ପୁଣି ଏକ ନୂଆ ଅବତାରରେ ବାବୁସାନ, ପୂର୍ବରୁ ତାଙ୍କୁ ଏଭଳି ଭୂମିକାରେ ଦର୍ଶକେ ଦେଖିନଥିଲେ

ପୁଣି ଏକ ନୂଆ ଅବତାରରେ ବାବୁସାନ, ପୂର୍ବରୁ ତାଙ୍କୁ ଏଭଳି ଭୂମିକାରେ ଦର୍ଶକେ ଦେଖିନଥିଲେ

“ହିରୋ ନଂ୧” ର ଅହେତୁକ ସଫଳତା ପରେ ଓଲିଉଡର ସୁପରଷ୍ଟାର୍‌ ବାବୁସାନ୍‌ ତାଙ୍କର ଆଗାମୀ ସିନେମା “ଓନ୍ଲି ପ୍ୟାର୍‌” ପାଇଁ ଜୋରସର ପ୍ରସ୍ତୁତି ଚଳେଇଛନ୍ତି । ନିଜର କ୍ୟାରିୟର ଆରମ୍ଭରୁ ଆଜିଯାଏ ବାବୁସାନ ବହୁତ ଗୁଡିଏ ସିନେମାରେ ଏବୋଂ ଭିର୍ଣ୍ଣ ଭିର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି । କେତେବେଳେ ରାଗି ତ କେତେବେଳେ ଶାନ୍ତ ସୁଧାର ଗାଉଁଲି ପିଲା ହେଇ ଦର୍ଶକଙ୍କ ପ୍ରିୟ ନାୟକ ହେଇପାରିଛନ୍ତି । ଏହି ନୂଆ ସିନେମାରେ ପୁଣି ଏକ ଭିର୍ଣ୍ଣ ଚରିତ୍ରରେ ଆସୁଛନ୍ତି ଏହି ସୁପରଷ୍ଟାର୍‌ ।

ନ୍ୟୁ ସାଇନ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର୍‌ରେ ନିର୍ମିତ ‘ଓନ୍ଲି ପ୍ୟାର୍‌’ରେ ପ୍ରଥମ ଥର ପାଇଁ ବାବୁସାନ୍‌ ଜଣେ ଡାକ୍ତର ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ପୂର୍ବରୁ ତାଙ୍କୁ ଏଭଳି ଭୂମିକାରେ ଦର୍ଶକେ ଦେଖିନଥିଲେ । ତେଣୁ ନିଜେ ନାୟକ ବାବୁସାନ୍ ଙ୍କ ସହ ଦର୍ଶକେ ବି ତାଙ୍କର ଏହି ଚରିତ୍ରର ମଜା ଉଠେଇବେ ନିଶ୍ଚୟ । ପୂର୍ବ ସିନେମା ‘ହିରୋ ନଂ୧’ରେ ଜଣେ ଓକିଲ ଭୂମିକା ନିଭାଇଥିବା ବାବୁସାନ୍‌ ଡାକ୍ତର ଚରିତ୍ରକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ତଥା ନୂଆ ପ୍ରଯୋଜକ ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ “ଓନ୍ଲି ପ୍ୟାର୍‌” ରେ ପୁଣି ଥରେ ଦର୍ଶକ ବାବୁସାନ୍‌ଙ୍କ ବିପକ୍ଷରେ ତାଙ୍କର ପୁରୁଣା ଯୋଡ଼ିଦାର୍‌ ନାୟିକା ସୁପ୍ରିୟାଙ୍କୁ ଦେଖିବାକୁ ପାଇବେ। ଏହା ହେବ ବାବୁସାନ୍‌-ସୁପ୍ରିୟା ଯୋଡିଙ୍କର ଦ୍ୱିତୀୟ ସିନେମା। ପୂର୍ବରୁ ଏ ଦୁହିଁଙ୍କୁ ଦର୍ଶକ ଏକାଠି ଭେଟିଥିଲେ ୨୦୧୬ର ସିନେମା ‘ଲଭ୍‌ ପାଇଁ କୁଛ୍‌ଭି କରେଗା’ରେ। ‘ଓନ୍ଲି ପ୍ୟାର୍‌’ର ଅନ୍ୟ ମୁଖ୍ୟ କଳାକାରମାନେ ହେଲେ ମିହିର ଦାସ, ଅପରାଜିତା ମହାନ୍ତି, ଚୌଧୁରୀ ବିକାଶ ଦାସ ଓ ପ୍ରଜ୍ଞା ପ୍ରମୁଖ।

ଚଳଚ୍ଚିତ୍ରର ସଂଳାପ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା ଏବଂ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମଦାର। ରବୀନ୍ଦ୍ର ବେହେରା ‘ଓନ୍‌ଲି ପ୍ୟାର୍‌’ର ସିନେମାଟୋଗ୍ରାଫର୍‌।

ଓନ୍ଲି ପ୍ୟାର୍‌ଏକ ମୌଳିକ କାହାଣୀ ଉପରେ ଆଧାରିତ । ଏହାର ଅଧିକାଂଶ ସୁଟିଂ ଏକ ଶୈଳ ନିବାସରେ କରାଯାଉଥିବାର ସେ ସୂଚନା ମିଳିଛି । ବାବୁସାନ୍‌-ସୁପ୍ରିୟା ଙ୍କର ଏହି ନୂଆ ପ୍ରେମ କାହାଣୀ ସହ, ଦର୍ଶକଙ୍କୁ ଡାକ୍ତର ଭୂମିକାରେ ବାବୁସାନ୍‌ କେତେ ଦୂର ପ୍ରଭାବିତ କରିପାରୁଛନ୍ତି ତାହା ଦେଖିବାକୁ ବାକି ଅଛି ।

ପୁଣି ଏକ ନୂଆ ଅବତାରରେ ବାବୁସାନ, ପୂର୍ବରୁ ତାଙ୍କୁ ଏଭଳି ଭୂମିକାରେ ଦର୍ଶକେ ଦେଖିନଥିଲେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More