Spread the loveବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଚିଟ୍‌ ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀଙ୍କ... ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ
Spread the love

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଚିଟ୍‌ ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ଉପରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଲେ ନିଲମ୍ବନ ଆଦେଶ । ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ୨୦୧୪ ଅକ୍ଟୋବରରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ପ୍ରଭାତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ବାଙ୍କୀ ମହୋତ୍ସବ ପାଇଁ ଟଙ୍କା କାରବାର ନେଇ ଏକ ଅଡିଓ ଟେପ୍ ସାମ୍ନାକୁ ଆସିବା ପରେ ସିବିଆଇ ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରିଥିଲା। କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନରେ ଆସିଥିଲେ। ତେବେ ହାଇକୋର୍ଟ ତାଙ୍କୁ ଦେଇଥିବା ଜାମିନ ଉପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ସିବିଆଇ। ନିକଟରେ ହାଇକୋର୍ଟଙ୍କ ଜାମିନ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ ।  ଏବେ ବିଜେଡି ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।

ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଙ୍କ ଉପରେ ବିଚାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ପଢନ୍ତୁ, ବିମାନ କର୍ମଚାରୀଙ୍କ ଅସଦାଚରଣ କରିବା କଥା ମନରୁ ନଲିଭୁଣୂ ଏବେ ପାଇଲଟଙ୍କ କାମରେ ଯାତ୍ରୀ ଅସନ୍ତୋଷ

Your email address will not be published. Required fields are marked *