News

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

କିଛିଦିନ ଧରି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିଯାଇଛି । ପରିସ୍ଥିତି ଏପରି ହେଇଛି ଯେ ଅଧିକ ପ୍ରଦୂଷଣ ଯୋଗୁଁ ଘନ କୁହୁଡି ସମସ୍ୟା ଦେଖିବାକୁ ମିଳିଛି । ଆଉ କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ  ଭଲରେ କିଛି ଦେଖା ଯାଉନଥିଲା । ଯାହାଦ୍ୱାରା ରାଜଧାନୀରେ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବହୁ ଦୁର୍ଘଟଣା ମଧ୍ୟ ଘଟିଛି । ଏହାସହିତ ଗତକାଲି ଯମୁନା ଏକ୍ସପ୍ରେସ ୱେରେ ସିରିଜ୍ ଦୁର୍ଘଟଣା ଘଟିଛି ।

ଗତକାଲି ଭୋରରୁ କୁହୁଡ଼ିର ମୋଟା ଆସ୍ତରଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ଗୋଟିକ ପରେ ଗୋଟିଏ ୨୪ଟି ଗାଡି ମଧ୍ୟରେ ଧକ୍କା ହୋଇଛି । ଯମୁନା ଏକ୍ସପ୍ରେସୱେର ମାଇଲଷ୍ଟୋନ ୧୨୫ ନିକଟରେ ପ୍ରଥମେ ଦୁଇଟି ଗାଡି ମଧ୍ୟରେ ଧକ୍କା ହେବା ପରେ ପଛକୁ ପଛ ୨୪ଟି ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହି ସିରିଜ ଦୁର୍ଘଟଣା ଯୋଗୁଁ ବେଶ କିଛି ସମୟ ଧରି ଯମୁନା ଏକ୍ସପ୍ରେସୱେରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ଆଇଏମଏ ମୁଖ୍ୟ ଡକ୍ଟର କେକେ ଅଗ୍ରୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଖୋଲା ପତ୍ର ଲେଖି ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରଛନ୍ତି । ଏବେ ଆରୋପ ପ୍ରତ୍ୟାରୋପ ରାଜନୀତିର ବେଳ ନୁହେଁ ବରଂ ଦିଲ୍ଲୀବାସୀ କେମିତି ସୁରକ୍ଷିତ ରହିବେ ସେ ନେଇ ଉଚିତ ପଦକ୍ଷେପ ନେବାର ବେଳ ଆସିଛି ବୋଲି କହିଛନ୍ତି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ବଢି ଯାଇଛି ଦିଲ୍ଲୀ ଏବେ ଗ୍ୟାସ ଚାମ୍ବର ପାଲଟି ଯାଇଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା ।

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

ପଢନ୍ତୁ, ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି

Related posts

ଆଜି ଶପଥ ନେଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ

ENO Beuro

କିଡ୍‌ନୀ ସଂକ୍ରାନ୍ତ ରୋଗରେ ପୀଡ଼ିତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି!

ENO Beuro

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତାଜମହଲରେ ନମାଜ ପଢିବା ମନା

ENO Beuro

4 comments

Leave a Comment