍ରୀତ, ପୁଜା ଚୋପ୍ରା, ନସରୁଦ୍ଦିନ୍ ଶା, ଅନୁପମ୍ ଖେର୍, କୁମୁନ୍ଦ ମିଶ୍ର, ଅଦିଲ୍ ହୁସେନ୍ ଏବଂ ବିକ୍ରମ୍ ଗୋଖଲେ।

ଅକ୍ଷୟ କୁମାରଙ୍କ ‘ପ୍ୟାଡମ୍ୟାନ୍’ ପରେ ଏବେ ପାକିସ୍ଥାନରେ ‘ଅୟାରି’କୁ ବିରୋଧ ayyari film

ପଢନ୍ତୁ;

ସେଞ୍ଚୁରିଅନ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ପରାସ୍ତ କଲା ଭାରତ

Related posts

ସଞ୍ଜୟ ଲିଲା ଭସାଂଲୀଙ୍କ ଆଗାମୀ ସିନେମାରେ ନଜର ଆସିବେ ଏହି ଯୋଡି ।

Krishna Kumar Manoj

ନଭଜୋତ୍‌ ସିଂହ ସିଦ୍ଧୁଙ୍କୁ ହଜାରେ ଟଙ୍କା ଜରିମାନା କରି ଦୋଷମୁକ୍ତ କଲେ ସୁପ୍ରିମ କୋର୍ଟ!

Krishna Kumar Manoj

ବିବାହ ପାଇଁ ଝିଅ ଖୋଜୁଛନ୍ତି ସଲମାନ୍ ଖାନ,ଜାଣନ୍ତୁ ଭାଇଜାନଙ୍କୁ କେମିତିକା ଝିଅ ପସନ୍ଦ !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More