News

ଜାରି ରହିଛି ବ୍ଳକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ, ସମାଧାନ କେବେ ହେବ ଏନେଇ ପ୍ରଶ୍ନ

ଜାରି ରହିଛି ବ୍ଳକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ, ସମାଧାନ କେବେ ହେବ ଏନେଇ ପ୍ରଶ୍ନ

ଜାରି ରହିଛି ବ୍ଳକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ,  ସମାଧାନ କେବେ ହେବ ଏନେଇ ପ୍ରଶ୍ନ । ୧୪ ଦିନରେ ପହଞ୍ଚିଛି ବ୍ଲକଗ୍ରାଣ୍ଟ ଦାବିରେ ଏହି ଆନ୍ଦୋଳନ । ପ୍ରବଳ ଖରା, ବର୍ଷା ଭିତରେ ବି ଜାରି ରହିଛି ସଂଘର୍ଷ ।

ରାଜଧାନୀର ଲୋୟର ପିଏମଜିରେ ଶିକ୍ଷକ ଓ ଅଧ୍ୟାପକମାନେ ଆନ୍ଦୋଳନ ଜାରି ରଖିଥିଲେ ବି ଏଯାଏଁ ସମାଧାନର ବାଟ ବାହାରିନାହିଁ । ତେଣେ ସ୍କୁଲକଲେଜରେ ପାଠପଢ଼ା ବନ୍ଦ ହୋଇଯାଇଛି । ଶିକ୍ଷା ବ୍ୟବସ୍ଥା ଉପରେ ସରକାରଙ୍କ ନଜର ଅଛି କି ନାହିନ ବୋଲି ସନ୍ଦେହ ଉପୁଜୁଛି ।

ସେପଟେ, ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ । ସେ କହିଛନ୍ତି ଶିକ୍ଷକ ଓ ଅଧ୍ୟାପକଙ୍କ ସହ ଆଲୋଚନା ଜାରି ରହିଛି ଓ କେତେବେଳେ ବି ନିଷ୍କର୍ସ ବାହାରିପାରେ । ଯଦିଓ ସମାନ କାମକୁ ସମାନ ଦରମା ଚିନ୍ତାଧାରାକୁ ସରକାର ଗ୍ରହଣ କରୁଛନ୍ତି କିନ୍ତୁ ଏହାକୁ ବାସ୍ତବରେ ଲାଗୁ କରିବା କଷ୍ଟକର ବୋଲି ମନ୍ତ୍ରୀ କହିଛନ୍ତି। ଆଜି  ଅଧ୍ୟାପକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ।

୧୪ ଦିନର ଏ ସଂଘର୍ଷ ମଧ୍ୟରେ ଶିକ୍ଷକ ଓ ଅଧ୍ୟାପକମାନେ ଗଣେଶ ଚତୁର୍ଥୀରେ ରାସ୍ତା ଉପରେ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ରାସ୍ତା ଉପରେ ନୂଆଁଖାଇ ମଧ୍ୟ ପାଳିଥିଲେ । ଏହି ଆନ୍ଦୋଳନକୁ କେରଳ, ପଶ୍ଚିମବଂଙ୍ଗ, ମହାରାଷ୍ଟ,ଆନ୍ଦ୍ରପ୍ରଦେଶ ଶିକ୍ଷକ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇଛନ୍ତି ।

Related posts

ସଡ଼କ ନିରାପତ୍ତା ଅଭିଯାନର ବ୍ରାଣ୍ଡ ଆମ୍ବାସଡର ହେଲେ ଅଭିନେତା ଅକ୍ଷୟ କୁମାର

ENO Beuro

ବିଦ୍ୟୁତ ଆପେଲେଟ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ମଞ୍ଜୁଳା ଚେଲ୍ଲୁର

ENO Beuro

୬ରୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

Ratnamani Moharana

1 comment

Leave a Comment