Spread the loveଆସନ୍ତା ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା କଂସ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ ହେଲା । ସମସ୍ତ ଆଶାୟୀଙ୍କୁ ପଛରେ ପକାଇ କଂସ... ବରଗଡ଼ ଧନୁଯାତ୍ରାର କଂସ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ ହେଲା, ଯାଣନ୍ତୁ କିଏ ପାଇଲେ ଏ ପଦବୀ
Spread the love

ଆସନ୍ତା ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ବରଗଡ଼ ଧନୁଯାତ୍ରା କଂସ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ ହେଲା । ସମସ୍ତ ଆଶାୟୀଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ମଂଚ ଅଭିନେତା ଭୁବନେଶ୍ୱର ପ୍ରଧାନ ।

ଖାଲି ଯାତ୍ରା ଦିନକୁ ଅପେକ୍ଷା, କେତେବେଳେ ମଂଚକୁ ଓହ୍ଲାଇବେ ବରଗଡ଼ର ନୂଆ କଂସ । ପ୍ରଥମଥର ପାଇଁ ବିଶ୍ୱର ସବୁଠୁ ବଡ଼ ଖୋଲାମଂଚରେ ସବୁଠୁ ବଡ଼ ଚର୍ଚ୍ଚିତ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ।

ଚଳିତବର୍ଷ ପ୍ରଥମ ଥର ପାଇଁ ସଚେତନ ନାଗରିକଙ୍କ ପକ୍ଷରୁ ବରଗଡ଼ରେ କଂସର ଭୂମିକା ପାଇଁ ମତଦାନ ହୋଇଥିଲା । ଏଥିରେ ଭାଗ ନେଇଥିଲେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସିଥିବା ଅନେକ କଳାକାର । ପୂର୍ବରୁ ୨୩ବର୍ଷ ଧରି ଅଭିନୟ କରିଥିବା ଗୋପାଳ ସାହୁ ଏବଂ ଗତ ୮ ବର୍ଷ ଧରି ଅଭିନୟ କରିଥିବା ହୃଷିକେଶ ଭୋଇଙ୍କୁ ପଛରେ ପକାଇ ବିଜେତାର ମୁକୁଟ ପିନ୍ଧିଛନ୍ତି ଭୁବନେଶ୍ୱର ପ୍ରଧାନ ।

ବରଗଡ଼ ଧନୁଯାତ୍ରାର କଂସ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ଶେଷ

ପଢନ୍ତୁ, ଦୟା ନଦୀକୁ ପ୍ରଦୂଷଣ ମୁକ୍ତ କରିବାର ନିଷ୍ପତି ନେଲେ ସରକାର, ୧୫ ଦିନ ଭିତରେ ମିଳିବ ରିପୋର୍ଟ

No comments so far.

Be first to leave comment below.

Your email address will not be published. Required fields are marked *