POLITICALS

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ - ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା କରାଯାଇଥିବା ବିମୁଦ୍ରିକରଣକୁ ବର୍ଷେ ପୁରିଯାଇଛି । ଏହି ବିମୁଦ୍ରାକରଣ ବର୍ଷପୂର୍ତ୍ତି ନେଇ କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସମିଟ୍  କରିଛନ୍ତି। ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ ଓ ଜାତୀୟସ୍ତରରେ ମଧ୍ୟ ଏହିଦିନ କଳାଧନ ବିରୋଧୀ ଦିବସ ପାଳନ କରାଯିବ ବୋଲି ସେ କହିଛନ୍ତି ।

ଠିକ୍ ବର୍ଷେ ପୂର୍ବରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ସାହାସିକ ପଦକ୍ଷେପ ନେଇଥିଲେ । ୮୬ ପ୍ରତିଶତ ୫୦୦ ଓ ୧୦୦୦ ଟଙ୍କିଆ ନୋଟର ବୈଧତାକୁ ସମାପ୍ତ କରି ତିନିମାସରେ ନୂଆନୋଟର ପ୍ରଚଳନ କରିଥିଲେ ଓ ୧୦୦୦ ଟଙ୍କିଆ ନୋଟର ବ୍ୟବହାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଥିଲେ, ଯାହାକି ଏକ ଐତିହାସିକ ପଦକ୍ଷେପ । ପ୍ରଥମେ ପ୍ରଥମେ ସାଧାରଣ ଜନତାଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲେ ହେଁ ଦୀର୍ଘ ସାଢେ ତିନି ବର୍ଷରେ ଦେଶରୁ କଳାଧନ ଓ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏସଆଇଟି ଗଠନ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକ୍ଷମ କରାଯାଇଛି । ବେନାମୀ ସମ୍ପତ୍ତି ଜବତ କରାଯାଇଛି । ବେନାମି ଆକାଉଣ୍ଟରେ ଡିପୋଜିଟ ହୋଇଥିବା ୪ ଲକ୍ଷ କୋଟି ଟଙ୍କା ତଦନ୍ତ ପରିସରଭୃକ୍ତରେ ରହିଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଗକୁ ଏପରି ଆହୁରି ଅନେକ ଯୋଜନା ରହିଛି ।

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ - ଧର୍ମେନ୍ଦ୍ର ପ୍ରଧାନ

ପଢନ୍ତୁ, ମୋବାଇଲ ନମ୍ବର ଓ ଆଧାର ସଂଯୋଗ ଏବେ ହେବ ସହଜ, ଘରେବସି କରିପାରିବେ ଏହି କାମ

Related posts

ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରବେଶ,ମିଳିଲା ୟୁପି ମହାସଚ୍ଚିବ ଦାୟିତ୍ୱ

ENO Beuro

ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର

Ratnamani Moharana

ଲୋକସଭା ନିର୍ବାଚନ ଲଢିବେନି ବୋଲି କହିଲେ ସୁମିତ୍ରା ମହାଜନ

Ratnamani Moharana

2 comments

Leave a Comment