News

ବିମାନବନ୍ଦରର ଟର୍ମିନାଲ-୨ ର ଆଧୁନିକୀକରଣ ପାଇଁ ଶୁଭ ପଡିଲା, ୪ ମାସରେ କାମ ସରିବ

ବିମାନବନ୍ଦରର ଟର୍ମିନାଲ-୨ ର ଆଧୁନିକୀକରଣ ପାଇଁ ଶୁଭ ପଡିଲା, ୪ ମାସରେ କାମ ସରିବ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ ର ଆଧୁନିକୀକରଣ ହେବ। ଏଠାରେ ଖୋଲା ପଡିଥିବା ଲେଙ୍କୁ ଘେରିବ ଟେନଶୀଲ ଛାତ । ଟର୍ମିନାଲର ଦୁଇ ନମ୍ବର ଲେନରୁ କାର ପାର୍କିଂ ପର୍ଯ୍ୟନ୍ତ ୱାକ ୱେ ରହିବ । ଏହି ପ୍ରକଳ୍ପ ପାଇଁ ଗତକାଲି ଶୁଭ ପଡିଛି ଏବୋଂ ୪ ମାସ ମଧ୍ୟରେ କାମ ସାରିବାର ଯୋଜନା ପ୍ରସ୍ତୁତ ହେଇଛି ।

ଦେଶର ଅନ୍ୟ ଅନ୍ତର୍ଜାତୀୟ ଟର୍ମିନାଲରେ ମିଳୁଥିବା ସୁବିଧା ସୁଯୋଗ ଭଳି ଏଠାରେ ସବୁ ପ୍ରକାରର ସେବା ଉପଲବ୍ଧ ହେବ। ଏରୋବ୍ରିଜ୍‌ରେ ବିମାନକୁ ଯାତାୟତଠାରୁ ଆରମ୍ଭ କରି ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ସପିଂ, ଖାଦ୍ୟପାନୀୟ, ଚେକିଂ ବ୍ୟବସ୍ଥା, ଏସ୍‌କାଲେଟର୍‌, ଲିଫ୍ଟ ଏବଂ ଆତିଥେୟତା ଉପଲବ୍ଧ ହେବ। କେବଳ ଏତିକି ନୁହେଁ ଭୁବନେଶ୍ୱର ବିମାନବନ୍ଦରକୁ ନୂଆ ରୂପ ଦେବା ପାଇଁ ଟି-୧ ଓ ଟି-୨ ଟର୍ମିନାଲକୁ ସଂଯୋଗ କରାଯିବ। ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରାୟ ୪୦କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଯୋଜନା କରିଛନ୍ତି।

ଦୁଇଟି ଯାକ ଟର୍ମିନାଲ ମଧ୍ୟରେ ପ୍ରାୟ ୨୦୦ମିଟର ଜାଗା ଥିବାବେଳେ ଏଠାରେ ଏକ ଦୁଇ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ହେବ। ଯାହା ଦୁଇଟି ଯାକ ଟର୍ମିନାଲକୁ ସଂଯୋଗ କରିବ। ଏହି ବିଲଡିଂ ଦେଇ ଅନ୍ତର୍ଜାତୀୟ ଯାତ୍ରୀ (ଏବେ ଟି-୨ ଟର୍ମିନାଲ ଦେଇ ଯାଉଥିବା ଯାତ୍ରୀ) ପ୍ରସ୍ଥାନ କରିବେ। ଯେଉଁ ଯାତ୍ରୀମାନେ ବିଦେଶରୁ ଆସିବେ ସେମାନେ ଏହି ବିଲଡିଂ ଦେଇ ବାହାରକୁ ବାହାରିବେ। ବର୍ତ୍ତମାନ ଟି-୨ ଟର୍ମିନାଲରେ ଏରୋବ୍ରିଜ୍‌ ଲଗାଇବା ସମ୍ଭବ ନଥିବାରୁ ଏହି ନୂଆ ବିଲଡିଂ ନିର୍ମାଣ ହେଲେ ଅନ୍ତର୍ଜାତୀୟ ଯାତ୍ରୀମାନେ ଏରୋବ୍ରିଜ୍‌ ସେବା ପାଇପାରିବେ। ଦୁଇଟି ମହଲାରେ ପୃଥକ ପୃଥକ ଭାବେ ଯାତ୍ରୀଙ୍କୁ ସେବା ଯୋଗାଇ ହେବ। ଏପରିକି ଏକସଙ୍ଗେ ଦୁଇରୁ ଅଧିକ ବିମାନ ପରିଚାଳନା କରିହେବ। ଏହାସହ ଦୁଇଟି କନଭେୟର ବେଲ୍ଟ, ଏସ୍‌କାଲେଟର୍‌, ଲିଫ୍ଟ ଆଦି ରହିବ। କିନ୍ତୁ ଯାତ୍ରୀମାନେ ବର୍ତ୍ତମାନ ଭଳି ପୁରୁଣା ଟର୍ମିନାଲ ଦେଇ ଚେକ୍‌ ଇନ୍‌ କରିବେ।

ଦୁଇଟି ଟର୍ମିନାଲ ସଂଯୋଗ କରିଦେଲେ ଟି-୨ ଯାତ୍ରୀ ବି ସହଜରେ ଟି-୧ ଟର୍ମିନାଲକୁ ଆସିପାରିବେ। ବିମାନବନ୍ଦରର ଟି-୨ ଟର୍ମିନାଲ ଆଧୁନିକୀକରଣ କାର୍ଯ୍ୟ ଶେଷ ହେବା ପରେ ଏକସଙ୍ଗେ ୫୦୦ ଯାତ୍ରୀ ଯାତାୟତ କରିପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।  ଫଳରେ ଟି-୧ ରୁ କିଛିମାତ୍ରାରେ ଜନଗହଳି ଭାଙ୍ଗିବ ଓ ଯାତ୍ରୀମାନଙ୍କର ସୁବିଧା ହେବ ।

ବିମାନବନ୍ଦରର ଟର୍ମିନାଲ-୨ ର ଆଧୁନିକୀକରଣ ପାଇଁ ଶୁଭ ପଡିଲା, ୪ ମାସରେ କାମ ସରିବ

ପଢନ୍ତୁ, ଆଜିଠୁ ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦ୍ଘାଟିତ

Related posts

ଅଭିନୟ ରୁ ରାଜନୀତି, କଟକ ରୁ ଭୁବନେଶ୍ଵର: ଅପରାଜିତାଙ୍କ ରାଜିନୀତିରେ ପ୍ରବେଶ

Ratnamani Moharana

ପାକିସ୍ତାନୀ ସୁପ୍ରିମକୋର୍ଟଙ୍କ ରାୟ: ଆଜୀବନ ବାସନ୍ଦ ହେଲେ ନୱାଜ ସରିଫ ,ଆଉ ରାଜନୀତି କରିପାରିବେ ନାହିଁ!

ENO Beuro

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

1 comment

Leave a Comment