News

ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ପୁଣି ଖୋଲିଲା

ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ପୁଣି ଖୋଲିଲା

ଗତ ଗୁରୁବାରଠାରୁ ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ରବିବାର ଠାରୁ ଖୋଲିଛି। ୧୧ଟା ୪୫ରେ ପ୍ରଥମ ସୋ ଆରମ୍ଭ ହେବା ପରେ ଲୋକେ ଧାଡ଼ିବାନ୍ଧି ଟିକେଟ୍‌ କରି ସୋ ଉପଭୋଗ କରିଥିଲେ।

ମିଳିଥିବା ସୂଚନା ମୁତାବକ, ଲାଇସନ୍ସ ସମସ୍ୟା ଯୋଗୁଁ ପ୍ଲାନେଟାରିୟମଟି ଗତ ନଭେମ୍ବର ୯ରୁ ବନ୍ଦ ଥିଲା । ବିନା କୌଣସି ପୂର୍ବ ସୂଚନାରେ ଏହାକୁ ବନ୍ଦ କରି ଦିଆଯାଇଥିବାରୁ ଦର୍ଶକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଯାଇଥିଲା ।

ବୁର୍ଲା ପ୍ଲାନେଟାରିୟମ ବନ୍ଦ ରହିବାର କାରଣ ସମ୍ପର୍କରେ ପଠାଣି ସାମନ୍ତ ଚନ୍ଦ୍ରଶେଖର ପ୍ଲାନେଟାରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ମୁତାବକ, ଏକ ସଫ୍ଟେଓ୍ଵର୍‌ର ଲାଇସେନ୍‌ସ ସରିଯିବାରୁ ୩ ଦିନ ଧରି ପ୍ଲାନେଟାରିୟମର ସୋ ବନ୍ଦ କରିବାକୁ ପଡ଼ିଥିଲା। ମାତ୍ର ଏହାର କର୍ତୃପକ୍ଷଙ୍କ ଉଦ୍ୟମ ପରେ ସୋ ପୁଣି ଚାଲୁ ହୋଇଛି।

ଗତ ସେପ୍ଟେମ୍ବର ୨୨ରେ ସମ୍ବଲପୁର ଜିଲ୍ଲା ବୁର୍ଲାଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ହୋଇଥିବା ରାଜ୍ୟର ଦ୍ୱିତୀୟ ପ୍ଲାନେଟାରିୟମର ପରିଚାଳନା ଦାୟିତ୍ୱ ରହିଛି ଭୁବନେଶ୍ୱରରେ ଥିବା ପଠାଣି ସାମନ୍ତ ଚନ୍ଦ୍ରଶେଖର ପ୍ଲାନେଟାରିୟମର କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ ଯେ ନିକଟରେ ସମ୍ବଲପୁରର ବୁର୍ଲା ପ୍ଲାନେଟାରିୟମ ସ୍ଥାପନ ପରେ ଏଠାରେ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇ ଆସୁଛି।

ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ପୁଣି ଖୋଲିଲା

ପଢନ୍ତୁ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଆର୍‌ବିଆଇ ଜାରି କଲା ନୂଆ ନିୟମ

Related posts

ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ପାକିସ୍ତାନ ରଖିଲା ଏଭଳି ସର୍ତ୍ତ……….

ENO Beuro

୧୫ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀଙ୍କୁ ନିପାତ କଲା ଶ୍ରୀଲଙ୍କା ସେନା

Ratnamani Moharana

ନାସା ସହିତ ଋଷୀୟ ବୈଜ୍ଞାନିକଙ୍କ ଆକଳନ : ୨୦୩୬ରେ ଲୋପ ପାଇବ ପୃଥିବୀ

ENO Beuro

Leave a Comment