News

ରନ୍ଧନ ଗ୍ୟାସ୍‌ର ଲଗାତାର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ବିଜୁ ଜନତା ଦଳ

ରନ୍ଧନ ଗ୍ୟାସ୍‌ର ଲଗାତାର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ବିଜୁ ଜନତା ଦଳ

ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧିକୁ ବିରୋଧ କରିଛନ୍ତି ମହିଳା । ବଢୁଥିବା ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ଆଗରେ ଧାରଣାରେ ବସିବ ବିଜୁ ଜନତା ଦଳ । ଏନେଇ ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରମିଳା ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଗାମୀ ୬ ତାରିଖରେ ତିନିଟି ଆରଡିସି ଅଫିସ ଆଗରେ ଧାରଣା ଦିଆଯିବ ଓ ଦରବୃଦ୍ଧି ପ୍ରତ୍ୟାହାର ନହେଲେ ରାଜ୍ୟବ୍ୟାପି ସମସ୍ତ ୩୧୪ ବ୍ଲକ୍‌ ଦଳ ଧାରଣା ଦେବ ବୋଲି କହିଛି ।

୨୦୧୬ ଜୁଲାଇ ମାସରେ ସରକାର ଏଲ୍‌ପିଜି ଉପରେ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲା ପରେ ସେବେ ଠାରୁ ଆଜି ସୁଦ୍ଧା ରନ୍ଧନ ଗ୍ୟାସ୍‌ ମୂଲ୍ୟରେ ୧୯ ଥର ବୃଦ୍ଧି ହେଲାଣି । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ରାଜରାସ୍ତାରେ ଏହାର ଜବାବ ଦିଆଯିବ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଉଷା ଦେବୀ ଓ ବିଜେଡି ମୁଖପାତ୍ର ସୁଲୋଚନା ଦାସ ଉପସ୍ଥିତ ଥିଲେ।

୧୪.୨ କିଲୋଗ୍ରାମର ଏଲପିଜି ସିଲିଣ୍ଡର ପିଛା ୪ଟଙ୍କା ୬ ପଇସା ବୃଦ୍ଧି କରିଛନ୍ତି ତୈଳ କମ୍ପାନିଗୁଡିକ । ଏହି ନୂଆଦର ନଭେମ୍ବର ୧ ତାରିଖରୁ ଲାଗୁ ହୋଇଛି । ଫଳରେ ଭୁବନେଶ୍ୱରରେ ଏବେ ଗ୍ରାହକଙ୍କୁ ଏଲପିଜି ସିଲିଣ୍ଡର ପିଛା ୭୬୧ ଟଙ୍କା ୫୦ ପଇସା ଦେବାକୁ ପଡୁଛି । ସରକାର ୨୬୮ଟଙ୍କାର ସବସିଡି ସିଧାସଳଖ ଗ୍ରହକଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦେଉଥିବାରୁ ୧୪.୨ କେଜି ସିଲିଣ୍ଡର ପିଛା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡୁଛି ୪୯୩ ଟଙ୍କା ୫୦ ପଇସା ।

ରନ୍ଧନ ଗ୍ୟାସ୍‌ର ଲଗାତାର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ବିଜୁ ଜନତା ଦଳ

ପଢନ୍ତୁ, ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲରେ ମୁକ୍ତିଲାଭ କରୁଛି

Related posts

ଜାଣନ୍ତୁ, ଜଗା ବଳିଆଙ୍କ ବିରଳ ଅସ୍ତ୍ରୋପଚାର ବିଷୟରେ କ’ଣ କହିଲେ ଏମ୍ସ ଡାକ୍ତର ଅଶୋକ ମହାପାତ୍ର

ENO Beuro

ଆଜି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରାସ ସମୟ?

ENO Beuro

ବିବାହ କଲେ ୩୬ ଇଞ୍ଚ ଉଚ୍ଚତାର ବରକନ୍ୟା,ସୋସିଆଲ୍‌ ମିଡ଼ିଆରେ ହେଲା ଭାଇରାଲ

ENO Beuro

1 comment

Leave a Comment