Spread the loveଆଜି ଭୁବନେଶ୍ୱରରେ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା ପରେ ଦଳ ଛାଡ଼ିବେ ନାହିଁ ବୋଲି ଜୋର୍‌ ଦେଇଛନ୍ତି ବିଜେପିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ । ଇସ୍ତଫାର ପାରାୟଣ... ବିଜେପିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ଙ୍କ ଇସ୍ତଫାର ପାରାୟଣ ଶେଷ
Spread the love

ଆଜି ଭୁବନେଶ୍ୱରରେ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା ପରେ ଦଳ ଛାଡ଼ିବେ ନାହିଁ ବୋଲି ଜୋର୍‌ ଦେଇଛନ୍ତି ବିଜେପିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ । ଇସ୍ତଫାର ପାରାୟଣ ଶେଷକରି ନାରାୟଣ ସାହୁ କହିଛନ୍ତି, ସେ ଦଳରେ ଥିଲେ ଏବଂ ଦଳରେ ରହିବେ ମଧ୍ୟ ।

ଇସ୍ତଫା ପ୍ରସଙ୍ଗକୁ ନେଇ ଶ୍ରୀ ସାହୁ କହିଛନ୍ତି, ସେ ଦଳୀୟ ସଭ୍ୟ ପଦରୁ ନୁହେଁ, ବରଂ ଜିଲ୍ଲା ସଭାପତି ପଦରୁ ଇ-ମେଲ୍‌ ମାଧ୍ୟମରେ ଇସ୍ତଫା ପତ୍ର ପଠାଇଥିଲେ। କିନ୍ତୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା ରଖି ଇସ୍ତଫାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେଥିପାଇଁ ସେ ରାଜ୍ୟ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ବିଜେପୁରରୁ ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଶ୍ରୀ ସାହୁ କହିଛନ୍ତି, ଦଳର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ ସେହି ଆଧାରରେ ମୁଁ କାର୍ଯ୍ୟ କରିବି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଥିଲେ, ଶ୍ରୀ ସାହୁ ତାଙ୍କର ବ୍ୟକ୍ତିଗତ ମତ ରଖିବାର ପୂର୍ଣ୍ଣ ସ୍ୱାଧୀନତା ବିଜେପି ପରି ଗଣତାନ୍ତ୍ରିକ ଦଳରେ ଅଛି। ଠିକ୍‌ ସମୟରେ ଠିକ୍‌ ସମାଧାନ ହୋଇଛି। ଶ୍ରୀ ସାହୁ ଜଣେ ଦାୟିତ୍ୱସମ୍ପନ୍ନ ଓ ଦଳର ବିଚାରଧାରାର ସମର୍ପିତ କାର୍ଯ୍ୟକର୍ତ୍ତା। ସମସ୍ତେ ବିଜେପୁର ଉପନିର୍ବାଚନରେ ଦଳର ବିଜୟ ପାଇଁ ମନପ୍ରାଣ ଦେଇ କାମ କରିବେ। । ଏହା ସହ ବିଜେପୁର ଉପନିର୍ବାଚନରୁ ଓଡିଆ ଲୋକଙ୍କ ସ୍ୱାର୍ଥର ଲଢେଇର ଶୁଭାରମ୍ଭ ହେବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ବୈଠକ ଶେଷ ହେବା ପରେ ଦଳ ଏକଜୁଟ ରହିଥିବା କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ବୈଠକରେ ବରଗଡ ଓ ସମ୍ବଲପୁର ଜିଲ୍ଲା ସ୍ତରୀୟ ନେତାଙ୍କ ସହ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ର ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଆଲୋଚନା କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ବିଜେପୁରରେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ୍‌ ହେଲା ପରେ ଶ୍ରୀ ସାହୁଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ଦଳର ଜିଲ୍ଲା ସଭାପତି ଶ୍ରୀ ନାରାୟଣ ସାହୁଙ୍କ ସମେତ ବିଜେପୁରର ୩ ଏବଂ ବରପାଲିର ୨ଜଣ ମଣ୍ଡଳ ସଭାପତି ମଧ୍ୟ ଇସ୍ତଫା ଦେବାର ସୂଚନା ମିଳିଥିଲା ।

ବିଜେପିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ଙ୍କ ଇସ୍ତଫାର ପାରାୟଣ ଶେଷ

ପଢନ୍ତୁ, ଆଜି ହାଇ କୋର୍ଟ ରେ ବିଧାୟକ ପ୍ରଭାତ ବିଶ୍ଵାଳଙ୍କ ଜାମିନ ଶୁଣାଣି

No comments so far.

Be first to leave comment below.

Your email address will not be published. Required fields are marked *