Spread the love୧୧ ଦଫା ଦାବି ପୂରଣ ପାଇଁ ନଭେମ୍ବର ପହିଲାରୁ ଆନ୍ଦୋଳନର ଡାକରା ଦେଇଥିବା ବସ ମାଲକି ସଂଘ କୁ ଆଲୋଚନା ପାଇଁ ଆଜି ଡାକିଛନ୍ତି ସରକାର । ମିଳିଥିବା ସୂଚନାଅନୁଯାଇ... ସରକାର– ବସ ମାଲିକ ସଂଘ ଆଲୋଚନା ଆଜି, ଧର୍ମଘଟ ସମସ୍ୟାର ସମାଧାନ ପାଇଁ ପ୍ରୟାସ
Spread the love

୧୧ ଦଫା ଦାବି ପୂରଣ ପାଇଁ ନଭେମ୍ବର ପହିଲାରୁ ଆନ୍ଦୋଳନର ଡାକରା ଦେଇଥିବା ବସ ମାଲକି ସଂଘ କୁ ଆଲୋଚନା ପାଇଁ ଆଜି ଡାକିଛନ୍ତି ସରକାର । ମିଳିଥିବା ସୂଚନାଅନୁଯାଇ ଦିନ ୧୧ଟାରେ ସଚିବାଳୟରେ ପରିବହନ ମନ୍ତ୍ରୀ ନୃସିଂହ ସାହୁ ବସ ମାଲିକ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଧର୍ମଘଟ ନିଷ୍ପତିକୁ ଟାଳିବା ପାଇଁ ସଂଘର ବିଭିର୍ଣ୍ଣ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ । ବୈଠକରେ ମନ୍ତ୍ରୀଙ୍କ ସମେତ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ଟୋଲ ଗେଟଗୁଡିକରେ ଫି ବୃଦ୍ଧି, ପୁଲିସ ଦ୍ଵାରା ବସ ଚେକିଂ ଆଦି ନିଷ୍ପତିକୁ ଘୋର ବିରୋଧ କରିଛନ୍ତି ବସ ମାଲିକସଂଘ । ଏହା ସମେତ ମୋଟ ୧୧ ଦଫା ଦାବି ରଖିଛି ସଂଘ । ଦାବି ନେଇ ଗତ ୩ ତାରିଖରେ ବସ ମାଲିକ ସଂଘର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ , ପରିବହନ ମନ୍ତ୍ରୀ ଓ କମିଶନରଙ୍କୁ ଦାବି ପତ୍ର ଦେଇଥିଲେ । କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ନଭେମ୍ବର ପହିଲାରୁ ଧର୍ମଘଟ ଡାକରା ଦେଇଛନ୍ତି । ସରକାରଙ୍କୁ ଅକ୍ଟୋବର ୩୧ ତାରିଖ ଯାଏଁ ମହଲତ ଦେଇଛନ୍ତି ବସ ମାଲିକ ସଂଘ ।

ସରକାର– ବସ ମାଲିକ ସଂଘ ଆଲୋଚନା ଆଜି, ଧର୍ମଘଟ ସମସ୍ୟାର ସମାଧାନ ପାଇଁ ପ୍ରୟାସ

ପଢନ୍ତୁ, ବାଣଫୁଟା ଉପରେ ରୋକ, ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜରିମାନା

No comments so far.

Be first to leave comment below.

Your email address will not be published. Required fields are marked *