Spread the loveଘର ସଜେଇବା ପାଇଁ ହଉ କି ରୋଷେଇ ଘରେ ହଉ ଅନେକ ଲୋକ ବିଭିନ୍ନ ପ୍ରକାର ମାଟି ପାତ୍ର ଓ ଦ୍ରବ୍ୟ ବ୍ୟବହାର କରନ୍ତି । ବାସ୍ତୁଶାସ୍ତ୍ରରେ ମାଟିକୁ ବହୁତ... ଘରେ କେଉଁ ମାଟି ପାତ୍ର  ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ
Spread the love

ଘର ସଜେଇବା ପାଇଁ ହଉ କି ରୋଷେଇ ଘରେ ହଉ ଅନେକ ଲୋକ ବିଭିନ୍ନ ପ୍ରକାର ମାଟି ପାତ୍ର ଓ ଦ୍ରବ୍ୟ ବ୍ୟବହାର କରନ୍ତି । ବାସ୍ତୁଶାସ୍ତ୍ରରେ ମାଟିକୁ ବହୁତ ମହତ୍ୱ ଦିଆଯାଇଥାଏ। ମାଟିକୁ ସୁଖଶାନ୍ତି ଓ ସୌଭାଗ୍ୟର ପ୍ରତୀକ ମନା ଯାଏ। ଶାସ୍ତ୍ର ଅନୁସାରେ ଘରେ ଅଧିକରୁ ଅଧିକ ମାଟି ପାତ୍ର ଓ ଦ୍ରବ୍ୟ ବ୍ୟବହାର କରନ୍ତୁ। ଏହା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ମାଟିପାତ୍ର ଅଛି ଯାହାକୁ ଘରେ ରଖିଲେ ସୁଖ, ଶାନ୍ତି ଆସିଥାଏ। ଆସନ୍ତୁ ଜାଣିବା ଏହି ମାଟିପାତ୍ର ଓ ଦ୍ରବ୍ୟ ସମ୍ପର୍କରେ।

୧. ମାଟି କଳସରୁ ପାଣି ପିଇଲେ ଦେହ ସୁସ୍ଥ ରହିଥାଏ। ଏହାସହ ଘରେ ମାଟି କଳସ ରହିଲେ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ। ମାଟିପାତ୍ର ରଖିଲେ ଆପଣଙ୍କ ଉପରେ ବୁଧ ଏବଂ ଚନ୍ଦ୍ରଙ୍କ ଭଲ ପ୍ରଭାବ ପଡିବ।

୨. ଠାକୁର ଘରେ ମାଟିରେ ତିଆରି ଦେବଦେବୀଙ୍କ ପୂଜା କରନ୍ତୁ। ଏହା ବହୁ ସମସ୍ୟା ଦୂର କରିଥାଏ। ମାଟିରେ ତିଆରି ଠାକୁରଙ୍କୁ ଘରେ ପୂଜା କଲେ ଧନର ଅଭାବ କେବେ ଦେଖା ଦେଇ ନଥାଏ।

୩. ଘରର ଉତ୍ତର-ପୂର୍ବ ଦିଗରେ ମାଟିରେ ତିଆରି କୌଣସି ପକ୍ଷୀ ରଖିଲେ ଏହା ଶୁଭ ଫଳ ଦେଇଥାଏ। ଘରୁ ନକାରାତ୍ମକ ଶକ୍ତି ଦୂରେଇ ରହିବା ସହ ପରିବେଶ ସ୍ୱଚ୍ଛ ରହିଥାଏ।

୪. ପର୍ବପର୍ବାଣୀରେ ଘରେ ମାଟି ଦୀପ ଜଳାଯାଇଥାଏ। ଯଦି ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ରହିଛି, ତେବେ ତୁଳସୀ ଚଉରାରେ ପ୍ରତିଦିନ ମାଟି ଦୀପ ଜଳାନ୍ତୁ ସବୁ ସମସ୍ୟା ଦୂର ହୋଇଯିବ।

ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

ପଢନ୍ତୁ, ୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ

No comments so far.

Be first to leave comment below.

Your email address will not be published. Required fields are marked *