Spread the loveଭୁବନେଶ୍ବର ମୁନିସିପାଲ କର୍ପୋରେଶନ (ବିଏମ୍‌ସି ) ର ନୂତନ ମୁଖ୍ୟ କାର୍ଯ୍ୟାଳୟ ର କାର୍ଯ୍ୟ ଖୁବ ଶୀଘ୍ର ଜନପଥରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅଢ଼େଇ ବର୍ଷରେ ଶେଷ ହେବାକୁ ଥିବା... ବିଏମ୍‌ସି ର ମୁଖ୍ୟ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଜନପଥରେ ଆରମ୍ଭ ହେବ
Spread the love

ଭୁବନେଶ୍ବର ମୁନିସିପାଲ କର୍ପୋରେଶନ (ବିଏମ୍‌ସି ) ର ନୂତନ ମୁଖ୍ୟ କାର୍ଯ୍ୟାଳୟ ର କାର୍ଯ୍ୟ ଖୁବ ଶୀଘ୍ର ଜନପଥରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅଢ଼େଇ ବର୍ଷରେ ଶେଷ ହେବାକୁ ଥିବା ଏହି ନୂତନ କାର୍ଯ୍ୟାଳୟ ଜାନୁଆରୀ ରେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହି ନୂତନ କାର୍ଯ୍ୟାଳୟର ଆର୍କିଟେକଚରାଲ୍‌ ଡିଜାଇନ୍‌କୁ ବିଏମ୍‌ସି କମିସନର କ୍ରୀଷ୍ଣ କୁମାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ଉପସ୍ଥାପନ କରିଥିବା ଡିଜାଇନ୍‌ ଅନୁଯାୟୀ, ୟୁନିଟ-୯ରେ ଏନେଇ ୪ଏକର ଜମି ଚିହ୍ନଟ ହୋଇଛି। କିନ୍ତୁ ଏଠାରେ ୨.୫ଏକର ଜମିରେ ଏହି ବିଲଡିଂ ନିର୍ମାଣ ହେବ।ବେସ୍‌ମେଣ୍ଟ ସହ ୧୨ମହଲା ବିଶିଷ୍ଟ ହେବ। ପ୍ରାୟ ୨ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିଲ୍‌ଡିଂ ନିର୍ମାଣ ହେବ। ବେସ୍‌ମେଣ୍ଟରେ ପାର୍କିଂ ପାଇଁ ଖୋଲା ସ୍ଥାନ ସହ ଲୋକଙ୍କ ଧାରଣା ପାଇଁ ବି ସ୍ଥାନ ରହିବ ।

ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ମହଲାରେ ମେୟରଙ୍କ ଅଫିସ, ଦ୍ୱିତୀୟ ମହଲାରେ କମିସନର ଓ ଡେପୁଟି କମିସନରମାନଙ୍କ ଅଫିସ ରହିବ । ତୃତୀୟ ଓ ଚତୁର୍ଥ ମହଲାରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଇଣ୍ଟିଗ୍ରେଟେଡ୍‌ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) ହେବ। ପଞ୍ଚମ ଓ ଷଷ୍ଠ ମହଲା ବିଏମ୍‌ସି କାର୍ଯ୍ୟାଳୟ ପାଇଁ ଛଡ଼ାଯିବ। ୭ମ ଓ ୮ମ ମହଲାରେ ସ୍ମାର୍ଟ ସିଟି ଭୁବନେଶ୍ୱରର ସମସ୍ତ କାର୍ଯ୍ୟାଳୟ ରହିବ। ବାକି ସ୍ଥାନ ଭବିଷତ ସମ୍ପ୍ରସାରଣ ପାଇଁ ଛଡ଼ାଯିବ।

ଏଠାରେ କ୍ୟାଣ୍ଟିନ୍‌ ଓ ଜିମ୍‌ ବ୍ୟବସ୍ଥା ବି ରହିବ। ଏହି ବିଲ୍‌ଡିଂର ପ୍ରଥମ ଦୁଇ ମହଲାକୁ ଭିନ୍ନକ୍ଷମଙ୍କ ଆତଯାତ ଉପଯୋଗୀ ନିର୍ମାଣ କରାଯିବ। ଏହି ବିଲଡିଂରେ ପ୍ରାୟ ୪ଟି ଲିଫ୍ଟ ରହିବ।

ବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ

No comments so far.

Be first to leave comment below.

Your email address will not be published. Required fields are marked *