Spread the loveଦୃଷ୍ଟିହୀନତା ଦୂର କରିବାକୁ ଓଡିଶାରେ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରକାର... ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Spread the love

ଦୃଷ୍ଟିହୀନତା ଦୂର କରିବାକୁ ଓଡିଶାରେ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରକାର ସମସ୍ତଙ୍କୁ ମାଗଣା ଚକ୍ଷୁ ଚିକିସ୍ଛା ସହ ଚଷମା ମଧ୍ୟ ମାଗଣାରେ ଯୋଗାଇ ଦେବେ । ଏହାଛଡା ରାଜ୍ୟର ସବୁ ଲୋକଙ୍କର ବର୍ଷକୁ ଠାରେ ମାଗଣା ଚକ୍ଷୁ ପରୀକ୍ଷା ହେବ । ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା ହାତକୁ ନେଇଛି ।

ଆଜି ଜୟଦେବ ଭବନଠାରେ ବିଶ୍ଵ ଦୃଷ୍ଟି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଲେ, “ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ” ପାଇଁ ରାଜ୍ୟ ସରକାର ନିଜସ୍ଵ ପାଣ୍ଠିରୁ ଆସନ୍ତା ୫ ବର୍ଷ ମଧ୍ୟରେ ୬୦୦ କୋଟି ଟଙ୍କା ବ୍ୟୟ କରିବେ । ଯୋଜନାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ମାଗଣାରେ କରାଯିବ । ଓଡିଶାରେ ୮୦ ଭାଗ ଅନ୍ଧତ୍ଵର କାରଣ ହେଉଛି ମୋତିଆବିନ୍ଦୁ ।

ଅସ୍ତ୍ରୋପଚାର ପରେ ସରକାର ମାଗଣାରେ ଚଷମା ମଧ୍ୟ ଯୋଗାଇ ଦେବେ । ୨୦୨୨ ସୁଦ୍ଧା ରାଜ୍ୟକୁ ମୋତିଆବିନ୍ଦୁ ଅନ୍ଧତ୍ଵ ମୂକତା ପାଇଁ ଲକ୍ଷ ରଖାଯାଇଛି । ବିଶ୍ଵରେ ୨୮୫ ମିଲିୟନ ମୋତିଆବିନ୍ଦୁ ରୋଗୀ ।

ଆଖି ଚିକିସ୍ଛା ଏବେ ଜିଲ୍ଲାସ୍ତରରେ ମିଳୁଛି । ଖୁବଶୀଘ୍ର ଗୋଷ୍ଠୀ ଶ୍ଵାସ୍ଥ୍ୟକେନ୍ଦ୍ର (ସିଏଚସି)ରୁ ଆରମ୍ଭ ହେବ । ପରବର୍ତୀ ସମୟରେ ପିଏଚସି ଆଉ ସବ ସେନ୍ଟରରେ ଏହି ସେବା ମିଳିବ । ରାଜ୍ୟର ସବୁ ବ୍ୟକ୍ତି ବର୍ଷକୁ ଠାରେ ଆଖି ପରୀକ୍ଷା କରିପାରିବେ ।

“ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ” ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପଢନ୍ତୁ, ପ୍ରମାଣ ଅଭାବରୁ ତଲୱାର ଦମ୍ପତି ନିର୍ଦ୍ଦୋଷରେ ଖଲାସ

 

No comments so far.

Be first to leave comment below.

Your email address will not be published. Required fields are marked *