Spread the loveସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ । ଏଣୁ ସଚେତନତାର ଅଭାବ ଯୋଗୁଁ ବାଲ୍ୟ ବିବାହ ପରଂପରା ଏବେ ମଧ୍ୟ ଶେଷ ହୋଇପାରି ନାହିଁ... ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଶେଷ ହୋଇ ନାହିଁ ବାଲ୍ୟ ବିବାହ ପରଂପରା
Spread the love

ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ । ଏଣୁ ସଚେତନତାର ଅଭାବ ଯୋଗୁଁ ବାଲ୍ୟ ବିବାହ ପରଂପରା ଏବେ ମଧ୍ୟ ଶେଷ ହୋଇପାରି ନାହିଁ । ନିକଟରେ ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଏକ ବାଲ୍ୟ ବିବାହକୁ ଅଟକା ଯାଇଥିଲା । ପୁଣି ଗତ ଶନିବାର କଟକ ମହାନଦୀ ବିହାର ଅଞ୍ଚଳରେ ଆଉ ଏକ ବାଲ୍ୟ ବିବାହକୁ ବନ୍ଦ କରି ଦିଆଯାଇଛି । ତେବେ ନୂଆବଜାର ଗାନ୍ଧୀପଲ୍ଲୀରେ ହୋଇଥିବା ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ରବିବାର ପୂର୍ବାହ୍ଣରେ ଗାନ୍ଧୀପଲ୍ଲୀର ଏକ ମନ୍ଦିରରେ ବିବାହ ଚାଲିଥିବା ବେଳେ କେହି ଜଣେ ଲୋକ ଚାଉଳିଆଗଞ୍ଜ ପୋଲିସ ଓ ମାନବାଧିକାର ସୁରକ୍ଷା ସେଲ(ଏଚଆରପିସି)କୁ ସୂଚନା ଦେଇଥିଲା । ବର-କନ୍ୟାର ହାତଗଣ୍ଠି ପଡ଼ି ସଂପର୍କୀୟମାନେ ବନ୍ଦାପନା କରୁଥିବା ବେଳେ ଚାଉଳିଆଗଞ୍ଜ ପୋଲିସ, ଏଚଆରପିସି ଓ ଉଦ୍ଧାର ଫାଉଣ୍ଡେସନ ବିବାହ ବେଦୀରେ ପହଞ୍ଚି ବିବାହ ବନ୍ଦ କରିଥିଲେ ଓ ଉଭୟ ବର-କନ୍ୟା ନାବାଳକ ଓ ନାବାଳିକା ହୋଇଥିବାରୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି ।

ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଶେଷ ହୋଇ ନାହିଁ ବାଲ୍ୟ ବିବାହ ପରଂପରା

ପଢନ୍ତୁ, ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ

Your email address will not be published. Required fields are marked *