• Home
  • LIFESTYLE
  • ଆପଣଙ୍କ ଘରେ ଝିିଟିପିଟି, ଅସରପା ଓ ମଶା ହେଉଛନ୍ତି କି ? ଏଥିରୁ ରକ୍ଷାପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
LIFESTYLE

ଆପଣଙ୍କ ଘରେ ଝିିଟିପିଟି, ଅସରପା ଓ ମଶା ହେଉଛନ୍ତି କି ? ଏଥିରୁ ରକ୍ଷାପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ଘରେ ଝିିଟିପିଟି, ଅସରପା,ମଶା ଏବଂ ମାଛି ଦେଖାଯାଇଥାଏ। କିନ୍ତୁ କେତେକ ଲୋକଙ୍କ ଘରେ ଏହା ଅଧିକ ମାତ୍ରାରେ ଦେଖାଦେଇଥାଏ। ଯାହାଦ୍ୱାରା ଘରଣୀମାନେ ଅସନ୍ତୋଷ ପ୍ରକାଶ କରିଥାନ୍ତି। ଏସବୁରୁ ରକ୍ଷାପାଇବା ପାଇଁ ଲୋକମାନେ ବଜାରରୁ ଅନେକ ପ୍ରକାରର ବିଷାକ୍ତ ରସାୟନ ଓ ପାଉଡର କିଣିକି ନେଇ ଆସନ୍ତି । ଏପରି ବିଷାକ୍ତ ରସାୟନ ଘରେ ରଖିବା ବହୁତ କ୍ଷତିକାରକ ହେବା ସହ ଘରେ ରହୁଥିବା ଲୋକଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ। ଏଥିପାଇଁ ଆପଣ ମଧ୍ୟ କିଛି ଘରୋଇ ଉପଚାର ଅବଲମ୍ବନ କରିପାରିବେ।

ଜାଣିରଖନ୍ତୁ ଏଥିରେ କିଛି ଘରୋଇ ଉପଚାର-

  • ମାଛିରୁ ରକ୍ଷା ପାଇବାପାଇଁ ସୁଗନ୍ଧିତ ତୈଳରେ ଏକ କପଡା ବୁଡାଇ ଘର କବାଟରେ ଟଙ୍ଗାଇ ଦିଅନ୍ତୁ । ଏପରି କଲେ ଘରେ ମାଛି ପଶିବେ ନାହିଁ। ତଥାପି ଯଦି ଘରକୁ ଆସୁଛନ୍ତି ତେବେ ଘରର କବାଟ ସବୁବେଳେ ବନ୍ଦ ରଖନ୍ତୁ।
  • ପିଆଜ ରସ ଓଡଷ ମାରିବାର ଏକ ଭଲ ଉପାୟ ।ପିଆଜ ରସ ଗନ୍ଧରେ ସେମାନେଙ୍କ ନିଶ୍ୱାସ ପ୍ରଶ୍ୱାସ ବନ୍ଦହୋଇଯାଏ ଏବଂ ସେମାନେ ବହୁତ ଯଲଦି ମରିଯାଆନ୍ତି।
  • ଅଣ୍ଡାର ଖୋଳପାକୁ କିଛି ଉଚ୍ଚରେ ରଖି ଦିଅନ୍ତୁ ।  ଏପରି କରିବା ଦ୍ୱାରା ଅଣ୍ଡା ଗନ୍ଧରେ ଝିିଟିପିଟି ଦୂରକୁ ପଳାନ୍ତି।
  • ଘରେ ମୂଷାର ଉପଦ୍ରବରୁ ରକ୍ଷା ପାଇବା ପାଇଁ ଚାହୁଁଥିଲେ ଘରେ ବିଷାକ୍ତ ରସାୟନ ବଦଳରେ ଯନ୍ତା ବ୍ୟବହାର କରିପାରିବେ।
  • କାରପେଟ ତଳେ ଲିମ୍ବପତ୍ର ରଖନ୍ତୁ ।ଏପରି କରିବା ଦ୍ୱାରା କୀଟପତଙ୍ଗ ଘରକୁ ଆସିବେ ନାହିଁ । ଆଉ ହଁ ଅସରପା ଦୂର କରିବା ପାଇଁ କୌଣସି ବିଷାକ୍ତ ରସାୟନ ବ୍ୟବହାର କରିବା ପରିବର୍ତ୍ତେ ଆପଣ ଘରକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ । ଏପରି କଲେ ଅସରପା ଆପଣଙ୍କ ଘରୁ ଦୂରେଇ ରହିବେ।

ଆପଣଙ୍କ ଘରେ ଝିିଟିପିଟି, ଅସରପା ଓ ମଶା ହେଉଛନ୍ତି କି ? ଏଥିରୁ ରକ୍ଷାପାଇବା ପାଇଁ ଆପଣାନ୍ତୁ ଏହି ଉପାୟ cockroge

ପଢନ୍ତୁ;

କ୍ୟାନସର ଭଳି ମାରତ୍ମକ ରୋଗ ସହିତ ଲଢିବାର କ୍ଷମତା ରହିଛି ଏହି ଫଳରେ ! ଜାଣନ୍ତୁ

Related posts

ରାତିରେ ଖଟା ଖାଦ୍ୟକୁ କ’ଣ ପାଇଁ ଖାଇବାକୁ ମନା କରାଯାଏ , ଜାଣନ୍ତୁ ଏହାର କାରଣ ?

Krishna Kumar Manoj

ଖାଲିପେଟରେ ଚା’ ପିଇଲେ କେଉଁ ସବୁ ସମସ୍ୟା ହୋଇଥାଏ ଜାଣନ୍ତୁ?

Krishna Kumar Manoj

ଆସନ୍ତୁ ଜାଣିବା ଆମ୍ୱ ଟାକୁଆର ଉପକାରୀତା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More