Spread the loveଏବେ ସମୁଦ୍ରକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ଓ୍ଵାଟର୍‌ ପ୍ରୁଫ୍‌ ବାୟୋମେଟ୍ରିକ୍‌ ପରିଚୟପତ୍ର ବାଧ୍ୟତାମୂଳକ । ଏଥିପାଇଁ ୩,୪୬,୯୪୮ ଜଣ ମତ୍ସ୍ୟଜୀବୀଙ୍କୁ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟ ଚଳିତ... ସମୁଦ୍ରକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ବାୟୋମେଟ୍ରିକ୍‌ ପରିଚୟପତ୍ର ବାଧ୍ୟତାମୂଳକ
Spread the love

ଏବେ ସମୁଦ୍ରକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ଓ୍ଵାଟର୍‌ ପ୍ରୁଫ୍‌ ବାୟୋମେଟ୍ରିକ୍‌ ପରିଚୟପତ୍ର ବାଧ୍ୟତାମୂଳକ । ଏଥିପାଇଁ ୩,୪୬,୯୪୮ ଜଣ ମତ୍ସ୍ୟଜୀବୀଙ୍କୁ ଚିହ୍ନଟ କରାଯାଇଛି । ଏହି କାର୍ଯ୍ୟ ଚଳିତ ମାସ ସୁଦ୍ଧା ଶେଷ କରାଯିବ ବୋଲି ପ୍ରକାଶ ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ରାଜ୍ୟସ୍ତରୀୟ ତଟ ସୁରକ୍ଷା ସମନ୍ଵୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଓଡ଼ିଶାର ୪୮୭ କିମି ଉପକୂଳ ଅଞ୍ଚଳରେ ତଟ ସୁରକ୍ଷା ପାଇଁ ସାମୁଦ୍ରିକ ଥାନାକୁ ସକ୍ରିୟ କରିବା ଉପରେ ଗୁରୁତ୍ୱାରୋପ କରାଯିବା ସହ ଉପକୂଳ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

ବୈଠକର ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱରର ବଳରାମଗଡ଼ି, ଭଦ୍ରକର ଧାମରା, କେନ୍ଦ୍ରାପଡ଼ାର ଜମ୍ବୁ, ଜଗତସିଂହପୁରର ପାରାଦୀପ ଓ ଗଞ୍ଜାମର ଆର୍ଯ୍ୟପଲ୍ଲୀରେ ନିର୍ମାଣ ହୋଇଥିବା ୫ଟି ସାମୁଦ୍ରିକ ଥାନା ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି। ଦ୍ୱିତୀୟ ପର୍ଯ୍ୟାୟରେ ବାଲେଶ୍ୱରର ତଳସାରି ଓ କସାଫଳ, ଭଦ୍ରକର ଚୂଡ଼ାମଣି ଓ କଷିଆ, କେନ୍ଦ୍ରାପଡ଼ାର ତାଳଚୁଆ ଓ ଜଟାଧାରୀ ମୁହାଣ, ପୁରୀର ଅସ୍ତରଙ୍ଗ, ଚନ୍ଦ୍ରଭାଗା, ପେଣ୍ଠକଟା ଓ ଅରଖକୁଦ, ସୋନପୁରର ବରହମ୍‌ପୁରରେ ୧୩ଟି ଥାନା ପ୍ରତିଷ୍ଠା କରାଯାଇଛି। ଏହିସବୁ ଥାନାକୁ ଫାଷ୍ଟ୍‍ ଇଣ୍ଟର୍‌ସେପ୍ଟର୍‌ ବୋଟ୍‌ ଯୋଗାଇବା, ଜେଟି ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇବା ଏବଂ ସମୁଦ୍ରରେ ପାଟ୍ରୋଲିଂ ପାଇଁ ବୋଟ୍‌ ନିମନ୍ତେ ଆବଶ୍ୟକ ପରିମାଣର ଡିଜେଲ୍‌ ଯୋଗାଇବାକୁ ଭାରତ ସରକାରଙ୍କୁ ଅନୁରୋଧ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା।

ଉପକୂଳ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ନିମନ୍ତେ ସାମୁଦ୍ରିକ ପୁଲିସ୍‌, ରାଜସ୍ୱ ଅଧିକାରୀ, ସ୍ପେସାଲ୍‌ ବ୍ରାଞ୍ଚ, ଗୁଇନ୍ଦା ବ୍ୟୁରୋ ଆଦି ସଂସ୍ଥା ମଧ୍ୟରେ ସମନ୍ଵୟ ରଖାଯାଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ନାଭାଲ୍‌ କୋଷ୍ଟ ଗାର୍ଡଙ୍କ ଦ୍ୱାରା ଓଡ଼ିଶା ପୁଲିସ୍‌ର ଅଧିକାରୀମାନଙ୍କୁ ସାମୁଦ୍ରିକ ପାଟ୍ରୋଲିଂ ବିଷୟରେ ଦିଆଯାଉଥିବା ତାଲିମ୍‌କୁ ଅଧିକ ଗୁଣାତ୍ମକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପୁଲିସ୍‌ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ନୌସେନା ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମୁଦ୍ରକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ବାୟୋମେଟ୍ରିକ୍‌ ପରିଚୟପତ୍ର ବାଧ୍ୟତାମୂଳକ

ପଢନ୍ତୁ, ଦେଶବ୍ୟାପୀ ପେଟ୍ରୋଲ ପମ୍ପ ଧର୍ମଘଟ ବାତିଲ, ଧର୍ମଘଟ ଡାକରାରୁ ଓହରିଲେ ଡିଲର

Your email address will not be published. Required fields are marked *