Spread the loveରୁମକୁଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ସୁନ୍ଦର ଅଭିନୟ କରି ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ ଓଲିଉଡର  ସୁନ୍ଦରୀ ନାୟିକା ଭୂମିକା ଦାଶ । ପରେ ପରେ ନାୟିକା... ଦର୍ଶକଙ୍କୁ ନିରାଶା କରିବେ ଭୂମିକା ଦାଶ, ସିନେମା ଜଗତରୁ ନେବେ ବିଦାୟ
Spread the love

ରୁମକୁଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ସୁନ୍ଦର ଅଭିନୟ କରି ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ ଓଲିଉଡର  ସୁନ୍ଦରୀ ନାୟିକା ଭୂମିକା ଦାଶ । ପରେ ପରେ ନାୟିକା ଭାବରେ ବେଶ ପରିଚିତ ହେଲେ ସେ । ଚଳିତ ବର୍ଷ ତାପସ ସରଘରିଆଙ୍କ ନିର୍ଦେଶନାରେ ଲଗାତାର ଦୁଇଟି ସୁପେରହିଟ ସିନେମା ଦେଇ ସେ ବନିଗଲେ ଆଗଧାଡିର ନାୟିକା ।

୨୦୧୭ରେ “ତୁ ମୋ ଲଭଷ୍ଟୋରି” ରେ ମୁଖ୍ୟ ନାୟିକା ଭାବେ ନବାଗତ ନାୟକ ସ୍ୱରାଜଙ୍କ ବିପକ୍ଷରେ କାମ ଆରମ୍ଭ କରିଥିଲେ ସେ । ଏହା ପରେ ଭୂମିକାଙ୍କୁ ସୁପରଷ୍ଟାର ବାବୁସାନଙ୍କ ସହ “ହିରୋ ନଂ୧” ଦେଖିବାକୁ ମିଳିଥିଲା  । ଦୁଇଟି ଯାକ ସିନେମାର ଭିର୍ଣ୍ଣ ଭିର୍ଣ୍ଣ ଚରିତ୍ରରେ ଚମତ୍କାର ଅଭିନୟ କରିଛନ୍ତି ଭୂମିକା ।

କିନ୍ତୁ ଏବେ ଦର୍ଶକଙ୍କୁ ନିରାଶା କରିବେ ଭୂମିକା । କାରଣ ସିନେମା ଜଗତରୁ ସେ ନେବେ ବିଦାୟ । କିନ୍ତୁ ସବୁଦିନ ପାଇଁ ନୁହେଁ । ସେ ଏବେ ଦଶମ ଶ୍ରେଣୀର ଛାତ୍ରୀ । ଏ ବର୍ଷ ସିବିଏସଇ ବୋର୍ଡ ପରୀକ୍ଷା । ଏଣୁ ଦଶମ ଶ୍ରେଣୀର ପରୀକ୍ଷା ପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ ପଡିବ । ତେଣୁ ପରୀକ୍ଷା ନସରିବା ଯାଏଁ କୌଣସି ନୂଆ ଓଡ଼ିଆ ସିନେମାରେ କାମ କରିବେନି ବୋଲି କହିଛନ୍ତି ଭୂମିକା । କିନ୍ତୁ ବହୁତ ଶୀଘ୍ର ସେ ଚଳଚ୍ଚିତ୍ର ଜଗତକୁ ଫେରିବେ ବୋଲି କହିଛନ୍ତି ଏହି ନାୟିକା ।

Your email address will not be published. Required fields are marked *