Movie News

ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର ବଜରଙ୍ଗୀ

ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର ବଜରଙ୍ଗୀ

ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର ବଜରଙ୍ଗୀ । ଏହି ଚଳଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଳାନ, ଅନୁଭା, ସିଦ୍ଧାନ୍ତ ଓ ନେନା । ଅମ୍ଳାନ, ଅନୁଭା ଯୋଡିର ଏହା ପ୍ରଥମ ସିନେମା ହେଇଥିବା ବେଳେ ସିଦ୍ଧାନ୍ତ ଓ ନେନାଙ୍କ ଯୋଡିକୁ ଦର୍ଶକେ ଦିତୀୟଥରଲାଗି ଦେଖିବାକୁ ପାଇବେ ।

ସିଦ୍ଧାନ୍ତ ଓ ନେନାଙ୍କ ଯୋଡି ପ୍ରଥମେ “ତମକୁ ଦେଖିଲା ପରେ” ସିନେମାରେ ନଜର ଆସିଥିଲେ । ଅମ୍ଳାନ, ଅନୁଭାଙ୍କ ରୋମାନ୍ସ ସାଙ୍ଗକୁ କାହାଣୀରେ ରହିଛି ବହୁତ ସୁନ୍ଦର କାହାଣୀ ।

‘ବଜରଙ୍ଗୀ’ରେ ସିଦ୍ଧାନ୍ତଙ୍କ ସହ ଅମ୍ଳାନଙ୍କର ଜବରଦସ୍ତ ଟକ୍କର ରହିଛି । କାହାଣୀର କେନ୍ଦ୍ରରେ ଅଛନ୍ତି ଦୁଇଭାଇ । ସିନେମାର କାହାଣୀ ଅନୁଯାୟୀ ପରସ୍ପରକୁ ଜୀବନ ଦିଆନିଆ ଭଳି ଭଲପାଉଥିବା ଏହି ଦୁଇ ଭାଇ ପରସ୍ପରର ଘୋର ବିରୋଧୀ ହୋଇଯାଇଛନ୍ତି । ସାନ ଭାଇ ଜଣେ ସଚ୍ଚୋଟ ପୁଲିସ ଅଧିକାରୀ ହୋଇଛନ୍ତି ଓ ସିଦ୍ଧାନ୍ତ ଜଣେ ଗୁଣ୍ଡା ଭୂମିକାରେ ଦେଖାଦେବେ । ତେବେ କାହାଣୀଟି କି ମୋଡ ନେବ, ବଡଭାଇର ପରିବର୍ତ୍ତନ ହେବ କି ନାହିଁ କି ସାନଭାଇ ଏଥିପାଇଁ କ’ଣ କରୁଛି ଏବୋଂ ଆହୁରି ଅନେକ କଥାର ଭରପୁର ମନୋରଞ୍ଜନକୁ ନେଇ ଏହି ସିନେମା ବଜରଙ୍ଗୀ ।

ସଚ୍ଚିକାନ୍ତ ଜେନାଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିନି ପଟ୍ଟନାୟକ। ପ୍ରେମାନନ୍ଦ ସଙ୍ଗୀତ ଦାୟିତ୍ୱରେ ଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ।

ନଭେମ୍ବର ୩ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚିତ୍ର ବଜରଙ୍ଗୀ

Related posts

ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା

ENO Beuro

Ollywood Movie “Dele Dhara Katha Sare” Is All Set To Hit The Silver Screens On 11th November

Jitendra

Upcoming Odia Movie Heartless Official Poster Released

ENO Beuro

2 comments

Leave a Comment