Spread the loveଭୃଷଙ୍ଗ ପତ୍ର ଭାରତର ପ୍ରାୟ ସବୁ ରୋଷେଇ ଘରେ ଏକ ଚିହ୍ନା ପରିଚିତ ନାମ । ତରକାରୀରେ ଛୁଙ୍କ ଦେବା ପାଇଁ ହେଉ କି ଚଟଣିକୁ ଅଧିକ ସ୍ଵାଦିଷ୍ଟ କରିବା... ଖାଦ୍ୟରେ ସ୍ଵାଦ ବୃଦ୍ଧି କରିପାରୁଥିବା ଏହି ପତ୍ର ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ
Spread the love

ଭୃଷଙ୍ଗ ପତ୍ର ଭାରତର ପ୍ରାୟ ସବୁ ରୋଷେଇ ଘରେ ଏକ ଚିହ୍ନା ପରିଚିତ ନାମ । ତରକାରୀରେ ଛୁଙ୍କ ଦେବା ପାଇଁ ହେଉ କି ଚଟଣିକୁ ଅଧିକ ସ୍ଵାଦିଷ୍ଟ କରିବା ପାଇଁ ହେଉ ଭୃଷଙ୍ଗ ପତ୍ର ବ୍ୟବହାର ହେଇଥାଏ । ଭୃଷଙ୍ଗ ପତ୍ରର ଅନେକ ଔଷଧୀୟ ଗୁଣ ଥାଏ ବୋଲି ଆମେ ସମସ୍ତେ ଜାଣିଛେ । ମାତ୍ର ଏହା ଆମ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ । ବିଶ୍ଵାସ ନହେଲେ ମଧ୍ୟ ଏହା ସଂପୂର୍ଣ୍ଣ ସତ୍ୟ । ଭୃଷଙ୍ଗ ପତ୍ରକୁ ମିଠା ନିମ୍ବ ବୋଲି ମଧ୍ୟ କୁହାଯାଏ । ସମସ୍ତେ ସୁନ୍ଦର ହେବାପାଇଁ ଚାହାନ୍ତି, କିନ୍ତୁ ବାହାର ସୁନ୍ଦରତା ସହ ଭିତର ସୁନ୍ଦରତା ମଧ୍ୟ ଜରୁରୀ । ଏଣୁ ସୁନ୍ଦରତା ପାଇଁ ଆସନ୍ତୁ ଜାଣିବା ଭୃଷଙ୍ଗ ପତ୍ରର ବ୍ୟବହାର –

  • ଭୃଷଙ୍ଗ ପତ୍ରକୁ ବାଟି ପେଷ୍ଟ ତିଆରି କରି ଚେହେରାରେ ଲଗାନ୍ତୁ, ଏପରି କରିବା ଦ୍ୱାରା ମୁହଁରେ ଚମକ ଆସିଥାଏ ।
  • ଭୃଷଙ୍ଗ ପତ୍ରର ପେଷ୍ଟ ମୁହଁରେ ଲଗାଇଲେ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
  • ଶରୀରରେ ଭୃଷଙ୍ଗ ପତ୍ର ପେଷ୍ଟ ମାଲିସ କରିବା ବହୁତ ଉପକାରୀ ।
  • କେବଳ ସୁନ୍ଦରତା ତାହା ନୁହଁ ଆପଣ ଭୃଷଙ୍ଗ ପତ୍ରକୁ ଗୁଣ୍ଡ କରି ସକାଳେ ସଂନ୍ଧ୍ୟାରେ ୩/୪ ଗ୍ରାମ ସେବନ  କରନ୍ତୁ । ଏପରି କରିବା ଦ୍ୱାରା ମେଦବହୁଳତା ସମସ୍ୟାରୁ ରକ୍ଷା ମିଳେ ।
  • କେଶକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଭୃଷଙ୍ଗ ପତ୍ରର ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ ଏବଂ ଅଧା ଘଂଟା ପରେ କେଶକୁ ଧୋଇ ଦିଅନ୍ତୁ । ନିୟମିତ ବ୍ୟଧାନରେ ଏପରି କରିବା ଦ୍ୱରା କେଶରେ ଚମକ ଆସିବା ସହ କେଶ ସିଲ୍କି ହୋଇଥାଏ ।

ଖାଦ୍ୟରେ ସ୍ଵାଦ ବୃଦ୍ଧି କରିପାରୁଥିବା ଏହି ପତ୍ର ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିପାରେ

ପଢନ୍ତୁ, ଜିନା ସାମଲଙ୍କ ସ୍ଵୟଂବର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ମିଳିଗଲା ତାଙ୍କ ଜୀବନ ସାଥି

Your email address will not be published. Required fields are marked *