Spread the loveବିଜେପୁର ପାଇଁ ଭୂତଳ ଜଳସେଚନ ପ୍ରକ୍ରିୟା ଘୋଷଣା କରିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ଅଞ୍ଚଳର ଦୁଇଟି ସେତୁ ସହ ଗୋଟିଏ ୩୩/୧୧ କେଭି ବିଜୁଳି ସବଷ୍ଟେସନ ଉଦଘାଟିତ କରିଛନ୍ତି... ବିଜେପୁର ସେତୁ ଓ ବିଜୁଳି ସବଷ୍ଟେସନକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Spread the love

ବିଜେପୁର ପାଇଁ ଭୂତଳ ଜଳସେଚନ ପ୍ରକ୍ରିୟା ଘୋଷଣା କରିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ଅଞ୍ଚଳର ଦୁଇଟି ସେତୁ ସହ ଗୋଟିଏ ୩୩/୧୧ କେଭି ବିଜୁଳି ସବଷ୍ଟେସନ ଉଦଘାଟିତ କରିଛନ୍ତି ।  ସଚିବାଳୟରେ ଏକ ଭିଡିଓ କନଫ୍ରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ, ବରପାଲି ଲେବଲ କ୍ରସିଂ ଠାରେ ଏକ ଓଭରବ୍ରିଜ କରିବାକୁ ମଧ୍ୟ ରାଜ୍ୟ ସରକାର ନିସ୍ପତି ନେଇଛନ୍ତି ।

ସଚିବାଳୟରୁ ମୁଖ୍ୟମନ୍ତ୍ରୀ ଦିପ୍ତିପୁର ଗାଇସିଲଟ ରାସ୍ତାରେ ନାଗାଓଁ ନଳା ଓ କେରମାଳି ନଳା ଉପରେ ଦୁଇଟି ବୃହତ ସେତୁ ଉଦଘାଟନ କରିଥିଲେ । ଏହି ଦୁଇଟି କାର୍ଯ୍ୟରେ ୧୩ କୋଟି ୩୮ ଲକ୍ଷ ଟଙ୍କା ବିନିଯୋଗ ହେଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବରଗଡ ଜିଲ୍ଲାରେ ଭିତିଭୂମି ବିକାଶ ପାଇଁ ଏହିସବୁ ପ୍ରକଳ୍ପ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି, ଉନ୍ନୟନ କମିଶନର ଆର ବାଲକ୍ରୀଷ୍ଣନ ଉପସ୍ଥିତ ଥିଲା ବେଳେ ଉଦଘାଟନୀ ସ୍ଥଳରେ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ ବ୍ଲକ ଅଧକ୍ଷ୍ୟା ମାନିନୀ ଭୋଇ ପ୍ରମିଖ ଉପସ୍ଥିତ ଥିଲେ ।

ବିଜେପୁର ସେତୁ ଓ ବିଜୁଳି ସବଷ୍ଟେସନକୁ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଢନ୍ତୁ, ଛୋଟ ବାତ୍ୟା ଆଶଙ୍କା, ଆଜିଠାରୁ ରାଜ୍ୟରେ ପାଗ ବଦଳିବ ଏବୋଂ ୧୯-୨୦ ରେ ପ୍ରବଳ ବର୍ଷା

Your email address will not be published. Required fields are marked *