Spread the loveଆଜିକାଲି ଅଧିକାଂଶ ଲୋକ, ଛୋଟ ଛୁଆ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କୁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଚଟ୍ ପଟି ଖାଦ୍ୟ ଭଲଲାଗେ । ବିଶେଷ କରି ଚାଇନିଜ... କଣ ଆପଣ ବି ଅଧିକ ଚାଇନିଜ ଫୁଡ ଖାଉଛନ୍ତି କି ? ସାବଧାନ ରୁହନ୍ତୁ ରୋଗରେ ପଡ଼ିପାରନ୍ତି
Spread the love

ଆଜିକାଲି ଅଧିକାଂଶ ଲୋକ, ଛୋଟ ଛୁଆ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କୁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଚଟ୍ ପଟି ଖାଦ୍ୟ ଭଲଲାଗେ । ବିଶେଷ କରି ଚାଇନିଜ ଫୁଡ ଖାଇବାକୁ ଅଧିକ ଲୋକ ପସନ୍ଦ କରିଥାନ୍ତି । ଚାଇନିଜ ଫୁଡ ଯଥା : ବିଭିନ୍ନ ପ୍ରକାର ନୁଡୁଲସ , ପାସ୍ତା , ମାଞ୍ଚୁରିୟାନ , ବିଭିନ୍ନ ପ୍ରକାର ଚିଲ୍ଲି ଆଇଟମ ବଜାରରେ ପ୍ରଚୁର ମାତ୍ରାରେ ଓ ସହଜରେ ମିଳିପାରୁଛି । ଏସବୁକୁ ଘରେ ପ୍ରସ୍ତୁତ କରିବା ମଧ୍ୟ ଖୁବ ସହଜ ଓ ସ୍ୱଳ୍ପ ସମୟ ବିନିମୟରେ ହୋଇଥାଏ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଆପଣଙ୍କ ଶରୀର ପାଇଁ କେତେ ଯେ କ୍ଷତିକାରଣ ହୋଇଥାଏ, ତାହା ଆପଣ ବିଶ୍ଵାସ କରି ପାରିବେ ନାହିଁ । ଚାଇନିଜ୍ ଫୁଡ୍ ରେ ସାଧାରଣତଃ ଫ୍ୟାଟ୍ ବଢାଇବା ମାତ୍ରା ଅଧିକ ପରିମାଣରେ ମିଶିଥାଏ । ଏହା ଦ୍ୱାରା ଆପଣଙ୍କ ଶରୀରରେ ଅଚାନକ୍ ମାଂସପେଶୀ ବଢିବାରେ ଲାଗିଥାଏ । ଯାହା ମୋନୋସୋଡିୟମ୍ ଗ୍ଲୁଟାମେଟ ବା ଏମଏସଜି ନାମରେ ଜଣାଶୁଣା । ଏଥିରେ ବହୁ ମାତ୍ରାରେ ସୋଡିୟମର ପରିମାଣରେ ମିଶିକରି ଥାଏ । ତେବେ ଆସନ୍ତୁ ଜାଣିବା ଏଭଳି ଖାଦ୍ୟ ଖାଇବାଦ୍ୱାରା ଆପଣଙ୍କ ଶରୀର ଉପରେ ଏହା କିଭଳି ପ୍ରଭାବ ପକାଇଥାଏ ?

  • ଯଦି ଆପଣ ଏମଏସଜିର ଶିକାର ହୋଇଛନ୍ତି ତେବେ ତାହା କେବେ ଭଲ ହୋଇ ନଥାଏ । ଯାହା ପ୍ରଭାବରେ ଆପଣଙ୍କୁ ବାରମ୍ବାର ଭୋକ ମଧ୍ୟ ଲାଗିଥାଏ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କର ଶିରାପ୍ରଶିରା ଅଧିକ ମାତ୍ରାରେ ଉତ୍ତେଜିତ ହୋଇଯାଇଥାଏ । ଯାହାଫଳରେ ମୁଣ୍ଡ ବ୍ୟଥା ଓ ବ୍ୟବହାରରେ ପରିବର୍ତ୍ତନ ଆଦି ସମସ୍ୟା ଆଦି ଦେଖାଦେଇଥାଏ ।
  • ଚାଇନିଜ୍ ଫୁଡରେ ଫିଟୋଏଷ୍ଟ୍ରୋଗେନ’ର ପରିମାଣ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହା ଯୋଗୁଁ ବ୍ରେଷ୍ଟ କ୍ୟାନସର,ନପୁଂସକତା, ସେକ୍ସ ଇଚ୍ଛାରେ ହ୍ରାସ ପାଇବା ଆଦି ବହୁ ବଡ ବଡ ସମସ୍ୟା ଦେଖାଦେଇଥାଏ ।
  • ଚାଇନିଜ୍ ଫୁଡ୍ ଖାଇବାଦ୍ୱାରା ବ୍ଲଡ୍ ପ୍ରେସର ଭଳି ସମସ୍ୟା ଦେଖାଦେଇଥାଏ । ଏଥିରେ ସୋଡିୟମ ଗ୍ଲୁଟାମେଟ’ର ମାତ୍ରା ଅଧିକ ଥିବା ହେତୁ ଆପଣ ଉଚ୍ଚ ରକ୍ତଚାପର ଶିକାର ମଧ୍ୟ ହୋଇପାରନ୍ତି ।
  • ଏହି ଖାଦ୍ୟରେ ‘ସୋୟା ଫାଇଟେଟ’ ଦେଖିବାକୁ ମିଳିଥାଏ । ଯାହା ଶରୀରର ପାଚନକ୍ରିୟାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ଯେଉଁକାରଣରୁ ପେଟରେ ବିଭିନ୍ନ ପ୍ରକାର ସମସ୍ୟା ଆଦି ଦେଖାଯିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଥାଏ ।
  • ଏହାର ପ୍ରଭାବ ମଧ୍ୟ ଆପଣଙ୍କ ହୃତପିଣ୍ଡକୁ ପ୍ରଭାବିତ କରିଥାଏ । ଏହା ନିଃଶ୍ୱାସ ଓ ପ୍ରଶ୍ୱାସର ଗତିକୁ ସ୍ୱଭାବିକଠାରୁ ଆହୁରୀ ତିବ୍ର କରିଦେଇଥାଏ । ଯାହାଦ୍ୱାରା ଆପଣଙ୍କୁ ଅଣନିଃଶ୍ୱାସୀ ଲାଗିବା ସହ ଛାତିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରିଥାନ୍ତି ।
  • ଏହିସବୁ ସମସ୍ୟାକୁ ଛାଡିଦେଲା ପରେ ଚାଇନିଜ୍ ଫୁଡ୍ ଖାଇବାଦ୍ୱାରା ଶରୀରର ବିଭିନ୍ନ ସମସ୍ୟା ଯେପରିକି ଦୁର୍ବଳତା ଅନୁଭବ କରିବା, ବାନ୍ତି ଲାଗିବା, ହାଡରେ ଯନ୍ତ୍ରଣା ଅନୁଭବ କରିବା, ଝାଳ ବାହାରିବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ ।

କଣ ଆପଣ ବି ଅଧିକ ଚାଇନିଜ ଫୁଡ ଖାଉଛନ୍ତି କି

ପଢନ୍ତୁ, ରୋଷେଇ ଘରେ ବ୍ୟବହୃତ ଏହି ପତ୍ରର ଜୁସରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ

Your email address will not be published. Required fields are marked *