SPORTS

ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ସଚିବାଳୟଠାରେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ରେ ବିଜୟୀ ହୋଇଥିବା ୧୧ଜଣ ଓଡ଼ିଆ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଦ୍ଧିତ କରିବା ସହିତ ପୁରସ୍କାର ଘୋଷଣା କରିଛନ୍ତି।

ସ୍ୱର୍ଣ୍ଣ ପଦକ ବିଜୟୀ ପ୍ରତିଯୋଗୀମାନଙ୍କୁ ୫୦ ହଜାର ଟଙ୍କା, ରୌପ୍ୟ ପଦକ ଧାରୀମାନଙ୍କୁ ୩୦ ହଜାର ଟଙ୍କା ଏବଂ କାଂସ୍ୟ ପଦକଧାରୀ ମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୁର୍ଯ୍ୟୋଧନ ବିରୁଆ, (ଲଙ୍ଗ ଜମ୍ପ) ସ୍ୱର୍ଣ୍ଣ ପଦକ, ବିକ୍ରମ ମାଝି, (ହାଇ ଜମ୍ପ) ସ୍ୱର୍ଣ୍ଣ ପଦକ, ବିକାଶ ଚନ୍ଦ୍ର ମୁର୍ମୁ, (୧୦୦ ମିଟର) ରୌପ୍ୟ ପଦକ, ମମତା ସିଂ, ଶର୍ମିଷ୍ଠା ପଣ୍ଡା, ପ୍ରତିମା ସାମନ୍ତରାୟ, ଛବିରାଣୀ ବେହେରା (୪୦୦ ମିଟର ରିଲେ) କାଂସ୍ୟ ପଦକ ଓ ଅଙ୍କୁର ସମଦ, ରୁବେନ ଦଳବେହେରା, ଅର୍ଜୁନ ମରାଣ୍ଡି, ସଞ୍ଜୟ ଟୁଡୁ (୪୦୦ ମିଟର) କାଂସ୍ୟ ହାସଲ କରିଥିଲେ ।

ସୂଚନାଯୋଗ୍ୟ, ସ୍ୱତନ୍ତ୍ର ଯତ୍ନ ଓ ପ୍ରୋତ୍ସାହନକୁ ବଢାଇବା ପାଇଁ ଜାତୀୟ ସ୍ତରର ଏକ କ୍ରୀଡା ପ୍ରତିଯୋଗିତା ହେଉଛି, “ହୋସଲା” । ଚଳିତ ବର୍ଷ ଓଡ଼ିଶାରୁ ୧୧ଜଣ ପ୍ରତିଯୋଗୀ ବିଭିନ୍ନ କ୍ରୀଡ଼ାରେ ବିଜୟ ହାସଲ କରି ରାଜ୍ୟ ପାଇଁ ଗୌରବ ହାସଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ରୂପା ତାରକସିର ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ, ଆଗାମୀ ଦିନରେ ସେମାନେ ଆହୁରି ଅନେକ ସଫଳତା ହାସଲ କରିବେ।

ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ପଢନ୍ତୁ, ରେଳଧାରଣାରେ ଫାଟ ଥିଲେ ବାଜିବ ଆଲାର୍ମ, ସଙ୍କୋଚନ ଓ ପ୍ରସାରଣଜନିତ ଦୁର୍ଘଟଣାରୁ ମିଳିପାରିବ ରକ୍ଷା

Related posts

ଏସୀୟ ପାରା କ୍ରୀଡ଼ା:ସନ୍ଦିପ,ରାଜୁ ରକ୍ଷିତା,ସୂୟାଶଙ୍କୁ ସ୍ୱର୍ଣ୍ଣ

ENO Beuro

ଆଇପିଏଲ-୧୧ ଉଦ୍‌ଘାଟନୀ ଉତ୍ସବ : ନୃତ୍ୟ ପ୍ରଦର୍ଶନ କରିବେ ରଣବୀର, ଜ୍ୟାକଲିନ୍‌, ବରୁଣ ଓ ପରିଣିତି

ENO Beuro

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

1 comment

Leave a Comment