Spread the loveଭୁବନେଶ୍ଵର କଟକ ରୋଡ ଫ୍ଲାଇଓଭରକୁ ସଂଯୋଗ କରୁଥିବା ସହିଦନଗର ରେଳବାଇ ବମିଖାଲ ଓଭରବ୍ରିଜ ଗତ କାଲି (ରବିବାର) ଅପରାହ୍ନ ପ୍ରାୟ ୧୨ ତ ୪୫ ରେ ଭୁସୁଡି ପଡିଛି । ଏଥିରେ... ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଭୁଷୁଡିଲା ବମିଖାଲ ଓଭରବ୍ରିଜ, ଜଣେ ମୃତ ଓ ୧୨ ଜଣ ଗୁରୁତ୍ତର
Spread the love

ଭୁବନେଶ୍ଵର କଟକ ରୋଡ ଫ୍ଲାଇଓଭରକୁ ସଂଯୋଗ କରୁଥିବା ସହିଦନଗର ରେଳବାଇ ବମିଖାଲ ଓଭରବ୍ରିଜ ଗତ କାଲି (ରବିବାର) ଅପରାହ୍ନ ପ୍ରାୟ ୧୨ ତ ୪୫ ରେ ଭୁସୁଡି ପଡିଛି । ଏଥିରେ ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଶୀତଲଙ୍କ ସମେତ ୧୨ ଜଣ ଗୁରୁତର ଆହତ ହେଇଛନ୍ତି । ଶୀତଲ ଙ୍କୁ ଏମ୍ସ ରେ ଚିକିସ୍ଛା କରାଯାଉଛି । ଅନ୍ୟ ଆହତମାନେ ନିରମାନଧୀନ ଓଭରବ୍ରିଜର ଶ୍ରମିକ ବୋଲି ଜଣାପଡିଛି ।

ଆଠ ବର୍ଷର ଝିଅ ଶୀତଲକୁ ନୃତ୍ୟ କ୍ଳାସରୁ ନେଇ ନିଜ ହୋଣ୍ଡା ଏଭିଏଟରରେ ଘରକୁ ଫେରୁଥିଲେ ସତ୍ୟବ୍ରତ । ବମିଖାଲ ଛକରୁ ବୁଲିଥାନ୍ତେ ଝାରପଡା ଆଡକୁ । ଅଚାନକ ଆକାଶରୁ ଖସିଲା ମୃତ୍ୟୁ । ମୁଣ୍ଡର ଡାହାଣ ପଟେ ମାଡ ହେଲା ଏକ ଭାରି ଲୁହା ବିମ । ବାପ ଝିଅ ପଡିଗଲେ । ଉପରେ ଲଦି ହେଇଗଲା ଲୁହା ଆଙ୍ଗଲ, କଂକ୍ରିଟ ବିମ ଆଉ ପାହାଡ ପ୍ରମାଣ କଂକ୍ରିଟ, ଲୁହା ରଡ । ଘଟଣା ସ୍ଥଳରେ ବାପା ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଥିଲା ।

ଓଭରବ୍ରିଜର ଗୋଟିଏ ସ୍ଲାବ (ଗୋଟିଏ ପିଲାରରୁ ଆଉ ଗୋଟିଏ ପିଲାର ଯୋଡିବାକୁ ) ଢଳେଇ ପଡୁଥିଲା । ଉପରେ କାମ କରୁଥିବା ଶ୍ରମିକଙ୍କ ସହ ପାଖାପାଖି ୨୦୦ ଟନ ଓଜନର କଂକ୍ରିଟ ଓ ଲୁହାରଡ ୩୫ ଫୁଟ ଉପରୁ କଚାଡି ହେଇ ପଡିଥିଲା । ଖବର ପାଇ ଓଡ୍ରାଫ ଟିମ, ଅଗ୍ନିଶମ ବିଭାଗ, କମିଶାଣରେତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି । ଏହି ରଡ-ସିମେଣ୍ଟର ଗଦା ତଳେ କିଛି ଶ୍ରମିକ ଛାପି ହେଇ ରହିଥିବା ଆଶଙ୍କାରେ ୮ ଘଣ୍ଟା ଧରି ଉଧାର କାର୍ଯ୍ୟ ଜାରି ରହିଥିଲା । ମାତ୍ର ଆଉ କେହି ମିଳିନଥିବା ସନ୍ଧ୍ୟା ବେଳକୁ ପୁଲିସ ସ୍ପଷ୍ଟ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ୟାପିଟାଲ ହସପିଟାଲରେ ଆହାତମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ଆହତମାନଙ୍କ ମାଗଣା ଚିକିସ୍ଛା ଦାଇତ୍ଵ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ସେ କହିଥିଲେ ।

ଏହି ଘଟଣାରେ ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୋଲ ନିର୍ମାଣ ଦାୟିତ୍ୱ ନେଇଥିବା ପଣ୍ଡା ଇନଫ୍ରାଷ୍ଟ୍ରକଚର ୩ ଜଣ ନିର୍ଦ୍ଦେଶକ ଓ ଗତକାଲି ନିଲମ୍ବିତ ହୋଇଥିବା ୨ ଜଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନିଲମ୍ବିତ ଦୁଇ ଇଂଜିନିୟର ହେଉଛନ୍ତି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ଅନ୍ୟଜଣ ହେଉଛନ୍ତି କିଶୋର ରାଉତ ।

ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଭୁଷୁଡିଲା ବମିଖାଲ ଓଭରବ୍ରିଜ, ଜଣେ ମୃତ ଓ ୧୨ ଜଣ ଗୁରୁତ୍ତର

ଓଡିଆ ସିନେମା କର୍ତବ୍ୟ ବିଷୟରେ ଅଧିକ ତଥ୍ୟ ଜାଣନ୍ତୁ ।

Your email address will not be published. Required fields are marked *