• Home
  • LIFESTYLE
  • ମଧୁମେହ ରୋଗରେ ପୀଡିତ ହୋଇଥିଲେ ଖାଆନ୍ତୁ “କଞ୍ଚା ଆମ୍ବ” ,ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ବନ୍ଧରେ…
LIFESTYLE

ମଧୁମେହ ରୋଗରେ ପୀଡିତ ହୋଇଥିଲେ ଖାଆନ୍ତୁ “କଞ୍ଚା ଆମ୍ବ” ,ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ବନ୍ଧରେ…

ସମସ୍ତେ ଜାଣନ୍ତି ଆମ୍ବ ଫଳ ମାନଙ୍କ ମଧ୍ୟରେ ରାଜା ଅଟେ। ଏହା ଅତ୍ୟନ୍ତ ସୁସ୍ୱାଦୁ। ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଶରୀର ପାଇଁ ବେଶ ଲାଭଦାୟକ ଅଟେ। ବହୁତ କମ ଲୋକ ଥିବେ ଯେଉଁ ମାନଙ୍କୁ ଆମ୍ବ ଖାଇବାକୁ ଭଲ ଲାଗିନଥାଏ।ଟାକୁଆ ଧରି ବଡ ହେବା ପରେ କଞ୍ଚା ଆମ୍ବକୁ ଖଟା କରାଯାଇଥାଏ । ଚଟଣୀ ଓ ଖଟା ବାଦ କଞ୍ଚା ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର।

ତେବେ ଆସନ୍ତୁ ଜାଣିବା ଆମ୍ବର ଉପକାରିତା ସମ୍ପର୍କରେ-

  • ଆମ୍ବରେ ବହୁତ ପରିମାଣରେ ଭିଟାମିନ ଥାଏ। ଏହାକୁ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ। ଉଚ୍ଛରକ୍ତଚାପ ରୋଗୀଙ୍କ ପାଇଁ ଏହା ଏକ ପ୍ରାକୁତିକ ଉପଚାର ଅଟେ। କାରଣ ଏଥିରେ ପୋଟାସିୟମ ଏବଂ ମଗ୍ନେସିୟମ ଭରପୁର ପରିମାଣରେ ଥାଏ।
  • ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି ତେବେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ । ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ।
  • କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ମଧ୍ୟ ଚିକ୍କଣ ଏବଂ ଉଜ୍ୱଳ ହୋଇଥାଏ।
  • ମଧୁମେହ ରୋଗରେ ପୀଡିତ ହୋଇଥିଲେ କଞ୍ଚା ଆମ୍ବ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର କମ ହୋଇଯିବ । ଶରୀରରେ ଆଇରନ ଅଭାବ ରହିଥିଲେ ତାହା ମଧ୍ୟ ପୂରଣ ହୋଇପାରିବ।ଏଥିରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି, ଯାହାକି ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ ରଖିଥାଏ।
  • ଯଦି ଆପଣ ବିଷଦଗ୍ରସ୍ତ ତେବେ କଞ୍ଚା ଆମ୍ବ ଚଟଣୀ ବା ଅନ୍ୟ ରୂପରେ ଏହାକୁ ଏହାକୁ ଖାଇପାରିବେ।

ମଧୁମେହ ରୋଗରେ ପୀଡିତ ହୋଇଥିଲେ ଖାଆନ୍ତୁ “କଞ୍ଚା ଆମ୍ବ” ,ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ବନ୍ଧରେ… mango

ପଢନ୍ତୁ;

ସର୍ଦ୍ଦି ବା ଜ୍ୱରରୁ ରକ୍ଷା ଦେଇଥାଏ “ଡାଲଚିନି” , ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ସଂପର୍କରେ

Related posts

ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ୬ଟି କଥା

Krishna Kumar Manoj

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ପେଟଜନୀତ ସମସ୍ତ ସମସ୍ୟା ଦୂର କରିଥାଏ ମହୁ ଏବଂ ରସୁଣ! ଏହାକୁ ମିଶ୍ରଣ କରି ଖାଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More