• Home
  • LIFESTYLE
  • ମସଲା ଭାବରେ ବ୍ୟବହୃତ ହେଉଥିବା ଗୋଲମରିଚରେ ରହିଛି ଅନେକ ଔଷଧିୟ ଗୁଣ! ଜାଣି ରଖନ୍ତୁ ସେ ସମ୍ପର୍କରେ
LIFESTYLE

ମସଲା ଭାବରେ ବ୍ୟବହୃତ ହେଉଥିବା ଗୋଲମରିଚରେ ରହିଛି ଅନେକ ଔଷଧିୟ ଗୁଣ! ଜାଣି ରଖନ୍ତୁ ସେ ସମ୍ପର୍କରେ

ଗୋଲମରିଚ କୁ ସାଧାରଣତଃ ରୋଷେଇ ପ୍ରସ୍ତୁତରେ ଏକ ମସଲା ଭାବରେ ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଏହା ଖାଦ୍ୟ ପାଇଁ ଯେତିକି ଗୁରୁତ୍ଵପୂର୍ଣ୍ଣ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ । ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ତେଣୁ ଗୋଲମରିଚ ର କିଛି ଔଷଧିୟ ଗୁଣ ସଂପର୍କରେ ନଜର ପକାନ୍ତୁ  ।

•  ମୁଣ୍ଡ ଜୋରରେ ବିନ୍ଧୁଥିଲେ କିଛି ଗୋଲମରିଚକୁ ଗୋଟିଏ ଛୁଂଚିରେ ଫୋଡି ନିଆଁରେ ଜଳାଇ ତାର ଧୂଆଁକୁ ନାକବାଟେ ଟାଣିଲେ ମୁଣ୍ଡବିନ୍ଧା ଦୂର ହୁଏ ।

• ଗଳାରେ ଘା ଘଂଟିକା ବଢିବା ରୋଗରେ ଗୋଲମରିଚ ଚୂର୍ଣ୍ଣ ଓ ଲୁଣକୁ ପାଣିରେ ପକାଇ ଗରମକରି, ଉଷୁମ ଥାଉଁ ଥାଉଁ ଦିନରେ ଦୁଇ ତିନି ଥର ଗର୍ଗଲିଂ କରିବା ଦ୍ୱାରା ଏଭଳି ସମସ୍ୟା ଦୂର ହୋଇଥାଏ ।

• ପିଆଜ,ଗୋଲମରିଚକୁ ଏକତ୍ର ଶିଳରେ ବାଟି ମୁଣ୍ଡରେ ଲେପନ କରିବା ଦ୍ୱାରା ଚନ୍ଦାମୁଣ୍ଡରେ କେଶ ଉଠିଥାଏ ।

• ଲଙ୍କା ମରିଚ ପରିବର୍ତ୍ତେ ଗୋଲମରିଚର ନିୟମିତ ବ୍ୟବହାର କଲେ ଶରୀର ରୋଗମୁକ୍ତ ରହିଥାଏ ।

• ଯାଦୁ ଉପରେ ଗୋଲମରିଚକୁ ବାଟି ଲେପ ଦେଲେ ଯାଦୁ ଭଲ ହୋଇଥାଏ ।

• ଗୋଲମରିଚକୁ ହାତରେ ଘୋରି ଆଖିରେ ଲଗାଇଲେ ଅନିଦ୍ରା ଦୋଷ ଦୂର କରେ ।

• ଗୋଲମରିଚ ଓ ଲୁଣ ଚୂର୍ଣ୍ଣରେ ଦାନ୍ତ ମାର୍ଜନ କଲେ ଅନେକ ପ୍ରକାର ଦାନ୍ତରୋଗ ଦୂର ହୁଏ ।

• ଗୋଲମରିଚକୁ ଚୂର୍ଣ୍ଣ କରି ଜଳ ସହିତ ସେବନ କଲେ ବହୁଦିନର ଶୂଳାଝାଡା ନିବାରିତ ହୁଏ ।

• ଗୋଲମରିଚର ଚୂର୍ଣ୍ଣ ଓ ମହୁ ମିଶାଇ ଖାଇଲେ କାଶ ନିବାରଣ ହୋଇଥାଏ ।

ମସଲା ଭାବରେ ବ୍ୟବହୃତ ଗୋଲମରିଚ ର କିଛି ଔଷଧିୟ ଗୁଣ ସଂପର୍କରେ ନଜର ପକାନ୍ତୁ  ମସଲା ଭାବରେ ବ୍ୟବହୃତ ହେଉଥିବା ଗୋଲମରିଚରେ ରହିଛି ଅନେକ ଔଷଧିୟ ଗୁଣ! ଜାଣି ରଖନ୍ତୁ ସେ ସମ୍ପର୍କରେ ମସଲା ଭାବରେ ବ୍ୟବହୃତ ହେଉଥିବା ଗୋଲମରିଚରେ ରହିଛି ଅନେକ ଔଷଧିୟ ଗୁଣ! ଜାଣି ରଖନ୍ତୁ ସେ ସମ୍ପର୍କରେ

ପଢନ୍ତୁ ସୁନ୍ଦର ଘନ କେଶ ପାଇଁ କଞ୍ଚା ପିଆଜ ରସର ବ୍ୟବହାର

 

Related posts

ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ଦେଇଥାଏ “ହେଙ୍ଗୁ” ,ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

Krishna Kumar Manoj

ବିସ୍କୁଟ କ୍ଷୀରି ଖାଇଛନ୍ତି କି ? ଆସନ୍ତୁ ଜାଣିବା କେମିତି ତିଆରି ହୁଏ ବିସ୍କୁଟ କ୍ଷୀରି

Krishna Kumar Manoj

ହୃଦ୍‌ଜନିତ ସମସ୍ୟାକୁ ଦୂରକରିବାକୁ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More