SPORTS

ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ

ଦ୍ରୁତ ବୋଲର ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ

ବିବାହ କରିବେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ବା ଭୁବି । ଭୁବି ତାଙ୍କ ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ପୂର୍ବାହ୍ନ ୧୧ରେ ଆରମ୍ଭ ହୋଇଥିଲା ତାଙ୍କ ବରଯାତ୍ରୀ ଶୋଭାଯାତ୍ରା । ବରବେଶ ସାଜି ଘୋଡାଗାଡିରେ ବିବାହ ନିମିତ୍ତ ବାହାରିଥିଲେ ଏହି ଖେଳାଳି ।

ମେରଠ ବାଇପାସସ୍ଥିତ ହୋଟେଲ ‘ବ୍ରାଉରା’ରେ କିଛି ଘନିଷ୍ଠ ଲୋକଙ୍କର ଉପସ୍ଥିତିରେ ଭୁବି-ନୁପୂରଙ୍କ ବିବାହ କାର୍ଯ୍ୟ ଆୟୋଜନ ହେଉଛି । ବିବାହୋତ୍ସବ ଅବସରରେ ମେରଠ ବ୍ୟତୀତ ବାଗପତ ଓ ବୁଲନ୍ଦସହରରେ ମଧ୍ୟ ସମ୍ପର୍କୀୟମାନେ ଖୁସି ମନାଇଛନ୍ତି। ସଂନ୍ଧ୍ୟାରେ ପ୍ରୀତିଭୋଜନ ବ୍ୟବସ୍ଥା ହେବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୬ରେ ବୁଲନ୍ଦ ସହରରେ ୨ୟ ପ୍ରୀତିଭୋଜନ ଓ ନଭେମ୍ବର ୩୦ରେ ଶେଷ ପ୍ରୀତିଭୋଜନ ଦିଲ୍ଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ବିବାହ କାର୍ଯ୍ୟରେ ଗଣମାଧ୍ୟମକୁ ଦୂରରେ ରଖାଯାଇଥିଲା। ଶୁକ୍ରବାରଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଟିମ୍‌ ଇଣ୍ଡିଆରୁ ସାମୟିକ  ଛୁଟିରେ ଅଛନ୍ତି ଭୁବନେଶ୍ୱର କୁମାର।

ଦ୍ରୁତ ବୋଲର ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ

ପଢନ୍ତୁ, କର ଚୋରୀ କରୁଥିବା ବ୍ୟକ୍ତିଙ୍କୁ ଭଗବାନ ଦଣ୍ଡ ଦେବେ – ଇନ୍‌କମ୍‌ ଟ୍ୟାକ୍ସ୍‍ କମିସନର୍‌ ଏ ସି ଶୁକ୍ଳ

Related posts

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ

ENO Beuro

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ:ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ENO Beuro

କ୍ଷମା ମାଗିଲେ ମାରାଡୋନା

ENO Beuro

1 comment

Leave a Comment